By Village Missionary Movement
Saturday, 15-Oct-2022ଆଜିର ବାକ୍ୟ (Oriya) 15-10-2022
ସ୍ବୀକାରୋକ୍ତି
“ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ।“ - ହିତୋପଦେଶ 28:13
ଯୋହନ ଏବଂ ମେରୀ ଭାଇଭଉଣୀ ଅଟନ୍ତି !ସେମାନେ ଛୁଟିରେ ତାଙ୍କ ଆଇଙ୍କ ଗାଁକୁ ଗଲେ !ତାଙ୍କ ଆଇଙ୍କ ଘରରେ କୁକୁଡ଼ା, ଗାଇ, ଛେଳି, ବତକ ଥିବ !ଘରକୁ ଯିବା ଯୋଗୁ ତାଙ୍କ ଆଇ ଅନେକ ପ୍ରକାରର ରନ୍ଧା ଖାଦ୍ୟ ପରଷିବ !ଦିନେ ଦୁଇ ଜଣ ଖେଳୁଥାନ୍ତି !ସେତେବେଳେ ଯୋହନ ଗୋଟିଏ ବତକ ଛୁଆଁକୁ ଧରି ଖେଳୁ ଥାଏ !ଅଜାଣତରେ ସେହି ବତକ ଛୁଆଁଟି ମରିଗଲା !ସଙ୍ଗେସଙ୍ଗେ ଯୋହନ ଭୟରେ ଚାରି ପଟେ ଦେଖିଲା !କେହି ଦେଖା ଗଲେ ନାହିଁ !ଗୋଟିଏ ଗାତ ଖୋଲି ସେଥିରେ ମରି ଯାଇଥିବା ବତକକୁ ପୋତି ଦେଲା !ସେତେବେଳେ କେହି ଦେଖି ନାହାନ୍ତି ବୋଲି ଭାବନା କରି ପଛକୁ ଵୁଲି ପଡି ଦେଖି ଝଟକା ହେଲା !ପଛ ଆଡେ ମେରୀ ଠିଆ ହୋଇଅଛି !ସଙ୍ଗେସଙ୍ଗେ ମେରୀ ଡରାଇ କହିଲା, ଏବେ ମୁଁ ଆଇଙ୍କୁ କହିଦେବି !ଯୋହନ ମେରୀଙ୍କ ସାମ୍ନାରେ କାନ୍ଦିବା ଯୋଗୁ,ମେରୀ ଆଇଙ୍କୁ କହିଲା ନାହିଁ !
ସେହି ଦିନ ରାତିରେ ତାଙ୍କ ଆଇ ଦୁଇ ଜଣକୁ ଭଲ ବାସନା ନୀଳ ଅଣ୍ଡାସ୍ନାକ୍ସ କରିକି ଦେଲା !ମେରୀ ଖାଇକି ଦେଖିଲା ବହୁତ ସ୍ୱାଦ ଅଛି, ସଙ୍ଗେସଙ୍ଗେ ସେ ଯୋହନଙ୍କ ପ୍ଲେଟରୁ ମିଠାମିଠା ପଦାର୍ଥ ନେଇ ଗଲା !ଯୋହନଙ୍କୁ ରାଗ ଲାଗିବାରୁ କହିଲା, ଆଇଙ୍କୁ କହିଦେବି !ସଙ୍ଗେସଙ୍ଗେ ମେରୀ କହିଲା, ମୁଁ ମଧ୍ୟ ବତକ ବିଷୟରେ କହିଦେବି କହି, ଡ଼ରାଇଲା !ସେହି ଦିନଠୁ ମେରୀ ସବୁଦିନ ବତକ ବିଷୟରେ କହିବି କହି ଧମକ ଦେଉଥାଏ !ସେଦିନ ରାତିରେ ଘଟିଥିବା ସବୁ ଘଟଣା ଯୋହନ ଦେଖି, ଆଇଙ୍କ ନିକଟକୁ ଯାଇ କ୍ଷମା ମାଗିଲା !ସେହିପରି ଆଇ ମଧ୍ୟ କ୍ଷମା ଦେଇ ଦେଲା !ତାପର ଦିନରୁ ଯୋହନ ଆଉ ମେରୀକୁ ଭୟ କଲା ନାହିଁ !
