Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-10-2022
Share:

By Village Missionary Movement

Friday, 21-Oct-2022

ଆଜିର ବାକ୍ୟ (Oriya) 21-10-2022

 

ଆଦରଣୀୟ ରକ୍ଷକ 

 

“ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ଆପଣାକୁ ଓ ତୁମ୍ଭ ନିକଟରେ ଏକତ୍ରିତ ତୁମ୍ଭର ସମସ୍ତ ସମାଜକୁ ପ୍ରସ୍ତୁତ କର, ଆଉ ତୁମ୍ଭେ ସେମାନଙ୍କର ରକ୍ଷକ ହୁଅ।“ - ଯିହିଜିକଲ 38:7

 

1959 ମସିହାରେ ଭାରତ ଦେଶର ସୀମା ଲଦାକର 'ହାର୍ଟସ୍ବେଙ୍ଗ 'ଠାରେ ଦଶ ଜଣ ସାହସୀ ପୋଲିସମାନଙ୍କୁ ଆକ୍ରମଣ କରିଥିବା ଚାଇନା ସୈନିକ ସଂଖ୍ୟା ବଳ ନ ଥିବା ସୈନିକଙ୍କ ଦ୍ଵାରା ହତ୍ୟା ହେଲା !ଏହି ଦଶ ଜଣ ପୋଲିସଙ୍କ ସ୍ଵରଣାର୍ଥେ ଅକ୍ଟୋବର ଏକୋଇଶ ତାରିଖରେ ପୋଲିସଙ୍କ ସ୍ୱରଣ ଦିବସ ରୂପେ ପାଳନ କରି ଆସୁଅଛୁ !2017 ମସିହାରେ ଜନନଗଣନା ଅନୁସାରେ ସ୍ୱାଧୀନତା ପାଇଥିବା ଦିନରୁ ଆଜି ପର୍ଯ୍ୟନ୍ତ ପ୍ରାୟ 34844 ଜଣ ପୋଲିସ ପ୍ରାଣ ହରାଇଛନ୍ତି ବୋଲି ଲେଖା ହୋଇଛି !ସେ ସମସ୍ତଙ୍କ ସ୍ଵରଣାର୍ଥେ ପରାକ୍ରମ ପ୍ରାଚୀର ନାମକ ତିରିଶି ଫୁଟ ଗ୍ରାନାଇଟ ଶିଳ୍ପଫଳକ ନୂଆଦିଲ୍ଲୀରେ ଆମେ ଦେଖି ପାରିବା !କେବଳ ଏହା ହିଁ ନୁହେଁ, ନାମ ନ କୁହା ଯାଉଥିବା ଅନେକ ପ୍ରାଚୀର ସୈନିକମାନେ ଜୀବନଯାପନ କରିବା ଦିନମାନଙ୍କରେ, କାର୍ଯ୍ୟରତ ସମୟରେ, ଭୋକ, ଶୋଷ, ନିଦକୁ ଭୁଲି ଲୋକଙ୍କ ସଂରକ୍ଷଣ ନିମନ୍ତେ ତାଙ୍କ ଜୀବନ ହିଁ ତ୍ୟାଗ କରିଥିବା ପୋଲିସ ମାନଙ୍କ ନିମନ୍ତେ ନିର୍ମାଣ ହୋଇଛି !ଆଜି ସେ ସମସ୍ତଙ୍କୁ ମନେପକାଇବା, ପ୍ରଭୁଙ୍କୁ କୃତଜ୍ଞତା ଜଣାଇବା !

 

ପବିତ୍ର ବାଇବଲରେ ମଧ୍ୟ ମର୍ଦ୍ଧେଖୟ ନାମକ ଦ୍ଵାରପାଳକ ରାଜାଙ୍କ ଜୀବନ ରକ୍ଷା କରିବା, ଯୀହୂଦୀମାନଙ୍କୁ ବିନାଶରୁ ରକ୍ଷା କରିବାକୁ ସଂଗ୍ରାମ କରି ବିଜୟୀ ଲାଭ କରିଥିବା ଆମେ ଜାଣିଅଛୁ ! ନିହିମୀୟା ଯେରୁଶାଲେମର ପ୍ରାଚୀର ନିର୍ମାଣ କଲାବେଳେ, ରାତିଦିନ ପ୍ରହରୀ ହେଲୁ, କିନ୍ତୁ ଅସ୍ତ୍ରଗୁଡିକ ସଫା କରିବାକୁ ଛଡା ଆଉ କିଛିକୁ ଅପସାରିତ ହୋଇନାହିଁ !ପ୍ରଭାତ ଠାରୁ ସନ୍ଦ୍ୟା ନକ୍ଷେତ୍ର ଦେଖାଯିବା ପର୍ଯ୍ୟନ୍ତ ବର୍ଚ୍ଛା ଧରିଲୁ !ଗୋଟିଏ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରି ପ୍ରହରୀ ହେଲୁ ବୋଲି ତାର ନିଜ ଦେଶ ନିମନ୍ତେ ସମର୍ପଣ ସହିତ କର୍ମ କରିବା ଆମେ ପଡ଼ୁଅଛୁ !ଏହି ସବୁ ଆମ ହୃଦୟରେ ଦେଶ ନିମନ୍ତେ ସ୍ଥିରତା ବଜାୟ ରଖୁଛି !

 

ପ୍ରିୟ ବନ୍ଧୁଗଣ, ଏହି ପ୍ରକାରରେ ତୁମ୍ଭ ଦେଶ ନିମନ୍ତେ ତ୍ୟାଗ କରିଥିବା ଜୀବନ ଇତିହାସରେ ଅଛି !ସବୁଠାରୁ ଜଗତ ନିମନ୍ତେ ଯୀଶୁଖ୍ରୀଷ୍ଟ କୃଶରେ ତ୍ୟାଗବଳି ହେଲେ !ଆଉ ସୁସମାଚାର ନିମନ୍ତେ କେତେ ପବିତ୍ର ବ୍ୟକ୍ତି ସାଙ୍ଘାତିକ ହୋଇ ମୃତ୍ୟୁବରଣ କରିଛନ୍ତି !ଏପରି ରକ୍ତାକ୍ତ ହୋଇ ମୃତ୍ୟୁ ହେବାକୁ ଆହ୍ୱାନ ଆମ ସମସ୍ତଙ୍କୁ ନ ଥିଲେ ମଧ୍ୟ ଦେଶକୁ ପ୍ରହରୀ ଭାବେ ରହିବାକୁ ପ୍ରଭୁ ଆମ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି !ଆମେ ପ୍ରସ୍ତୁତ ହୋଇ, ଆମ୍ଭ ସହ ଗୋଟିଏ ଦୋଳକୁ ପ୍ରସ୍ତୁତ କରିବା !ଏଥି ନିମନ୍ତେ ତୁମ୍ଭେ ପ୍ରସ୍ତୁତ କି ? 

- ଶ୍ରୀମତୀ ମଞ୍ଜୁଳା 

 

ପ୍ରାର୍ଥନା ଅନୁରୋଧ :-

ପ୍ରାର୍ଥନା ଗୋଷ୍ଠୀର ନେତାମାନଙ୍କ ପାଇଁ ପ୍ରକାଶିତ ପତ୍ରିକା ମୁଦ୍ରଣ କରିବାର ଆବଶ୍ୟକତା ପାଇଁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al