By Village Missionary Movement
Wednesday, 12-Oct-2022ଆଜିର ବାକ୍ୟ (Oriya) 13-10-2022
ପୁନରୁଜ୍ଜୀବନ
“ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କ'ଣ ବାଞ୍ଛା?” - ଲୂକ 12:49
ପଣ୍ଡିତ ରାମା ବାଇ ଜଣେ ବ୍ରାହ୍ମଣ ସ୍ତ୍ରୀ ଅଟେ !ଇଏ ୧୮୯୧ ମସିହାରେ ଖ୍ରୀଷ୍ଟଯୀଶୁଙ୍କୁ ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କଲା !ଇଏ ଜଣେ ସମାଜ ସେଵାର ପ୍ରତିଷ୍ଠିତ ବ୍ୟକ୍ତି ଅଟନ୍ତି !୧୮୯୬ ମସିହାରେ ସୃଷ୍ଟି ହୋଇଥିବା ଦୁର୍ଭିକ୍ଷ ହେତୁ, ସେ ତାଙ୍କ ପିତାମାତାଙ୍କୁ ହରାଇଲା !ଇଏ ବାଇଶି ବର୍ଷ ବୟସରେ ପଶ୍ଚିମବଙ୍ଗର ଜଣେ ନ୍ୟାୟାଧୀଶଙ୍କୁ ବିବାହ କଲା !କିନ୍ତୁ ତାଙ୍କ ସ୍ୱାମୀ ବିବାହର ୧୯ ବର୍ଷ ପରେ ମୃତ୍ୟୁବରଣ କଲା !ତାପରେ ତାଙ୍କୁ ରହିଥିବା କେବଳ ଜଣେମାତ୍ର ଭାଇ ମଧ୍ୟ ମୃତ୍ୟୁବରଣ କଲେ !ରାମାବାଇ ଜଣେ କୁମାରୀ ବିଧବା ହେଲା !କାନ୍ଦିବାର ସମୟ ଆସିଛି !ବିଧବାମାନେ ପୁନଃବିବାହ ଗ୍ରହଣ ନ କରିବା ସମାଜରେ, ପଣ୍ଡିତ ରମାବାଇ ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରି ଆସିଲା !୧୮୯୯ ମସିହାରେ ଭାରତ ଦେଶ ନିମନ୍ତେ ପୁନରୁଜ୍ଜୀବନ ନିମନ୍ତେ ପ୍ରାର୍ଥନା ଓ ଉପବାସ କରି ବହୁ ସମୟ ବିତାଇଲା !ତାଙ୍କ ଠାରେ ପୁନରୁଜ୍ଜୀବନ ପାଇଁ ଅଧିକ ଶୋଷ ହେଲା !ତାପରେ ଦଶ ଜଣଙ୍କ ସହ ସମାବେଶ ହୋଇ ଅନେକ ପ୍ରାର୍ଥନାର ସମାବେଶ ପ୍ରସ୍ତୁତ କଲା !ଏହି ପ୍ରାର୍ଥନା ବୃନ୍ଦ ଭାରତ ଦେଶର ସବୁ ଖ୍ରୀଷ୍ଟିଆନ ପରିତ୍ରାଣ ନିମନ୍ତେ ଏବଂ ସାରା ଭାରତରେ ପବିତ୍ର ଆତ୍ମା ବର୍ଷଣ ନିମନ୍ତେ ଆଗ୍ରହରେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ !ତାଙ୍କ ଦ୍ଵାରା ସ୍ତ୍ରୀ ମାନଙ୍କ ଠାରେ ମହାନ ଉଜ୍ଜିବ ଆସିଲା !
ଲୁକ ସୁସମାଚାର ଦ୍ୱିତୀୟ ଅଧ୍ୟାୟ ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା । ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ । ତାପରେ ସେ ତାଙ୍କ ଜୀବନ ବିଷୟରେ ଆଲୋଚନା କରି ତାଙ୍କ ନିଜ ଲୋକଙ୍କ ପରିତ୍ରାଣ ନିମନ୍ତେ, ସେ ନିଜକୁ ସମର୍ପଣ ହୋଇ ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ !ହାନ୍ନା ଚଉରାଅଶୀ ବର୍ଷ ବୟସରେ ମଧ୍ୟ ମନ୍ଦିରରେ ସେଵା କାର୍ଯ୍ୟ କଲା !
ଏହା ଶୁଣୁଥିବା ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ, ତୁମେ ପ୍ରଭୁଙ୍କର ନିମନ୍ତେ କଣ କରୁଛ ? ହିନ୍ଦୁତ୍ଵରେ ଜନ୍ମ ଗ୍ରହଣ କରି ଛୋଟ ଅବସ୍ଥାରେ ପିତାମାତାଙ୍କୁ, ସ୍ୱାମୀକୁ ହରାଇ କୁମାରୀ ଅବସ୍ଥାରେ ବିଧବା ହୋଇଥିବା ରମାବାଇ ପ୍ରଭୁଙ୍କର ନିମନ୍ତେ ଆଗ୍ରହରେ ଉଠି ଭାରତ ଦେଶରେ ପୁନରୁଜ୍ଜୀବନ ଆଣିଥିଲେ, ତୁମ୍ଭ ଦ୍ଵାରା ମଧ୍ୟ ପ୍ରଭୁ ମହାନ ପୁନରୁଜ୍ଜୀବନ ନିଶ୍ଚିତ ଆଣିବେ !ଯଦି ପୁନରୁଜ୍ଜୀବନ ନିମନ୍ତେ ତୁମ୍ଭଠାରେ ଶୋଷ ଥାଏ, ପ୍ରଭୁଙ୍କର ଅଗ୍ନି ଆଜି ହିଁ ତୁମକୁ ସ୍ବର୍ଶ କରିବ, ଏଥିରେ କିଛି ସନ୍ଧେହ ନାହିଁ !ମୁଁ ଜଣେ ସାଧାରଣ ବ୍ୟକ୍ତି, ମୁଁ କିଛି କରି ପାରିବିନି ବୋଲି କୁଟିଳ ହୋଇ ଥିଲେବି ପୁନରୁଜ୍ଜୀବନ ଅଗ୍ନି ସଦୃଶ୍ୟ ସଜାଗ ହୁଅ !ତୁମ୍ଭଙ୍କୁ ସଦାପ୍ରଭୁ ଅଗ୍ନି ସଦୃଶ୍ୟ ପ୍ରଜ୍ଜ୍ୱଳିତ କରିବେ !ହାଲେଲୁୟା !
- ଶ୍ରୀମତୀ ରୋବି ଆରୁଣ
ପ୍ରାର୍ଥନା ଅନୁରୋଧ :-
ଆମ ସେଵାକାର୍ଯ୍ୟରେ ୭୯0 ଜଣ ସମ୍ପୂର୍ଣ୍ଣ ସମୟ ମିଶିନାରୀମାନଙ୍କୁ ସଦାପ୍ରଭୁ ଶେଷକାଳର ଅୟୁଦ୍ଧ ପାନରୁଜ୍ଜୀବନ ସଦୃଶ୍ୟ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.