By Village Missionary Movement
Friday, 07-Oct-2022ଆଜିର ବାକ୍ୟ (Oriya) 07-10-2022
ମୁକ୍ତିର ଶବ୍ଦ ହେବା ଉଚିତ
“ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ି ଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର” - ଯିଶାଇୟ 58:6
1966 ମସିହାରେ ମାର୍ଟିନ ଲୁଥର କିଙ୍ଗର ଜୁନିଅର ନେତୃତ୍ୱରେ ଆମେରିକାର ୱାସିଂଟନ ନଗରରେ ସମାଧାନ ନିମନ୍ତେ ଶୋଭାଯାତ୍ରା ହେଲା !ସେଥିରେ ମୋର ଏକ ସ୍ବପ୍ନ ଅଛି ବୋଲି ସେ କରିଥିବା ଏକ ପ୍ରସଙ୍ଗରେ ଦେଶର ପ୍ରତ୍ୟେକ କୋଣାନୁକୋଣରେ ଥିବା ଲୋକଙ୍କୁ ମୁକ୍ତିର ଶୋଷକୁ ଲକ୍ଷ୍ୟ କଲା !ଏଥିପାଇଁ ଅନେକଙ୍କୁ ଏବଂ ତାଙ୍କ ସଂସ୍ଥାରେ ଥିବା ଲୋକଙ୍କୁ ସତ୍ୟର ପରିବର୍ତ୍ତନ ଆସିବାକୁ ଆରମ୍ଭ ହେଲା !ଏହି ପ୍ରସଙ୍ଗ ଆମେରିକା ଲୋକେ, ସେମାନଙ୍କୁ ହିଂସା କରିବା ଲୋକଙ୍କ ସହ, ଠେଲି ଦେବା ଲୋକଙ୍କ ସହ ମୁକ୍ତି ନିମନ୍ତେ ସଂଗ୍ରାମ କରିବା ଉଚିତ ବୋଲି ଅନ୍ତରଙ୍ଗ ଅନୁଭୂତିକୁ ସଜାଗ କଲା ସଦୃଶ୍ୟ ଥିଲା !
ଯିଶାଇୟ ପ୍ରବକ୍ତାଙ୍କ କାଳରେ ବ୍ୟକ୍ତିଗତ ଲୋକଙ୍କ ଠାରେ, ଦେଶରେ ଧର୍ମନ୍ୟାୟ ନ ଥିବା ବେଳେ ଯିଶାଇୟ କରିଥିବା ବିଜ୍ଞାପନ ଦ୍ଵାରା ସଦାପ୍ରଭୁ ପରମେଶ୍ୱର ଲୋକଙ୍କ ଆନ୍ତରିକ ସାକ୍ଷୀକୁ ସଜାଗ କଲେ !ସେମାନଙ୍କ ପ୍ରଭୁପ୍ରିୟ, ତାଙ୍କ ସହଥିବା ଲୋକଙ୍କୁ ହିଂସା କରୁଛୁ ବୋଲି ଆଲୋଚନା ନ ଥିବା ପରିସ୍ଥିତିକୁ ଆଣିଲା !ପ୍ରଭୁଙ୍କର ଲୋକେ ଗରିବଙ୍କୁ ଠେଲି ଦେଲେ !ତାହା ବଦଳରେ ସରଳ ଜୀବନଯାପନ କରିବା, ଦୈବଭକ୍ତିର କାର୍ଯ୍ୟ କରି ଦେଖାଇବାକୁ, ଉପବାସ ରହିବା ନିମନ୍ତେ ତାଲିମ ପାଇଲେ !
କିନ୍ତୁ ଦୈନନ୍ଦିନ ଜୀବନରେ ଆମ ଚାରିପଟେ ଥିବା ଲୋକଙ୍କ ସହିତ ପ୍ରେମ, କରୁଣା, ଦେଖାଇବା ହିଁ ମୁଁ କରିଥିବା ଉପବାସ ବୋଲି ସଦାପ୍ରଭୁ ପରମେଶ୍ୱର କହନ୍ତି !କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ହିଁ ମୋର ଇଚ୍ଛାର ଉପବାସ ବୋଲି କହନ୍ତି !ହଁ ଆମେ ଯାହା କରି ପାରିବା ପର୍ଯ୍ୟନ୍ତ କଷ୍ଟରେ, ଜଟିଳତାରେ ଥିବା ଲୋକଙ୍କୁ ମୁକ୍ତି କରିବାକୁ ସାହାଯ୍ୟ କରିବା ଉଚିତ !
ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଆମେ ପାଇଥିବା ପରିତ୍ରାଣ, ଆନନ୍ଦକୁ ଆମ ସଦୃଶ୍ୟ ପ୍ରଭୁଙ୍କୁ ନ ଜାଣି ପାରି ନର୍କକୁ ଯାଉଥିବା ଜନତାଙ୍କୁ ଜଣାଇବା ଉଚିତ !ବିଶ୍ୱାସ ଦ୍ଵାରା ଘଟୁଥିବା କାର୍ଯ୍ୟ ସବୁ ଆମ ମାଧ୍ୟମରେ ଘଟିବା ଉଚିତ !ପବିତ୍ର ଆତ୍ମା ଦ୍ଵାରା ପରିପୂର୍ଣ୍ଣ ହୋଇ ଶଇତାନ ହସ୍ତରେ ଛନ୍ଦି ହୋଇ ପାପରେ ପତିତ ଲୋକଙ୍କୁ ମୁକ୍ତ କରିବା ବ୍ୟକ୍ତି ହୋଇ ରହିଥିବା, ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ସଦୃଶ୍ୟ ମୁକ୍ତିର ସମ୍ବାଦ ପ୍ରସାରଣ କଲାବେଳେ ଶଇତାନର ଫାନ୍ଦରେ ଛନ୍ଦି ହୋଇଥିବା ସମସ୍ତଙ୍କୁ ମୁକ୍ତି ଦେବା ଲୋକ ହୋଇ ରହିବା !ହାଲେଲୁୟା !
- ଏ. ବିହୁଲା
ପ୍ରାର୍ଥନା ଅନୁରୋଧ :-
ମୋକ୍ଷପ୍ରୟାଣମ ପତ୍ରିକା ଲେଖୁଥିବା ବ୍ୟକ୍ତିମାନଙ୍କୁ ଏବଂ ସେମାନଙ୍କ ସହ ମିଳନ ହୋଇ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିମାନଙ୍କୁ ସଦାପ୍ରଭୁ ବିଶେଷ ଜ୍ଞାନରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.