Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-10-2022 (Youth Special)
Share:

By Village Missionary Movement

Monday, 17-Oct-2022

ଆଜିର ବାକ୍ୟ (Oriya) 17-10-2022 (Youth Special)

 

ହେ ଯୁବତୀ ଶୁଣ 

 

“ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ” - ଏବ୍ରୀ 12:4

 

ଆମ ଜୀବନରେ ଆମେ ପବିତ୍ରତାରେ ଜୀବନଯାପନ ନ କରି ପାପ କରିବା ଯୋଗୁ ପ୍ରଭୁଙ୍କର ଠାରୁ ହରାଉ ଥିବା ଚାରୋଟି ବିଷୟରେ ଆଜି ଧ୍ୟାନ କରିବା !

 

(1).ପ୍ରଭୁଙ୍କର ସାନିଧ୍ୟ :-ଖ୍ରୀଷ୍ଟିଆନ ଜୀବନରେ ଅତି ଗୁରୁତ୍ୱ ହେଉଛି ପ୍ରଭୁଙ୍କର ସାନିଧ୍ୟ !ମାତ୍ର ଆମେ ଧୌର୍ଯ୍ୟର ସହ ପାପ କଲାବେଳେ ପ୍ରଭୁଙ୍କର ସାନିଧ୍ୟକୁ ହରାଇବା !ପ୍ରତିଦିନ ପବିତ୍ର ବାଇବଲ ଧ୍ୟାନ କରି ପାରିବା ନାହିଁ, ପ୍ରାର୍ଥନା କରି ପାରିବା ନାହିଁ, ସେଥିପାଇଁ ଆତ୍ମୀୟ ଜୀବନ ପଛକୁ ଫେରି ଅବିଶ୍ୱାସୀ ଭାବେ ବଦଳିବାର ସୁଯୋଗ ଅଛି !

 

(2).ବିଶ୍ୱାସ :-ଯାକୁବ :-1:14 ରେ କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ;

ବୋଲି ଆମେ ପଢ଼ୁଛୁ !ପାପ କରିବା ହେତୁ ଶଇତାନ ଠାରେ ଛନ୍ଦି ହୋଇ ବେଦନାର ସ୍ୱୀକାର ହେଉଛୁ !ଏହି ବେଦନା ସମୟରେ ପ୍ରଭୁଯୀଶୁଙ୍କ ଠାରେ ଥିବା ବିଶ୍ୱାସଟି ଲୋପ ପାଇ ଯାଉଛି !

 

(3).ସମାଧାନ :-ପ୍ରଭୁ ଦେଇଥିବା ସମାଧାନ ଆମଠାରେ ଥିଲେହିଁ ଆମେ ଏବଂ ଆମ ଚତୁଃପାର୍ଶ୍ୱରେ ଥିବା ଜନତା ଆନନ୍ଦରେ ବଞ୍ଚି ପାରିବେ !ପାପ କରି ପ୍ରଭୁଙ୍କର ସମାଧାନ ହରାଇବା ବେଳେ ମନ ବିଚଳିତ ହୁଏ !

ଦ୍ୱନ୍ଦ୍ୱ ସୃଷ୍ଟି ହୁଏ !ଏଥିପାଇଁ ଜୀବନରେ ଆନନ୍ଦ ଉଭେଇ ଯିବା ସ୍ତିତି ଉପୁଜିବ !

 

(4).ଆଶୀର୍ବାଦ :-ଆମେ ଜୀବନଯାପନ କରୁଥିବା ପାପର ଜୀବନ ପ୍ରଭୁଙ୍କୁ ଦୁଃଖ ଦେବାବେଳେ, ସେ ଆମ ନିମନ୍ତେ ସାଇତି ରଖିଥିବା ଆଶୀର୍ବାଦ ଗୁଡିକ ଆମେ ସ୍ୱାଧୀନ କରି ନ ପାରି ବାଧା ଦେବ !ପ୍ରଭୁ ଆମ ନିମନ୍ତେ ରଖିଥିବା ଯୋଜନାଗୁଡିକ ଡେରି ହେବ !

