Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-10-2022
Share:

By Village Missionary Movement

Thursday, 06-Oct-2022

ଆଜିର ବାକ୍ୟ (Oriya) 06-10-2022

 

ତୁଚ୍ଛ ଦେଖ ନାହିଁ 

 

"...ପୁଣି, ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି" - ପ୍ରଥମ ଶାମୁୟେଲ 16:7

 

ୱାଟନ ନାମକ ଇଂଲଣ୍ଡର ଜଣେ ବାଳକ !ସେ ଅନ୍ୟମାନଙ୍କ ପରି ନ ଥାଇ ଶରୀରରେ ବର୍ଦ୍ଧିଷ୍ତୁ ନ ହୋଇ ଥାଏ !ତାଙ୍କ ସହିତ ପଡ଼ିବା ସହପାଠୀ ଅବା ତାଙ୍କ ପଡୋଶୀରେ ଥିବା କିଛି ଲୋକେ ତାଙ୍କୁ ତୁଚ୍ଛ ଦେଖି ହୀନ ଭାବେ କଥା କହୁଥାନ୍ତି !ଇଏ ପଞ୍ଚମ ଶ୍ରେଣୀରେ ପଢିବା ବେଳେ, ଦିନେ ସେହି ବିଦ୍ୟାଳୟରେ ଥିବା ଛାତ୍ରମାନେ ଏହାଙ୍କ ବିଷୟରେ ତୁଚ୍ଛ ଭାବେ କଥା ହେଲେ !ସେମାନଙ୍କ କଥା ଶୁଣି ୱାଟନର ହୃଦୟ ଭାଙ୍ଗିଗଲା !ବିଦ୍ୟାଳୟରୁ ଘରକୁ ଆସିଥିବା ୱାଟନ, ମୁଁ ମରିବି ବୋଲି ଚିତ୍କାର କରି କାନ୍ଦିକାନ୍ଦି ତାଙ୍କ ମାଆଙ୍କୁ କହିଲା !ତାଙ୍କ ମାଆ କଣ କରିବା ଉଚିତ ଜାଣି ନ ପାରି, କାନ୍ଦୁଥିବା ୱାଟନର କଥାକୁ ଭିଡ଼ିଓ କଲା !ଭିଡ଼ିଓ ଉଠାଇବା ଦିନ ତାର ସୋସିଆଲ ମିଡ଼ିଆରେ ସେର କଲା !ସେହି ଭିଡ଼ିଓଟି ଭାଇରଲ ହୋଇ ଲକ୍ଷଲକ୍ଷ ଜନତାଙ୍କ ନିକଟକୁ ପହଞ୍ଚିଲା !ସେହି ଭିଡ଼ିଓ ଦେଖିଥିବା ତାଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବିଲା ତାଙ୍କ ସମ୍ମାନ କରିବା ଉଚିତ !ସେ ଦିନ ହେବାକୁ ଥିବା ରାଗଵୀ ପୃଥିବୀ ପ୍ରତିଯୋଗିତା ଶେଷ ଦିନରେ, ଇଂଲଣ୍ଡ ଦୋଳରେ ସମୁଖୀନ ହେବାକୁ ଯୋଗ୍ୟତା ଥିବା କେବଳ ଜଣେ ମାତ୍ର ବ୍ୟକ୍ତି ୱାଟନ ବୋଲି ପ୍ରଧାନଶିକ୍ଷକ ଆଦେଶ କଲା !ୱାଟନଙ୍କୁ ସମୁଖରେ ଠିଆ ହୋଇ, ତାଙ୍କ ପଛରେ ସେହି ଦୋଳର ଖେଳାଳି ଠିଆ ହୋଇଥିବା ସେହି ଦୃଶ୍ୟଟି ଦେଖିବାକୁ ଅତି ମନୋହର ଥିଲା !

 

ପବିତ୍ର ବାଇବଲରେ ଦାଉଦଙ୍କ ଜୀବନରେ ଏକ ଘଟଣାଟି ଦେଖିବା ପରିହେଲେ, ଦାଉଦ ସମସ୍ତଙ୍କ ଦ୍ଵାରା ଅଣଦେଖା ହୋଇ ତୁଚ୍ଛ ଭାବେ ପସନ୍ଦ ହେଲା !ସମସ୍ତେ ଦାଉଦଙ୍କ ପରିବାରରେ , ବାହାରେ, ଯୁଦ୍ଧସ୍ଥଳିରେ, ସବୁସ୍ଥାନରେ ନିମ୍ନଦୃଷ୍ଟିରେ ଚାହିଁଲେ !କିନ୍ତୁ ସଦାପ୍ରଭୁ ତାହାଙ୍କୁ ମହିମାନ୍ୱିତ କଲେ !ସେହି ମହିମାନ୍ୱିତ ସାଧାରଣ ନୁହେଁ !ତାଙ୍କ ଭାବନାର ବାହାରେ ଅତ୍ୟଧିକ ଭାବେ ବୃଦ୍ଧି ହେଲା !ଇଶ୍ରାଏଲ ଦେଶର ସମସ୍ତଙ୍କୁ ରାଜା ଭାବେ ଅଭିଷେକ ହେଲା !

 

ପ୍ରିୟ ବନ୍ଧୁଗଣ, ଆମେ ଯେକୌଣସି ଲୋକଙ୍କୁ ତୁଚ୍ଛ ଦେଖିବା ଉଚିତ ନୁହେଁ !କାହିଁକିନା ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି !ସେ ଉର୍ନ୍ନତି ଲୋକଙ୍କୁ ଅବନତି କରି ପାରନ୍ତି, ଅବନତିକୁ ଉର୍ନ୍ନତି କରି ପାରନ୍ତି !ତେଣୁକରି କାହାକୁ ତୁଚ୍ଛ ନ ଦେଖି ସଦାପ୍ରଭୁଙ୍କର ସ୍ୱରୂପ ସୃଷ୍ଟି ହୋଇଥିବା ଲୋକ ବୋଲି ପ୍ରତି ଜଣକୁ ମହିମାନ୍ୱିତ କରିବା ଉଚିତ !ତେବେ ଆମ୍ଭ ଦ୍ଵାରା ସଦାପ୍ରଭୁଙ୍କର ଇଚ୍ଛା ଏହି ପୃଥିବୀରେ ସଫଳତା ହେବ, ଏଥିରେ ସନ୍ଦେହ ନାହିଁ !ହାଲେଲୁୟା !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅନୁରୋଧ :-

ମୋକ୍ଷପ୍ରାୟାଣମ ପତ୍ରିକାକୁ ସୋସିଆଲ ମିଡ଼ିଆ ଦ୍ଵାରା ପଡ଼ୁଥିବା ପ୍ରତ୍ୟେକ ଜଣକ ହୃଦୟରେ ଉଜ୍ଜିବ ଜ୍ଞାନ ସୃଷ୍ଟି ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al