By Village Missionary Movement
Saturday, 08-Oct-2022ଜିର ବାକ୍ୟ (Oriya) 09-10-2022
ଭାରକୁ ହାଲୁକା କରନ୍ତୁ
“ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି ।“ - ମାଥିଉ 11:28
ହାଇ ଫ୍ରେଣ୍ଡସ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ପ୍ରତିଦିନ ସ୍କୁଲକୁ ଯାଇ, ହୋମୱାର୍କ କରି, ବ୍ୟସ୍ତରେ ଅଛ କି ? ଠିକ ଅଛି, ଠିକ ଅଛି, ଆଜି ତୁମେ ଅତି ଉତ୍ତମ, ସତେଜ, ସକ୍ରିୟରେ ଅଛ !ସୁପର, ତୁମକୁ ଦେଖିବା କ୍ଷଣି ମୋତେ କାହାଣୀ କହିବାକୁ ମନ ଗଲା !ତୁମେ କାହାଣୀ ଶୁଣିବାକୁ ପ୍ରସ୍ତୁତ ଅଛ କି ? କାହାଣୀ ଶୁଣିବା କି ?
ଜଣେ ମାଲିକକୁ ଅନେକ ଦାସ ରହିଥାନ୍ତି !ମାଲିକ କହିଲେ, ସେ ଯାହା କହେ ତାହା ଶୁଣିବା ଉଚିତ ତ !ତାହାର କଥା ନ ଶୁଣିଲେ କାମରୁ କାଢି ଦେବ, ନାହିଁତ ଦଣ୍ଡ ଦେବ !ସେ ଯାହା କହିଲେ ବି ସେ ଦାସମାନେ ଆଜ୍ଞାବହ ହୁଅନ୍ତି !ଦିନେ ଦୁଇଜଣ ଦାସମାନଙ୍କୁ ଡାକି, ଜଣକୁ ଓଜନ ମୁଣା ଏବଂ ଅନ୍ୟକୁ ହାଲୁକା ମୁଣା ଦେଲା !ଆଉ ସେହି ମୁଣା ଧରି ଦଶ କିଲୋମିଟର ଦୂରରେ ଥିବା ଗାଁକୁ ଯିବାକୁ କହିଲା !ଆଉ ସେ କହିଲା, ଯଦି ତୁମର ଇଚ୍ଛା ହୁଏ ତେବେ ମୁଣାର ଓଜନ କମାଇ ପାର !ହାଲୁକା ମୁଣା ଧରିଥିବା ଦାସ, ମୁଁ ହିଁ ପ୍ରଥମେ ଯିବି ବୋଲି ଆନନ୍ଦରେ ଚାଲିବାକୁ ଆରମ୍ଭ କଲା !କିନ୍ତୁ ଓଜନ ମୁଣା ଧରିଥିବା ଦାସ ଶୀଘ୍ରଶୀଘ୍ର ଚାଲି ପାରିବ ନାହିଁତ !ସେଥିପାଇଁ ' ' ' ପ୍ରଭୁ ମୋତେ ସାହାଯ୍ୟ କର ବୋଲି ପ୍ରାର୍ଥନା କରି ' ଧିରସ୍ଥିରରେ ଚାଲିବାକୁ ଆରମ୍ଭ କଲା !ସେ ଯାଉଥିବା ମାର୍ଗରେ ଅନେକ ଛୋଟଛୋଟ ପିଲାମାନେ ଖେଳୁଥାନ୍ତି !ଅଳ୍ପ ବିଶ୍ରାମ କରିବା ବୋଲି ମୁଣାଟିକୁ ତଳକୁ ଓଲ୍ଲାଇଲା !ସେହି ପିଲାମାନଙ୍କୁ କିଛି ଦେବାକୁ ମୁଣାରେ କଣ ଅଛି ଦେଖିବା ବୋଲି ଭାବନା କଲା !ଅନେକ ପ୍ରକାରର ମିଠା ଏବଂ ପାଚିଲା କଦଳୀ ଅଛି !ଖେଳୁଥିବା ସେହି ଛୋଟ ପିଲାମାନଙ୍କୁ ମିଠା ଦେଲା !ମାଲିକ ଦେଇଥିବା ଏହି ମୁଣାରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ କିଛି ଅଛି କି ତାହା ଦେଖିଲା !ପରିଶ୍ରମ କରି ହାଲିଆ ହୋଇଥିବା ବୟଜ୍ୟୋଷ୍ଟ ମାନଙ୍କୁ ପାଚିଲା କଦଳୀ ଦେଲା !ଏବେ ମୁଣାଟି କିଛି ହାଲୁକା ହେଲା !ଚାଲିଚାଲି ଯିବା ସ୍ଥାନକୁ ଶୀଘ୍ର ଚାଲିଗଲା !
ହାଲୁକା ମୁଣାଟି ଧରିଥିବା ଦାସଟି ଯିବା ମାର୍ଗରେ ଏକ କିଲୋ ଆମ୍ବ କିଣିଲେ ଆଉ ଏକ କିଲୋ ଆମ୍ବ ବିନାମୂଲ୍ୟରେ ବୋଲି କହିବାରୁ, ମୁଣାଟି ଖାଲି ଅଛିତ ବୋଲି କିଣିଲା !ନଡ଼ିଆ କମମୂଲ୍ୟ କହିବାରୁ ତାହା ମଧ୍ୟ କିଣିଦେଲା !ସେହି ଓଜନ ବହନ କରି ନ ପାରି ଧୀରେଧୀରେ ଚାଲିଗଲା !ମୁଁ ଏତେ ଓଜନ ବୋହି ମୁଁ ଯିବା ସ୍ଥାନକୁ ମୁଁ କିପରି ଯାଇ ପାରିବି ବୋଲି ବଚସା କରି ଗଲା !ଇଏ କାହାକୁ ସାହାଯ୍ୟ କରି ନାହିଁ !ତାହାକୁ ଯାହା ଉପକୃତ ହେଉଛି ତାହା ପ୍ରତି ହିଁ ତାହାର ଦୃଷ୍ଟି ରଖିଲା !
ପ୍ରିୟ ଭାଇ ଓ ଭଉଣୀ ଗଣ, ସ୍ୱାର୍ଥପର ଜୀବନ, ଏକ ପ୍ରସିଦ୍ଧୀ ପୂର୍ଣ୍ଣ ଜୀବନ, ପାପ, ଚିନ୍ତା ଏମିତି ଜାଗତିକ ଓଜନ ବହନ କରି ଆମେ ଯାଇ ପାରିବା ନାହିଁ !ସମସ୍ତ ବୋଝକୁ ଯୀଶୁଙ୍କ ନିକଟରେ ଓଲ୍ଲାଇ ଦେଇ, ଅନ୍ୟମାନଙ୍କୁ ପ୍ରେମ କରି, ସାହାଯ୍ୟ କରି ଯୀଶୁବାପାଙ୍କ ସନ୍ତାନ ସଦୃଶ୍ୟ ଜୀବନଯାପନ କଲେ, ସ୍ୱର୍ଗ ରାଜ୍ୟକୁ ଯାଇ ପାରିବା !ଠିକ ଅଛି ତ !
- ଭଉଣୀ ଦେବୋରାହା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.