By Village Missionary Movement
Monday, 24-Oct-2022ଆଜିର ବାକ୍ୟ (Oriya) 24-10-2022 (Youth Special)
ପିତାଙ୍କ ପ୍ରେମ
"...ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ" - ମାଥିଉ 9:6
ପ୍ରିୟ ଯୁବକଗଣ, ମୁଁ ଗୋଟିଏ କାହାଣୀ ତୁମ୍ଭଙ୍କୁ କହିବାକୁ ଇଚ୍ଛା କରୁଅଛି !ଗୋଟିଏ ଗ୍ରାମରେ ମେରୀ ନାମକ ଜଣେ ଯୁବତୀ ଥିଲା !ତାହାର ମାଆ ନ ଥିବା ହେତୁ ତାହାଙ୍କ ପିତା ତାଙ୍କୁ ବହୁତ ପ୍ରେମ କରୁଥାଏ !ସେ ଉଚ୍ଚଶିକ୍ଷା ନିମନ୍ତେ ଅନ୍ୟ ରାଜ୍ୟକୁ ଗଲା !ସେଠାରେ ଥିବା ମନ୍ଦ ସାଙ୍ଗସାଥୀ ମାନଙ୍କ ଦ୍ଵାରା ଜାଗତିକ ମନ୍ଦତାରେ ଛନ୍ଦି ହୋଇଗଲା !ବାପାଙ୍କୁ ମିଛ କହି ଅଧିକା ଟଙ୍କା ନେବାର ଆରମ୍ଭ କଲା !ଆଉ କଲେଜକୁ ନ ଯାଇ, ଛାତ୍ରୀବାସରେ ନ ରହି ବାହାରେ ବୁଲିବା ଆରମ୍ଭ କଲା !ଏହି ବିଷୟରେ ତାଙ୍କ ବାପା ଜାଣି ନାହାନ୍ତି !କିଛି ଦିନ ପରେ ମେରୀଙ୍କ ଠାରେ ଆଉ ଟଙ୍କା ନାହିଁ ବୋଲି ତାର ସାଙ୍ଗସାଥୀ ଜାଣି ପାରି ତାଙ୍କୁ ଛାଡି ଚାଲିଗଲେ !ତେବେ ମେରୀ ତାର ଅବସ୍ଥା ଜାଣିପାରି ସର୍ବଦା ଦୁଃଖିତ ହୋଇ ପ୍ରଭୁଙ୍କର ଠାରେ କ୍ଷମାଭିକ୍ଷା ମାଗିଲା !ଆଉ ତାଙ୍କ ବାପାଙ୍କୁ ମଧ୍ୟ ଏକ ଚିଠି ଲେଖି କ୍ଷମାଭିକ୍ଷା ମାଗିଲା !ତାକୁ ତାର ବାପା କେତେ ପ୍ରେମରେ କ୍ଷମା କରି ଗ୍ରହଣ କଲା !
ପବିତ୍ର ବାଇବଲରେ ଏମିତି ଉପମା ଯୀଶୁଖ୍ରୀଷ୍ଟ କହିଛନ୍ତି, ଲୁକ :-15:12 ରେ ସାନ ପୁଅଙ୍କ ଉପମାକୁ ପଡୁଛୁ, ସେ ତାଙ୍କ ପିତାଙ୍କ ଠାରୁ ସମ୍ପତ୍ତିର ଭାଗକୁ ମାଗି, କଦାଚାରରେ ଦୁର୍ମାର୍ଗରେ ବଞ୍ଚିବାକୁ ଦୂର ଦେଶକୁ ଚାଲିଗଲା !ସେଠାରେ ତାର ସମ୍ପତ୍ତିକୁ ଉଡାଇ ଦେଇ ଏକାକୀ ହୋଇଗଲା !ସେତେବେଳେ ତାର ବାପାଙ୍କ ଗୃହକୁ ମନେ ପକାଇ, ସେଠାରେ ମୁଲିଆ ମାନଙ୍କର ଖାଦ୍ୟ ବଳିପଡୁଅଛି, ମୁଁ ପୁନର୍ବାର ଫେରିଯିବି ବୋଲି ମନେ କଲା !ମାତ୍ର ତାର ପିତା ତାଙ୍କୁ ଦୂରରୁ ଦେଖି ଧୌଡିଯାଇ ତାହାକୁ ଆଲିଙ୍ଗନ କରି, ସବୁଠାରୁ ଭଲଲୁଗାକୁ ଧାରଣ କରାଇ ଉଶ୍ଚବ ମନାଇ ତାଙ୍କ ଆଗମନକୁ ମହାଆଡମ୍ବରରେ ପାଳନ କଲା !
ପ୍ରିୟ ଯୌବନ ଭାଇ ଓ ଭଉଣୀ ଗଣ, ପବିତ୍ର ବାଇବଲ କହେ, ଜଣେ ପାପୀ ମନପରିବର୍ତ୍ତନ କରିଲେ, ସ୍ୱର୍ଗ ରାଜ୍ୟରେ ମହା ଆନନ୍ଦ ହୁଏ !ଆଉ ଜଗତର ଇଚ୍ଛାରେ ଛନ୍ଦି ହୋଇ ମନ୍ଦ ସ୍ଵଭାଵରେ ସଂଗ୍ରାମ କରୁଥିବା ପ୍ରତ୍ୟେକ ଯୌବନ ମାନଙ୍କୁ ପ୍ରଭୁ କହୁଥିବା ସନ୍ଦେଶ ଏହା ଅଟେ !ସେ ପାପକୁ ଘୃଣା କରନ୍ତି ମାତ୍ର ପାପୀମାନଙ୍କୁ ପ୍ରେମ କରନ୍ତି !ଆମ ନିମନ୍ତେ କୃଶରେ ତାଙ୍କର ନିଜ ରକ୍ତକୁ ଝରାଇ, ଆମକୁ ଉଦ୍ଧାର କଲେ !ପୃଥିବୀର ମନୁଷ୍ୟ ମାନଙ୍କ ପାପ କ୍ଷମା କରିବା ଅଧିକାର ତାହାଙ୍କୁ ହିଁ ଅଛି !ତେଣୁକରି ସମ୍ପୂର୍ଣ୍ଣ ମନରେ ତୁମ୍ଭର ପାପକୁ ଗ୍ରହଣ କରି, ପ୍ରଭୁଙ୍କର ଠାରେ ସ୍ୱୀକାର କଲେ, ସେ ତୁମ୍ଭଙ୍କୁ କ୍ଷମା ଦେଇ, ସେହି ପାପରୁ ଆପଣାକୁ ମୁକ୍ତ କରିବା ଶକ୍ତିଶାଳୀ ହୋଇଛନ୍ତି !ତେଣୁକରି ପ୍ରଭୁଙ୍କର ଠାରେ ଆପଣା ଜୀବନକୁ ସମର୍ପଣ କରନ୍ତୁ, ସେ ରକ୍ଷା କରିବେ !ହାଲେଲୁୟା !
- ଶ୍ରୀମତୀ ଶିଳା ଯୋହନ
ପ୍ରାର୍ଥନା ଅନୁରୋଧ :-
ଆମ୍ଭ ସହ ମିଳନ ହୋଇ ସେଵାକାର୍ଯ୍ୟ କରୁଥିବା ସେବକ ମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.