ପବିତ୍ର ବାଇବଲରେ ମଧ୍ୟ 2ୟ ଶାମୁଏଲ ଏଗାର ଅଧ୍ୟାୟରେ ଦାଉଦ ଏକ ବଡ଼ ଦୋଷ କରିବା ଆମେ ଦେଖୁଛୁ !ଏହା ପ୍ରଭୁଙ୍କର ଦୃଷ୍ଟିରେ ତିକ୍ତତା ଅଟଇ !ଉରୀୟକୁ ବୋଧ କରି ତାଙ୍କ ସ୍ତ୍ରୀ ବେତଶେବାଙ୍କୁ ନିଜର ଭାର୍ଯ୍ୟା କଲା !ସଦାପ୍ରଭୁ ପରମେଶ୍ୱର ସେହି ପାପକୁ ନାଥନ ମାଧ୍ୟମରେ ଜଣାଇବା ବେଳେ ଦାଉଦ ପରମେଶ୍ୱରଙ୍କୁ କ୍ଷମା ଭିକ୍ଷା କଲେ !କେବଳ ସେତିକି ନୁହେଁ ଆମେ ସମସ୍ତେ ପାଠ କରି, ବୁଝି ପରିବା ପରି ଗୀତସଂହିତା ଗାଇ, ତାଙ୍କ ଭୂଲକୁ ଅନୁତାପ କରି ସ୍ୱୀକାର କଲା !
ହଁ ପ୍ରିୟ ବନ୍ଧୁଗଣ, ଆମେ ସେହିପରି ପାପରେ ଜୀବନଯାପନ କରୁଥିଲେ, ଭୟ, କ୍ରନ୍ଦନ, ବିନାଶ ହିଁ ଥିବ !ପାପ ଯିବାକୁ ହେଲେ କ୍ଷମା କରିବାକୁ ଖ୍ରୀଷ୍ଟଙ୍କୁ ଅଧିକାର ଅଛି, ତାଙ୍କ ଠାରେ କ୍ଷମା ମାଗିବା ଉଚିତ !ଯଦି ଆମେ ସେମିତି ନ କରିଲେ ଆମ ପାପର ବୋଝକୁ ଲୁଚେଇ, ତାହାକୁ ବହନ କରୁଥିଲେ, ତାହା ଆମ ହୃଦୟକୁ ଆଘାତ ଦେଉ ହିଁ ଥିବ !ଆମକୁ ନିନ୍ଦା କରିବାକୁ ଏବଂ ଆମକୁ ପରମେଶ୍ୱରଙ୍କ ଠାରୁ ଅଲଗା କରିବାକୁ ଶଇତାନ ତାହାକୁ ବ୍ୟବହାର କରିବ !ତେଣୁକରି ଆମ ପାପକୁ ତାଙ୍କ ନିଜ ରକ୍ତ ଝରାଇ, ମୃତ୍ୟୁବରଣ କରି ପୁନରୁଥାନ ହୋଇଥିବା ଯୀଶୁଙ୍କ ପାଦ ନିକଟରେ ରଖିବା !ପ୍ରଭୁଙ୍କର ଶାନ୍ତି ପାଇ ସୁଖୀ ହୋଇ ଜୀବନଯାପନ କରିବା !ଏହି ମୋକ୍ଷର ଆନନ୍ଦକୁ ଆମ ଚତୁଃପାର୍ଶ୍ୱରେ ଥିବା ଲୋକଙ୍କୁ ଜଣାଇବା !ଏବଂ ଏହି ପରିତ୍ରାଣର ସମ୍ବାଦକୁ ଜଣାଇ ସେମାନଙ୍କୁ ମଧ୍ୟ ସ୍ୱର୍ଗ ରାଜ୍ୟରେ ବଞ୍ଚିବାକୁ ଦେବା !ହାଲେଲୁୟା !
- ଶ୍ରୀମତୀ ଦିବ୍ୟା ଆଲେକ୍ସ
ପ୍ରାର୍ଥନା ଅନୁରୋଧ :-
ଆଜି ତାମିଲନାଡୁର ଆଳିଆରୁଲ ନାମକ ସେବା ସ୍ଥାନରେ ହେଉଥିବା ସମାବେଶରେ ପୁନରୁଜ୍ଜୀବନ ଆଶା କରୁଥିବା ଏବଂ ସଦାପ୍ରଭୁ ଆହ୍ୱାନ କରିଥିବା ବ୍ୟକ୍ତିଗଣ ବାଧା ନ ଥାଇ ଆସିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.