By Village Missionary Movement
Sunday, 23-Oct-2022ଆଜିର ବାକ୍ୟ (Oriya) 23-10-2022
ସମୟ ସ୍ବର୍ଣ୍ଣ ଅଟେ
“ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ, ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ।“ - ଏଫିସୀୟ 5:15-16
ହାଇ ଫ୍ରେଣ୍ଡସ, କେମିତି ଅଛ ? ଭଲ ଅଛ କି ? ସ୍କୁଲ ଜୀବନ ଅତି ଖୁସିରେ ବିତୁଛି କି ? ଗୋଟେ ଦିନ ଛୁଟି ପାଇଲେ ବାହାରକୁ ଯାଇ ସୌନ୍ଦର୍ଯ୍ୟ ଭରା ସ୍ଥାନ ଗୁଡିକ ଦେଖିବାକୁ ଇଚ୍ଛା ଅଛି କି ? ଇଚ୍ଛା ସଠିକ ଅଟେ, କିନ୍ତୁ ସମୟକୁ କିପରି ବିନିଯୋଗ କରୁଛ ? ତୁମେ ପଚାରି ପାର, ଆମେ ଛୋଟ ପିଲାମାନେ ତ, ଆମେ ଖୁସିରେ ରହିବା ଉଚିତ ନୁହେଁ କି ? ଛୋଟ ବୟସରୁ ହିଁ ତୁମ୍ଭେମାନେ ସମୟର ସତବ୍ୟବହାର କରିବା ଅଭ୍ୟାସ କଲେ ତୁମ୍ଭେ ଅନେକଙ୍କ ଆଶୀର୍ବାଦ ହୋଇ ବଦଳିବ !ଠିକ ଅଛି, କୀର୍ତ୍ତି ତାଙ୍କ ଛୁଟି ଦିନକୁ କିପରି ବିନିଯୋଗ କଲା, ତାହା ଏକ କାହାଣୀ ମାଧ୍ୟମରେ ଜାଣିବା କି ?
ଗୋଟିଏ ଦିନ କୀର୍ତ୍ତି ତାଙ୍କ ବାପାଙ୍କ ସହିତ ଏକ ନଡ଼ିଆ ତୋଟାକୁ ଗଲା !ତାହା ଅରଣ୍ୟର ଏକ ନଦୀକୂଳରେ ଥିଲା !ଦେଖିବାକୁ ତାହା ଅତି ମନୋହର ଅଟେ !ସେହି ନଡ଼ିଆ ଗଛରେ ଗୁଣ୍ଡୁଚି ମୂଷା ଖେଳିବା, ଘରଚଟିଆ ଚଢେଇ କିଚିରି ମିଚିରି ହୋଇ ରଡି କରି ରହିବା ଆଗ୍ରହରେ କୀର୍ତ୍ତି ଦେଖୁଥାଏ !ସେତିକିବେଳେ ବାପା ପଇଡ ହାଣିକି ଦେଲା !ସେହି ପଇଡ ପାଣି ବହୁତ ସ୍ୱାଦ ଅଛି !ତୁମେ ମଧ୍ୟ ପଇଡ ପାଣି ପିଇବ କି ? ହଁ ଗ୍ରୀଷ୍ମ ଋତୁରେ ପିଇଲେ ଶରୀର ପାଇଁ ହିତକର ଅଟଇ !ଠିକ ଅଛି, ଏହି କୀର୍ତ୍ତି ତାପରେ କଣ କଲା ଜାଣିଛ କି ? ସେହି ବଗିଚାରେ ଥିବା ଗଛ ଗୁଡିକୁ ପାଇଫ ସାହାଯ୍ୟରେ ଜଳ ଢ଼ାଳିଲା !ଆଉ ସେ ମଧ୍ୟ ଆନନ୍ଦରେ ସ୍ନାନ କରି ଖେଳାବୁଲା କଲା !ମଧ୍ୟାହ୍ନରେ ଘରକୁ ଯାଇ ଭୋଜନ କରି, କିଛି ସମୟ ଶୋଇଲା !ସନ୍ଧ୍ୟାରେ ହୋମ ୱାର୍କ କରି ସାରି, ଘର ସଫା କଲା !ହେ ଛୋଟ ପିଲାମାନେ ତୁମେ ମାଆଙ୍କୁ ସାହାଯ୍ୟ କରିବ କି ? ସୁପର, କୀର୍ତ୍ତିଙ୍କ ମାଆ ଚା 'ବନାଇବାକୁ ଚିନି ନ ଥିବା ଯୋଗୁ କୀର୍ତ୍ତିକୁ ଦୋକାନକୁ ଯିବାକୁ କହିଲା !ସେହି କାମ ମଧ୍ୟ କୀର୍ତ୍ତି ଆନନ୍ଦରେ କଲା !ସେହି ଦିନ ରାତିରେ ପରିବାର ପ୍ରାର୍ଥନାରେ ପ୍ରଭୁଙ୍କୁ ଧନ୍ୟବାଦ ଜଣାଇଲା !କୀର୍ତ୍ତି ସେହି ଗୋଟିଏ ଦିନର ଛୁଟିକୁ ଉତ୍ତମ ରୂପେ ସତବ୍ୟବହାର କଲା !
ପ୍ରିୟ ସନ୍ତାନଗଣ, ଯୀଶୁବାପା ଆମକୁ ଦେଉଥିବା ପ୍ରତ୍ୟେକ ଗୋଟିଏ ଦିନ, ପାଇ ନ ପାରିବା ବହୁମୂଲ୍ୟ ଅଟେ !ସମୟ ସ୍ବର୍ଣ୍ଣ ସଦୃଶ୍ୟ !ସିନିମା, ସେଲଫୋନ, ଟି. ବି. ଦେଖି ହୋମ ୱାର୍କ ନ କରି, ପାଠରେ ଆଗ୍ରହ ନ ଦେଖାଇ ରହିବା ଉଚିତ ନୁହେଁ !କୀର୍ତ୍ତିଙ୍କ ସଦୃଶ୍ୟ ଖୁସିରେ ଆନନ୍ଦ ମନାଇବା ଉଚିତ !ତଦ୍ରୁପ ତୁମ୍ଭ ଦାଇତ୍ୱକୁ ମଧ୍ୟ ସମ୍ପୂର୍ଣ୍ଣ କରିବା ଉଚିତ !ଓକେ ତ ପିଲାମାନେ, ଉତ୍ତମ ନିର୍ଣ୍ଣୟ ନେବାକୁ ମୋର ସ୍ୱାଗତ !ଧନ୍ୟବାଦ ପିଲାମାନେ !ଠିକ ଅଛି ପିଲାମାନେ ଟାଇମ ଇସ ଗୋଲଡ ବୋଲି ଆମେ ଏବେ ଶିଖିଲୁ ତ !ହାଲେଲୁୟା !
- ଏ. ବିହୁଲା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.