By Village Missionary Movement
Friday, 21-Oct-2022ଆଜିର ବାକ୍ୟ (Oriya) 22-10-2022
ଲେଖା ବଦଳି ଯିବ
“ହେ ସଦାପ୍ରଭୁ,... ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ ହିଜକୀୟ ଅତିଶୟ ରୋଦନ କଲେ।“ - ଦ୍ୱିତୀୟ ରାଜାବଳୀ 20:3
ଜନ ଡ଼ି ରାକଫେଳର ସିନିଅର ନାମକ ଇଏ କିପରି ହେଲେ ଟଙ୍କା ରୋଜଗାର କରିବା ଉଚିତ ବୋଲି ମନସ୍ତ କରି, ସେଥିପାଇଁ ପରିଶ୍ରମ କରି କର୍ମ କରିବା ଆରମ୍ଭ କଲା !ତେୟାଳସି ବର୍ଷ ବୟସରେ ପୃଥିବୀରେ ବଡ଼ କମ୍ପାନୀର ମାଲିକ ହେଲା !ତେପନ ବର୍ଷ ବୟସରେ ପୃଥିବୀରେ ମହାନ ଧନୀ ହେଲା !କିନ୍ତୁ ସେ ସମୟରେ ତାଙ୍କୁ ଆଲୋଫେସିଆ ନାମକ ଏକ ରୋଗ ହେଲା !ତାର ସମସ୍ତ ଚୁଟି ଝଡିଗଲା !ସେ କ୍ଷୀର ଏବଂ ବିସ୍କୁଟ ହିଁ ଖାଇ ପାରିବ ଏହା ଛଡା ଆଉ କିଛି ହିଁ ଖାଇ ପାରିବ ନାହିଁ !କେତେ ବଡ଼ ଦୁଃସ୍ଥିତି ଅଟେ !ତାଙ୍କୁ ସୁସ୍ଥ କରିବା ଡାକ୍ତର କହିଲେ, ସେ ଆଉ କେବଳ ଦୁଇ ବର୍ଷ ହିଁ ଜୀବନରେ ଥିବ !ସେ ନିଦକୁ ଭୁଲିଗଲା !ସେ ଦିନେ ସକାଳେ ନୂଆ ଶକ୍ତିରେ ଉଠିଲା !ତାଙ୍କ ପାଖରେ ଥିବା ଅଜସ୍ର ଧନକୁ ନେଇ ମିଶିନାରୀ ସେବାକୁ, ଦରିଦ୍ରମାନଙ୍କୁ ଦେଇ ସାହାଯ୍ୟ କରିବା ଆରମ୍ଭ କଲା !"ରାକଫେଳର ଫାଉଣ୍ଡେସନ" ନାମରେ ଆରମ୍ଭ କରି, ଡାକ୍ତର ସେବା ନିମନ୍ତେ ଆବଶ୍ୟକତା ଟଙ୍କା ଦେଇଥିବା ତାଙ୍କ ମାଧ୍ୟମରେ "ପେନସିଲିନ"ଆବିଷ୍କାର ହେଲା !ତାହାଙ୍କ ଦୁଃଖ ଖୁସିରେ ପରିଣତ ହେଲା !ତାଙ୍କୁ ଡାକ୍ତର ମାନେ କହିଲେ, ତେପନ ବର୍ଷ ବୟସରେ ଜୀବନ ହରାଇବ !କିନ୍ତୁ ସେ ଆଉ ୯୮ ବର୍ଷ ବୟସ ପର୍ଯ୍ୟନ୍ତ ଆରୋଗ୍ୟ ଭାବେ ବଞ୍ଚି ଖ୍ରୀଷ୍ଟଙ୍କ ଠାରେ ମୃତ୍ୟୁବରଣ କଲା !
ବର୍ତମାନ ଆମେ ଦେଖିଥିବା ଘଟଣା ଅନୁସାରେ ପବିତ୍ର ବାଇବଲରେ ମଧ୍ୟ ହିଜକୀୟ ରାଜା ସାଂଘାତିକ ପୀଡ଼ା ହୋଇଥିଲା।ସେତେବେଳେ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।’”ସେବେ ସଦାପ୍ରଭୁଙ୍କର ସାନିଧ୍ୟରେ ହିଜକୀୟ ରାଜା ପ୍ରାର୍ଥନାର ସହିତ ଅତିଶୟ ରୋଦନ କଲେ।ପୁନର୍ବାର ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ, ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ; ଦେଖ, ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ; ! ଆଉ ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା !ଆଉ ହିଜକୀୟଙ୍କ ମୃତ୍ୟୁର ଦିନ ବଦଳାଇ ଦିଆଗଲା !
ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ଅନେକ ଦିନ ହେବ ରୋଗରେ ସଂଗ୍ରାମ କରୁଛ କି ? ଡାକ୍ତର ଦ୍ଵାରା ତୁମ୍ଭ ମୃତ୍ୟୁର ତାରିଖ ଘୋଷଣା କରାଯାଇଛି କି ? ଅବା ଏତେ ଦିନ ହିଁ ତୁମ୍ଭ ଜୀବନ ରହିବ ବୋଲି ଲେଖା ହେଲା କି ? ଡାକ୍ତରମାନଙ୍କ ଦ୍ଵାରା ଲେଖା ଯାଇଥିବା, କୃଶରେ ଝରିଥିବା ରକ୍ତ ତାହାକୁ ବଦଳାଇ ପାରିବ !ଆଉ ତୁମ୍ଭ ବିଷୟରେ ଯିଏ ବି ସୃଷ୍ଟି କରିଥିବା ମନ୍ଦ ନାମକୁ ତୁମ୍ଭେ ବଦଳାଇ ପାରୁ ନାହଁ କି ? ପ୍ରଭୁଙ୍କର ଦୃଷ୍ଟିରେ ତୁମ୍ଭେ ଉତ୍ତମ କାର୍ଯ୍ୟକୁ ସମ୍ପୂର୍ଣ୍ଣ କଲାବେଳେ, ଅନ୍ୟ ମାନେ ତୁମ୍ଭ ବିଷୟରେ ତିକ୍ତ ଭାବରେ କହିଥିବା ସବୁକିଛି ଯୀଶୁବାପାଙ୍କ ଦ୍ଵାରା ନିଶ୍ଚିତ ରୂପେ ବଦଳାଇ ଲେଖା ଯିବ !ହାଲେଲୁୟା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନା ଅନୁରୋଧ :-
'ହେ ଯୁବତୀ ଶୁଣ'ନାମକ ପତ୍ରିକା ପଡୁଥିବା ଯୌବନ ପିଲାମାନେ ପ୍ରଭୁଙ୍କର ନିମନ୍ତେ ଆଗ୍ରହ ସହକାରେ ବଞ୍ଚିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.