Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-10-2022
Share:

By Village Missionary Movement

Tuesday, 25-Oct-2022

ଆଜିର ବାକ୍ୟ (Oriya) 26-10-2022

 

ଆଗକୁ ବଢନ୍ତୁ 

 

“ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ।“ - ହିତୋପଦେଶ 24:10

 

ଯୁକ୍ତରାଷ୍ଟ୍ର ଆମେରିକାରେ ଅନେକ କଲେଜ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ହେଉଥାଏ !250ଟି ମ୍ୟାଚରେ ବିଜୟ ହାସଲ କରି ଇତିହାସ ରଚିଥିବା ତ୍ରିନିଟି କଲେଜ ଅନେକ ଦିନ ପରେ 2012 ମସିହା ଜାନୁଆରୀ 18 ତାରିଖରେ ଏଲ ବିଶ୍ବବିଦ୍ୟାଳୟରେ ହୋଇଥିବା କ୍ୟାସ ମ୍ୟାଚରେ ପରାଜୟ ବରଣ କଲା !ସେହି ଦୋଳର କୋଚ ପାଉଲ ଏସି ଆଣ୍ଟିନ ଏବଂ ଜଣେ ବିଖ୍ୟାତ ଫୁଟବଲ କୋଚ ପୁନର୍ବାର ଉତ୍ତମ ଭାବେ ଚେଷ୍ଟା କରନ୍ତୁ ବୋଲି ତିନୋଟି ପଦର ବାର୍ତ୍ତା ପଠାଇଲେ !ଆମେ ସମସ୍ତେ ବିଫଳ ହେଲାବେଳେ ପୁନର୍ବାର ଉଠିବା ଉଚିତ !ତା ବଦଳରେ ମାନସିକ ଥକାରେ ସ୍ଥଗିତ ହେବା ଉଚିତ ନୁହେଁ !ଜୀବନରେ ପରାଜୟ ନ ଦେଖି ଥିବା ବ୍ୟକ୍ତି ତାହାକୁ ସନ୍ଧାନ କଲାବେଳେ ନିରାଶାରେ ଅଦୃଶ୍ୟ ହେଉଛନ୍ତି !

 

ପ୍ରଥମ ରାଜାବଳି ପୁସ୍ତକରେ ଇସବେଲ ପଠାଇ ଥିବା ସମ୍ବାଦ ଦ୍ଵାରା ଭୟଭୀତ ହୋଇ, ଏତିକି ହିଁ ଯଥେଷ୍ଟ ବୋଲି ଏଲିୟ ପଛଘୁଞ୍ଚା ହେଲା !କିନ୍ତୁ ସଦାପ୍ରଭୁ ପରମେଶ୍ୱର କହନ୍ତି , ତୁମ୍ଭେ ଉଠି ଭୋଜନ କର, ଶକ୍ତି ଅନୁସାରେ ଯାତ୍ରା ତୁମ୍ଭଙ୍କୁ ପ୍ରସ୍ତୁତ ହୋଇଅଛି !ଆମର ଆଶାର ବିରୋଧରେ ଅପ୍ରତ୍ୟାଶିତ କାର୍ଯ୍ୟ ଗୁଡିକ ଆମ ଜୀବନରେ ଆସିବା ବେଳେ ଭୂଲ ପଦକ୍ଷେପ ଆମେ ନେଇଥାଉ !କିନ୍ତୁ ତାହାକୁ ସ୍ଥାନ ନ ଦେଇ ବାକ୍ୟ କଣ କହୁଛି, ତାହା ମନ୍ଥରତା ରୂପେ ଜାଣିବା ଉଚିତ !ଆମ୍ଭେ ଥକି ଯିବା, ପଛଘୁଞ୍ଚା ହେବା, ଏହାକୁ ପବିତ୍ର ବାଇବଲ କଦାପି ଗ୍ରହଣ କରିବ ନାହିଁ !ତାହା ବଦଳରେ ଅଳ୍ପ ଅନୁସନ୍ଧାନ କରି ଦୌଡିବା ଉଚିତ ବୋଲି ପ୍ରଭୁ ଆଶା କରୁଛନ୍ତି !

 

ଏବ୍ରୀ ପୁସ୍ତକରେ ତୁମ୍ଭ ସାହାସକୁ ପରିତ୍ୟାଗ କର ନାହିଁ, ତାହାର ପ୍ରତିଫଳରେ ମହାନ ଉପହାର ଅଛି ବୋଲି ପଡୁଛୁ ଏବଂ ଆମ୍ଭେ ବିନାଶ ହେବାକୁ ପଛଘୁଞ୍ଚା ନୁହେଁ, ମାତ୍ର ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ ଅଟୁ ବୋଲି ଲେଖା ହୋଇଅଛି !

 

ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ଆଜିର ବାକ୍ୟରେ,ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ ବୋଲି ଶୁଣିଲୁ !ସମସ୍ୟା, ପରାଜୟ ଠକ ଆସିବା ବେଳେ ପବିତ୍ର ବାଇବଲକୁ ଧରି ଧୀରେ ଧୀରେ ଆଗକୁ ବଢିବା !ସଦାପ୍ରଭୁ ପରମେଶ୍ୱର ତୁମ୍ଭଙ୍କୁ ସାହାଯ୍ୟ କରିବେ !ତୁମ୍ଭର ଦୌଡ଼ ଏବଂ କାର୍ଯ୍ୟରେ ବାଧା ନ ହେଉ !ଆମେନ୍ !

- ପି. ଜେକାଵ ଶଙ୍କର 

 

ପ୍ରାର୍ଥନା ଅନୁରୋଧ :-

ଆମ୍ଭେ ପତ୍ରିକା ସେବା ମାଧ୍ୟମରେ ସାକ୍ଷାତ କରୁଥିବା ବ୍ୟକ୍ତିମାନଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al