Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-10-2022
Share:

By Village Missionary Movement

Wednesday, 12-Oct-2022

ଆଜିର ବାକ୍ୟ (Oriya) 12-10-2022

 

ହୃଦୟରୁ ପ୍ରାର୍ଥନା 

 

“ସେତେବେଳେ ସେମାନେ ମୋତେ ଡାକ ପକାଇବେ, ମାତ୍ର ମୁଁ ଉତ୍ତର ଦେବି ନାହିଁ; ସେମାନେ ଅତି ଯତ୍ନରେ ମୋହର ଅନ୍ୱେଷଣ କରିବେ, ମାତ୍ର ମୋହର ଉଦ୍ଦେଶ୍ୟ ପାଇବେ ନାହିଁ।“ - ହିତୋପଦେଶ 1:28

 

କାଲା ଅନେକ ଦିନ ପରିଶ୍ରମ କଲା ପରେ, ଘର ନିର୍ମାଣ କରି, ପ୍ରତିଷ୍ଟା କରିବାକୁ ପଡୋଶୀମାନଙ୍କୁ ଆମନ୍ତ୍ରଣ କଲା !କିନ୍ତୁ ଆଗଛମା ଘରର ରାଣୀଙ୍କୁ କହି ପାରିଲା ନାହିଁ !ରବିବାର ଦିନର ଆରାଧନାରେ ରାଣୀଙ୍କୁ ଦେଖି, ଆରାଧନା ସାରିବା ପରେ ଘରକୁ ଯାଇ ପ୍ରତିଷ୍ଠାକୁ ଆସିବାକୁ କହିଲା !ସେତେବେଳେ ସେମାନେ କଥା ହେଉହେଉ, କାଲା ପଚାରିଲା, ରାଣୀ ଆଜିକାଲି ତୁମେତ ଦେଖା ଦେଉନ ? ତେବେ ରାଣୀ ଉତ୍ତର କଲା, ମୁଁ କମ୍ପାନୀରେ କାର୍ଯ୍ୟରତ ହେତୁ ବହୁତ ବ୍ୟସ୍ତରେ ରହୁଛି !ପ୍ରାର୍ଥନା ସମାବେଶକୁ ଆସିବାକୁ ବି ମୋର ସମୟ ହେଉ ନାହିଁ !ସେଥିପାଇଁ କାଲା କହିଲା, ଯଦି ତିରିଶି ମିନିଟ ପ୍ରାର୍ଥନା କରି ନ ପାରିଲେ ବି କିଛି ମିନିଟ ମନରେ ପ୍ରାର୍ଥନା କଲେ, ତାହା ପ୍ରାର୍ଥନା ତ !ପ୍ରାର୍ଥନା ହେଉଛି ପିତାଙ୍କ ସହ ଆମେ ଯୋଗାଯୋଗ କରିବା କଥା !କାର୍ଯ୍ୟରତ ସମୟରେ ବି ପ୍ରାର୍ଥନା କରି ପାରିବ !ରାଣୀ ଆଲୋଚନା କରି ମୁଣ୍ଡ ହଲାଇଲା !

 

ଆମେ ବ୍ୟସ୍ତବହୁଳ ପୃଥିବୀରେ ଜୀବନଯାପନ କରୁଛୁ !ପ୍ରାର୍ଥନା କରିବାକୁ ମୋର ସମୟ ନାହିଁ କହି ଆମେ କ୍ରନ୍ଦନ କରୁଛୁ !ସଂକ୍ଷିପ୍ତ କିଛି ସମୟ ମଧ୍ୟ ବୃଥା ନ କରି ମନରେ ପ୍ରାର୍ଥନା କରି ଆସେ !ତେଣୁକରି ଦୁଇଜଣ ପ୍ରାର୍ଥନା କରିବାକୁ ଚର୍ଚ୍ଚଗୃହକୁ ଗଲେ !ଜଣେ ସେ ଚର୍ଚ୍ଚଗୃହକୁ ନ ଯାଇ ଦୂରରେ ଠିଆ ହୋଇ କହିଲା, ହେ ପ୍ରଭୁ, ମୁଁ ପାପୀ ଅଟେ ମୋତେ ଦୟା କର କହି ଛୋଟ ପ୍ରାର୍ଥନା କଲା !ସେ ହିଁ ଧାର୍ମିକ ଭାବେ ଗଣନା ହେଲା !ପ୍ରାର୍ଥନା କରିବା ନିମନ୍ତେ ସମୟ, ସ୍ଥାନ ଏମିତି କିଛି ନ ଦେଖି ହୃଦୟରୁ ଆମେ ପ୍ରାର୍ଥନା କରୁଛୁ କି ଏହା ହିଁ ଗୁରୁତ୍ୱ ଅଟେ !ଆମେ ହୃଦୟ ନାମକ ମନ୍ଦିରରୁ ପ୍ରାର୍ଥନା କରିବା ଉଚିତ !

