Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-02-2021
Share:

By Village Missionary Movement

Saturday, 13-Feb-2021

ଆଜିର ବାକ୍ୟ (Oriya) 13-02-2021

ପାଉଲ ନାମକ ସାଉଲ 

“ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ ।“- ପ୍ରେରିତ 26:18

ବିଦ୍ୟାଳୟରେ ପାଠ ପଡ଼ୁ ଥିବା ବେଳେ ସେ ତାଙ୍କ ଶ୍ରେଣୀରେ ପାଠରେ ନମ୍ବର ରଖିବାରେ ସମସ୍ତଙ୍କ ଠାରୁ ଶେଷରେ ଥିଲା !ବିଦ୍ୟାଳୟର ଶିକ୍ଷକ ମାନେ ତାଙ୍କୁ ଗାଳି ଗୁଲଜ କରୁଥିଲେ କି ଯେ, ଏହାର ଜୀବନରେ ଆଉ ଉର୍ନ୍ନତି ହେବ ନାହିଁ କି, ଆଉ ସେ ଭବିଷ୍ୟତରେ ଭଲ ହେବ  ନାହିଁ !ସେହି ଛାତ୍ରକୁ ଗଣିତରେ ବହୁତ କମ ନମ୍ବର ଆସୁଥିଲା !ହଉ ପାଠ ଭଲରେ ପଢି ପାରୁନାହିଁ ବୋଲି ତାଙ୍କୁ  ଚାଷ କାମ କରିବାକୁ କହିଲେ, ମାତ୍ର ତାହା ମଧ୍ୟ ସେ କରିପାରିଲାନି !ସେହି ଛାତ୍ରଟି ଶିକ୍ଷକଙ୍କ ଠାରୁ, ସାଙ୍ଗସାଥିଙ୍କ  ଠାରୁ, ପଡୋଶୀମାନଙ୍କ ଠାରୁ ତିରସ୍କାର ହେଲା !ମାତ୍ର ଭବିଷ୍ୟତରେ ସାରା ଜଗତ ତାଙ୍କୁ ଚାହିଁବା ସଦୃଶ୍ୟ କଲା !ସେ ହିଁ ଜଣେ ମହାନ ଶସ୍ତ୍ରଜ୍ଞ ସାର. ଆଇସାଖ ନିଉଟୋନ !

ଏହିପରି ପ୍ରେରିତ କାର୍ଯ୍ୟାବଳିରେ ସାଉଲ ନାମକ ବ୍ୟକ୍ତି ତାଙ୍କର ଚାଲିଚଳଣି ଦ୍ଵାରା ସେ ତିରସ୍କାର ହେଲା !କାରଣ ସେ ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କଲେ ସେମାନଙ୍କୁ ତାଡନା କଲା !ସେମାନଙ୍କୁ ଭୟ ଦେଖାଇ ମୃତ୍ୟୁ ଦେବାକୁ ସିଦ୍ଧ ହେଲା !ଏହିପରି ହିଂସାତ୍ମକ ପରିସ୍ଥିତିର ବ୍ୟକ୍ତି ହିଁ ସାଉଲ !ବାଇବଲରେ (1ମ କରନ୍ତିୟ 1:28)ରେ ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟସବୁ ମନୋନୀତ କଲେ, ପୁଣି, ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ,ଏହା ଆମେ ଦେଖୁଚୁ !ସାଉଲକୁ ଯୀଶୁ ଦର୍ଶନ ଦେଇ ତାଙ୍କର ଜୀବନକୁ ପରିବର୍ତ୍ତନ କରି ପାଉଲ ନାମରେ ବଦଳାଇଲେ !ପାଉଲଙ୍କ  ପରିତ୍ରାଣ ପରେ ଖ୍ରୀଷ୍ଟଙ୍କ ନିମନ୍ତେ ତାଙ୍କର ଜୀବନ ତ୍ୟାଗ କରିବାକୁ ଅନେକ ପୁସ୍ତକ ଲେଖିଲେ !ଅନେକ ଯୁବ ସେବକମାନଂକୁ ତିଆରି କରି ପ୍ରେରିତ ଗ୍ରନ୍ଥର କେନ୍ଦ୍ରବିନ୍ଦୁ ହୋଇଛନ୍ତି !

ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ମଣିଷମାନଙ୍କର ବ୍ୟବହାର ଦେଖି ଏମାନେ କଣ କରନ୍ତି ବୋଲି ନୀଚ ଆଲୋଚନା କରିବା ଲୋକମାନେ ଅନେକ ଅଛନ୍ତି !ମାତ୍ର ସଦାପ୍ରଭୁ ପରମେଶ୍ୱର ବଳବାନ ବିଷୟସବୁକୁ ଲଜ୍ୟା ଦେବାକୁ ଇଶ୍ୱର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କରି ତାଙ୍କର ମହିମା ନିମନ୍ତେ ବ୍ୟବହାର କରୁଛନ୍ତି !ସାର ଆଇସାଖ ନିଉଟୋନଙ୍କ ପରି, ପ୍ରେରିତ ପାଉଲଙ୍କ ପରି ଆପଣଙ୍କର ଜୀବନରେ ତିରସ୍କାର ହୋଇଥିବା ଭାଗକୁ ବଦଳାଇ ଆପଣଙ୍କୁ ଉଠାଇ ବ୍ୟବହାର କରିବେ !ତାଙ୍କର ହସ୍ତରେ ସମର୍ପିତ ହୁଅନ୍ତୁ, ତାଙ୍କ ନିମନ୍ତେ ଯାହା ବି କରିବାକୁ ଆଗକୁ ଆସନ୍ତୁ !
-    ଶ୍ରୀମତୀ ଜ୍ୟୋତି ଆନନ୍ଦ 

ପ୍ରାର୍ଥନା କରନ୍ତୁ :-ଛୋଟପିଲାମାନଙ୍କର ଯୋଜନାରେ ମିଶି ରହିଥିବା ପିଲାମାନଙ୍କର ଉଦ୍ଧାର ପାଇଁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş