Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-10-2022
Share:

By Village Missionary Movement

Tuesday, 25-Oct-2022

ଆଜିର ବାକ୍ୟ (Oriya) 25-10-2022

 

ନିଷ୍କପଟ ପ୍ରେମ 

 

“ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ ।“ - ଯୋହନ 15:13

 

ମୋଦେର ଟେରେସାଙ୍କ ପ୍ରେମ ବିଷୟରେ ଆମେ ନିଶ୍ଚିତ ରୂପେ ଶୁଣିଥିବା !ସେ କୁଷ୍ଠ ରୋଗୀମାନଙ୍କ ପ୍ରତି, ଦରିଦ୍ରମାନଙ୍କ ପ୍ରତି ଦେଖାଇ ଥିବା ପ୍ରେମ ଅତି ମହାନ ଅଟେ !ତାର ନିଜ ଦେଶକୁ ପରିତ୍ୟାଗ କରି ଭାରତ ଦେଶକୁ ଆସିଥିବା ସିଏ, ଆମ୍ଭ ପ୍ରଜାଙ୍କ ପ୍ରତି ରହିଥିବା ପ୍ରେମ ଯୋଗୁ 45ବର୍ଷ ଦାନଧର୍ମ କଲେ !ତାହାଙ୍କର ମୃତ୍ୟୁ ପର୍ଯ୍ୟନ୍ତ 123 ଦେଶରେ 610 ସ୍ୱଚ୍ଛତା ସଂସ୍ଥା ଗୁଡିକ ନିର୍ବାଣ କଲା !ଏଥିରେ ଏଡସ ଏବଂ କୁଷ୍ଠ ରୋଗୀ ଅତି ଜଟିଳ ବ୍ୟାଧିରେ କଷ୍ଟ ପାଉଥିବା ଲୋକଙ୍କ ନିମନ୍ତେ ଧର୍ମଶାଳା, ଅନାଥ ଆଶ୍ରମ, ବିଦ୍ୟାଳୟ ନିର୍ମାଣ କଲା !ଦେଖନ୍ତୁ କେତେ ବଡ଼ ମହାନ ପ୍ରେମ !

 

ପ୍ରଥମ ଶାମୁୟେଲ :-18:1-16 ବଚନରେ ଯୋନାଥନ ଏବଂ ଦାଉଦଙ୍କ ପ୍ରେମକୁ ଦେଖୁଛୁ !ଇଶ୍ରାଏଲର ପ୍ରଥମ ରାଜା ଶାଉଲ ଅଟନ୍ତି !ତାଙ୍କ ପୁତ୍ର ଯୋନାଥନ ଅଟେ !ଦାଉଦ ମେଷ ଜଗୁଆଳି !ଶାଉଲଙ୍କୁ ଲାଗିଥିବା ମନ୍ଦ ଆତ୍ମା ଛାଡି ଚାଲିଯିବାକୁ, ସୀତାରା ବଜାଇବାକୁ ରାଜଭବନକୁ ଦାଉଦଙ୍କୁ ଆଣିଥିଲେ !ଯୋନାଥନ ଓ ଦାଉଦ ଉତ୍ତମ ବନ୍ଧୁ ହେଲେ !କେତେକ କାରଣ ଯୋଗୁ ଶାଉଲ ଦାଉଦଙ୍କୁ ହତ୍ୟା କରିବା ନିମନ୍ତେ ମନୁଷ ପଠାଇଲା ବେଳେ ଯୋନାଥନ ଦାଉଦ ନିମନ୍ତେ ନେହୁରା ହୋଇ ସାହାଯ୍ୟ କରିବା ଆମେ ଦେଖୁଅଛୁ !ଆଉ ଦାଉଦ ଶାଉକୁ ଭୟ କରି, ଅରଣ୍ୟରେ ଲୁଚିକି ରହିଥିବା ବେଳେ ମଧ୍ୟ ଯୋନାଥନ ସେଠାକୁ ଯାଇ ଦାଉଦଙ୍କୁ ସାହସ ଦେଇ, ସାନ୍ତ୍ୱନା କରିବା ଆମେ ଦେଖୁଅଛୁ !ଦେଖନ୍ତୁ ଗୋଟିଏ ଦେଶର ରାଜପୁତ୍ର ଜଣେ ସାଧାରଣ ଯୁବକଙ୍କ ପ୍ରତି ଥିବା ନିଷ୍କପଟ ପ୍ରେମ !

 

ପ୍ରିୟ ବନ୍ଧୁଗଣ, ଆମେ ଅନ୍ୟ ପ୍ରତି ଦେଖାଉଥିବା ପ୍ରେମ କେମିତି ଅଟେ, ଅଳ୍ପ ଆଲୋଚନା କରିବା !ଆମକୁ କିଛି ଲାଭ ଆସୁଛି ବୋଲି ଆମେ ଅନେକ ଥର ନକଲି ପ୍ରେମ ଅନ୍ୟ ମାନଙ୍କୁ ଦେଖାଇ ଥାଉ !କିନ୍ତୁ ମୋଦେର ଟେରେସା ଲାଭ ନିମନ୍ତେ, ସୁନାମ ନିମନ୍ତେ, ପ୍ରଶଂସା ନିମନ୍ତେ ଭାରତୀୟ ମାନଙ୍କୁ ସେବା କରି ନାହାନ୍ତି !ସେ ନିଜକୁ ନତ ହୋଇ ଜୀବନଯାପନ କରିବା ଆମେ ଜାଣିଚୁ !ସବୁଠୁ ଯୀଶୁଖ୍ରୀଷ୍ଟ ତାଙ୍କ ପ୍ରାଣକୁ ଅର୍ପଣ କରି ଆମ୍ଭପ୍ରତି ଦେଖାଇ ଥିବା ସତ୍ୟ ପ୍ରେମ କେତେ ମହାନ !ସେଥିପାଇଁ ହିଁ ଆମେ ଆଉ ଠିଆ ହୋଇଛୁ !ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କର ସତ୍ୟ ପ୍ରେମ ଅନ୍ୟଙ୍କ ପ୍ରତି ଦେଖାଇବା !ଖ୍ରୀଷ୍ଟଙ୍କ ରୂପକୁ ପ୍ରତିବିମ୍ବ କରିବା !ହାଲେଲୁୟା !

- ଶ୍ରୀମତୀ ଦିବ୍ୟା ପେରନାଡ 

 

ପ୍ରାର୍ଥନା ଅନୁରୋଧ :-

ସାତ ହଜାର ମିଶିନାରୀ ମାଧ୍ୟମରେ ଏକ ଲକ୍ଷ ଗ୍ରାମ ପାଇବା ନିମନ୍ତେ, ସମଦର୍ଶନ ପାଇଥିବା ସେବକ ମାନଙ୍କୁ ଆମ୍ଭସହ ଏକତା ନିମନ୍ତେ, ସଦାପ୍ରଭୁ ଦେଇଥିବା ଦର୍ଶନ ସମ୍ପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al