Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-10-2022
Share:

By Village Missionary Movement

Thursday, 13-Oct-2022

ଆଜିର ବାକ୍ୟ (Oriya) 14-10-2022

 

ଜୀବନ୍ତ ସତ୍ୟ ପରମେଶ୍ୱର 

 

“ଆଉ, ତୁମ୍ଭେମାନେ ଆମ୍ଭଙ୍କୁ ଅନ୍ୱେଷଣ କରିବ ଓ ସର୍ବାନ୍ତଃକରଣ ସହିତ ଆମ୍ଭଙ୍କୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ।” - ଯିରିମୀୟ 29:13

 

ଆଜି ପର୍ଯ୍ୟନ୍ତ ପୃଥିବୀ ଅନେକ ପ୍ରକାରର ଆବିଷ୍କାର ଦେଖି ଆଚର୍ଯ୍ୟ ହୋଇଛି !ଏହି ଆବିଷ୍କାର କରିଥିବା ଅନେକ ଶାସ୍ତ୍ରଜ୍ଞମାନେ ପ୍ରଭୁଙ୍କ ପ୍ରତି ଅବିଶ୍ୱାସୀ ହୋଇ ଅଛନ୍ତି !ସେମାନଙ୍କ ଜ୍ଞାନ ପ୍ରତି ସେମାନେ ନିଜେ ଅତ୍ୟଧିକ ବିଶ୍ୱାସ ଥିବା ହେତୁ ପ୍ରଭୁଙ୍କର ପ୍ରତି ଅବିଶ୍ୱାସୀ ହୋଇଥାନ୍ତି !ଇଶ୍ୱର ନାହାନ୍ତି ବୋଲି ଯୁକ୍ତି କରନ୍ତି !ଏହିପରି ଆମେରିକା ବାସୀ ବଇଦ ଏବଂ ଆବିଷ୍କାରକ 'ଡାକ୍ତର ଫ୍ରାନସିସ କାଲେମ୍ସ 'ଇଏ ଜଣେ ଅବିଶ୍ୱାସୀ ଥିଲେ !ଦିନେ ତାଙ୍କ ନିକଟକୁ ଚିକିତ୍ସା ନିମନ୍ତେ ଆସିଥିବା ଜଣେ ନାରୀ, ତାଙ୍କ ଜୀବନରେ ଯୀଶୁବାପା କରିଥିବା ଅଦ୍ଭୁତ ଗୁଡିକୁ ବିବରଣୀ କରି କହିଲା !ତାହା ଶୁଣି ଫ୍ରାନସିସ ପ୍ରକୃତରେ ଇଶ୍ୱର ନାହାନ୍ତି ବୋଲି ପ୍ରମାଣ କରି ଦେଖାଇବା ଉଚିତ କହି ଅନୁସନ୍ଧାନ ଆରମ୍ଭ କଲା !ମାତ୍ର ଅନୁସନ୍ଧାନର ଶେଷରେ ଯୀଶୁଖ୍ରୀଷ୍ଟ ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କରି, ଅନେକଙ୍କୁ ତାଙ୍କ ସାକ୍ଷ୍ୟକୁ ଜଣାଇ, ଯୀଶୁ ହିଁ ପ୍ରକୃତ ସତ୍ୟ ଇଶ୍ୱର ପୁତ୍ର ବୋଲି ଶାସ୍ତ୍ରର ଆଧାର ଅନୁସାରେ ବର୍ଣ୍ଣନା କରି କହିଲା !

 

ପବିତ୍ର ବାଇବଲରେ ଯିଶାଇୟ :-43:10-15 ବଚନରେ ଦେଖିବା ବେଳେ, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ,ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ। ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ। ଆମ୍ଭେ ପ୍ରକାଶ କରିଅଛୁ, ଆମ୍ଭେ ଉଦ୍ଧାର କରିଅଛୁ ଓ ଆମ୍ଭେ ଦେଖାଇଅଛୁ, ଆଉ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀୟ ଦେବତା ନ ଥିଲା; ଏହେତୁ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” ହଁ, ଦିବସର ପୂର୍ବରୁ ଆମ୍ଭେ ସେହି ଅଟୁ ଓ ଆମ୍ଭ ହସ୍ତରୁ ଉଦ୍ଧାରକାରୀ କେହି ନାହିଁ; ଆମ୍ଭେ କାର୍ଯ୍ୟ କରିବା, ଆଉ କିଏ ତାହା ଅନ୍ୟଥା କରିବ ?” ତୁମ୍ଭମାନଙ୍କର ମୁକ୍ତିଦାତା,ବୋଲି ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, ଏହା ପଢ଼ୁଛୁ !

 

ପ୍ରିୟ ବନ୍ଧୁଗଣ, ଆଜିର ଦିନରେ ଅନେକ ଅଛନ୍ତି, ଇଶ୍ୱର ନାହାନ୍ତି ବୋଲି ଯୁକ୍ତି କରନ୍ତି !ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହୋଇ ଆମ ପ୍ରଭୁଯୀଶୁଙ୍କୁ ସ୍ୱାଦ ନ ଚାଖି ଅନେକେ କହନ୍ତି, ମୁଁ ବାଇବଲ ପଢୁଛି, ପ୍ରାର୍ଥନା କରୁଛି, ତେଣୁ ଯୀଶୁ ମୋ ସହ କଥା ହେଲେ ହିଁ ମୁଁ ଚର୍ଚ୍ଚ ଯିବି !ପ୍ରିୟ ବନ୍ଧୁଗଣ, ବିନା ସନ୍ଧେହରେ ବିଶ୍ୱାସ କରିବା ଉଚିତ !ଏହା ପବିତ୍ର ବାଇବଲ ଆମକୁ କହୁଛି !ଆଜି ବି ତାହାଙ୍କୁ ପ୍ରକୃତରେ ପ୍ରେମ କରି ଆହ୍ୱାନ କରିବା ପ୍ରତ୍ୟେକ ଜଣକୁ ସେ ପ୍ରତୀକ୍ଷା ହୋଇ ସତ୍ୟ ପ୍ରଭୁ,ଏହି ବିଷୟକୁ ପ୍ରମାଣ କରିଛନ୍ତି !ଆମେନ୍ !

- ପି. ଶିବା 

 

ପ୍ରାର୍ଥନା ଅନୁରୋଧ :-

ପ୍ରତ୍ୟେକ ମାସରେ ଜଣେ ସମ୍ପୂର୍ଣ ମିଶିନାରୀକୁ ଟ୫000ଙ୍କା ଦେଇ ସାହାଯ୍ୟ କାରୀ ଅଂଶୀ ଦାରୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al