 

ମଣିଷ ବାହ୍ୟ ରୂପକୁ ଲକ୍ଷ କରେ, କିନ୍ତୁ ପରମେଶ୍ୱର ହୃଦୟକୁ ଲକ୍ଷ କରେ, ଏହି ବିଷୟକୁ ଭୁଲିବା ଉଚିତ ନୁହେଁ !ଜଣେ କୁଷ୍ଠରୋଗୀ, ପ୍ରଭୁଯୀଶୁଙ୍କ ନିକଟକୁ ଆସି, 'ଯଦି ତୁମର ଇଚ୍ଛା ହୁଏ ତେବେ ମୋତେ ସୁସ୍ଥ କରି ପାର ଏହା ତୁମ୍ଭ ଦ୍ଵାରା ସାଧ୍ୟ ଅଟେ ' ବୋଲି ପ୍ରାର୍ଥନା କରି ସୁସ୍ଥତା ପାଇ ଫେରିଲା !କୃଶରେ ଝୁଲିବା ସମୟରେ ଜଣେ ଚୋର "କହିଲା, ହେ ଯୀଶୁ , ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ବୋଲି ପ୍ରାର୍ଥନା କରି ପାରଦୀଶରେ ଉପସ୍ଥିତ ହେଲା।

 

ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, କିଛି ଆବଶ୍ୟକ ଆସିଲେ ହିଁ ଆମେ ଯୀଶୁଙ୍କୁ ସନ୍ଧାନ କରୁଥାଉ !ତାହା ଶେଷ ହେବା କ୍ଷଣି କୃତଜ୍ଞତା ବି ତାହାଙ୍କୁ ଜଣାଇବା ଭୁଲି ଯାଉଛୁ !ତାହାଙ୍କ ରବକୁ ଆଗ୍ରହ ନ ଦେଖାଇ, ଆବଶ୍ୟକକୁ ତାହାଙ୍କୁ ଖୋଜିବା ଦ୍ଵାରା, ସେ ସେହି ପ୍ରାର୍ଥନାର ଉତ୍ତର ଦିଅନ୍ତି ନାହିଁ, ଏହା ପବିତ୍ର ବାଇବଲରେ ସ୍ୱଷ୍ଟ ଭାବେ ଲେଖା ହୋଇଛି !ସେଥିପାଇଁ ସମୟ ପାଇଲେ ପ୍ରଭୁଙ୍କୁ ଖୋଜିବା, ତାହାଙ୍କୁ ହିଁ ପ୍ରଥମ ସ୍ଥାନ ଦେବା !ହୃଦୟରୁ ସତ୍ୟ ରୂପେ ପ୍ରାର୍ଥନା କରିବା, ପ୍ରଭୁଙ୍କର ଆଶୀର୍ବାଦ ଗୁଡିକ ପାଇବା !ହାଲେଲୁୟା !

- ଶ୍ରୀମତୀ ଅଣଭି ଜ୍ୟୋତି ଷ୍ଟାଲିନ 

 

ପ୍ରାର୍ଥନା ଅନୁରୋଧ :-

ଆନ୍ଦ୍ର ପ୍ରଦେଶ ଏବଂ ଓଡିଶା ରାଜ୍ୟରେ ତେଷଠି(୬୩) ସ୍ଥାନରେ ଲୋକମାନେ ପ୍ରଭୁଙ୍କର ଆରାଧନା କରିବା ନିମନ୍ତେ ଚର୍ଚ୍ଚଗୃହର ଆବଶ୍ୟକତା ଅଛି, ଚର୍ଚ୍ଚଗୃହ ନିର୍ମାଣ ନିମନ୍ତେ ସାହାଯ୍ୟ କାରୀ ବ୍ୟକ୍ତି ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al