 

ପ୍ରିୟ ଯୌବନଗଣ, ପବିତ୍ର ବାଇବଲରେ ଶାମଶୋନ ଏବଂ ଯୋଶେଫ ଦୁଇ ଜଣ ଯୁବକଙ୍କ ଜୀବନ ବିଷୟରେ ଯଦି ଆମେ ଧ୍ୟାନ କରିବା ତାହାହେଲେ, ଦୁଇ ଜଣ ଯାକ ପ୍ରଭୁ ସୃଷ୍ଟି କରିଥିବା ଭୂମିକା ଅଟନ୍ତି !ଯୋଶେଫ ନାମକ ଯୁବକ ପାପକୁ ବିରୋଧ କରି, ସଂଗ୍ରାମ କରି, ପରମେଶ୍ୱର ଅନୁଗ୍ରହ କରିଥିବା ଆଶୀର୍ବାଦର ଜୀବନ ପାଇଲା !କିନ୍ତୁ ଶାମଶୋନ ନାମକ ଯୁବକ ପାପରେ ପଡି ଗ୍ରହଣ ଯୋଗ୍ୟ ନ ହୋଇ, ସଂଗ୍ରାମ କରିବାକୁ ମନ ନ ଥିବା ବ୍ୟକ୍ତି ହୋଇ, ପ୍ରଭୁଙ୍କର ସାନିଧ୍ୟକୁ ହରାଇ, ଅନେକଙ୍କର ହାସ୍ୟାସ୍ପଦ ରୂପେ ବଦଳି, ତାଙ୍କୁ ଅନୁଗ୍ରହ କରିଥିବା ଆଶୀର୍ବାଦ ଗୁଡିକୁ ହରାଇ ମୃତ୍ୟୁବରଣ କଲା !ଆମେ ଆମ ନିଜର ଶକ୍ତିରେ ପାପକୁ ବିଜୟ କରି ପାରିବା ନାହିଁ !ଶାରୀରିକ ଅନୁସାରେ ଚେଷ୍ଟା କଲାବେଳେ, ପୁନର୍ବାର ସେହି ପାପରେ ହିଁ ପଡ଼ିବାର ସୁଯୋଗ ଅଛି !କେବଳ ଯୀଶୁଙ୍କର ରକ୍ତ ହିଁ ପ୍ରତ୍ୟେକ ପାପରୁ ଆମକୁ ପବିତ୍ର କରିବ !ପାପକୁ ବିଜୟୀ କରିବାର ଶକ୍ତି, ପବିତ୍ର ଆତ୍ମାର ସାହାଯ୍ୟ ପ୍ରଭୁ ଆମକୁ ଦେଇଛନ୍ତି !ପବିତ୍ର ଆତ୍ମାର ସାହାଯ୍ୟରେ ପାପର ବିରୁଦ୍ଧରେ ଠିଆ ହୋଇ, ସଂଗ୍ରାମ କରି, ପବିତ୍ର ଜୀବନରେ ଜୀବନଯାପନ କରି, ବିଜୟୀ ପାଇବା !ହାଲେଲୁୟା !

- ଶ୍ରୀମତୀ ଜାବା ଗାନେସ ଶେଖାର 

 

ପ୍ରାର୍ଥନା ଅନୁରୋଧ :-

ପ୍ରତ୍ୟେକ ମାସରେ ପ୍ରାୟ ଶତଚାଳିଶ(47)ହଜାର ଛୋଟ ପିଲାମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମକୁ ଘୋଷଣା କରୁଛୁ !ସେହି ବାକ୍ୟ ଶୁଣୁଥିବା ଛୋଟ ପିଲାମାନେ ପ୍ରଭୁଙ୍କର ପ୍ରେମକୁ ଗ୍ରହଣ କରି, ସେହି ପ୍ରେମରେ ବଢିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al