By Village Missionary Movement
Thursday, 29-Sep-2022ଆଜିର ବାକ୍ୟ (Oriya) 30-09-2022
ପରାକ୍ରମ(ଜବରଦସ୍ତ)
"...ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି।“ - ମାଥିଉ 11:12
ଆମ ଦେଶ ପରାଧୀନ ଥିବାବେଳେ ଆମ ସ୍ୱାଧୀନତା ସଂଗ୍ରାମୀମାନେ ଗାନ୍ଧୀ, ନେହୁରୁ, ନେତାଜୀ ଏମାନେ ଅମରଣ ଅନଶନ ପଦ୍ଦତି ଗୁଡିକ ପ୍ରୟୋଗ କରି ଜବରଦସ୍ତ କରି ସ୍ୱାଧୀନତା ଅର୍ଜନ କଲେ !
ପ୍ରଭୁଯୀଶୁଖ୍ରୀଷ୍ଟ ଯିରୀହୋ ସହରକୁ ଆସୁଛନ୍ତି ବୋଲି ଶୁଣି ଟୀମାୟର ପୁତ୍ର ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ ବୋଲି କହିବାରୁ ତାଙ୍କୁ ଶିଷ୍ୟମାନେ ଧମକ ଦେଲେ !କିନ୍ତୁ ସେ ଭିକ୍ଷୁକ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ ବୋଲି ଜବରଦସ୍ତ କରି ଦୃଷ୍ଟିଶକ୍ତି ପାଇଲା !
ଥୋମାସ ଆଲବା ଏଡିସୋନ ଜଣେ ସାଧାରଣ ପରିବାରରେ ଜନ୍ମ ହୋଇଥିଲା !ବିଦ୍ୟୁତ ଅନ୍ୱେଷଣ କରିବାକୁ 999 ଥର ଚେଷ୍ଟା କରି ବିଫଳ ହୋଇଥିଲେ !କିନ୍ତୁ ଏକ ହଜାର (1000) ଥରରେ ଜବରଦସ୍ତ କରି ବିଦ୍ୟୁତକୁ ସନ୍ଧାନ କରି ବିଜୟୀ ହେଲା !ସେ ଜଣେ ପ୍ରାର୍ଥନା ଶୀଲ ବୋଲି ମୁଦ୍ରାଙ୍କିତ ହେଲା !
ଜଣେ ବିଧବା ତାଙ୍କୁ ଅନ୍ୟାୟର ପ୍ରତିକାର ନିମନ୍ତେ ସେହି ସହରର ବିଚାରକର୍ତ୍ତାଙ୍କୁ ଥରକୁଥର ଅନୁରୋଧ କରୁଛି !ବିଧବା ଥରକୁଥର ଆସି ବ୍ୟତିବ୍ୟସ୍ତ କରି ତାଙ୍କୁ ବିଚାର କର ବୋଲି ଅନୁରୋଧ କରିବାରୁ ସେ ବିଚାରକର୍ତ୍ତା ପ୍ରତିକାର କଲା !ସେ ବିଧବାଟି ଅନ୍ୟାୟରେ ଥିବା ସେ ବିଚାରକର୍ତ୍ତାଙ୍କୁ ବିଚାର କଲା ପରି କଲା !ଏପରି ହେଲେ ନ୍ୟାୟବାଣ ନ୍ୟାୟଧିପତି ପ୍ରଭୁଯୀଶୁଖ୍ରୀଷ୍ଟ ଆମ ଅନୁରୋଧ ନ ଶୁଣି କି କେମିତି ରହି ପାରିବେ !
ଏହି ପୃଥିବୀରେ ଆମ ପ୍ରତି ରଖିଥିବା ପ୍ରତିଯୋଗିତାରେ ଧୌର୍ଯ୍ୟର ସହ ଧୌଡିବା !ବିଶ୍ୱାସରେ ପ୍ରଭୁଙ୍କର ଇଚ୍ଛାରେ ଗମନ କରି, ସ୍ୱର୍ଗରାଜ୍ୟକୁ ପରାକ୍ରମରେ ଧରିବା ! 'ଜବରଦସ୍ତ' ନାମକ ଏହି ବାକ୍ୟକୁ ଏମିତି ଅନେକ ପ୍ରକାରର ଉଦାହରଣ ପବିତ୍ର ବାଇବଲରେ ଅଛି !ଏହା ଶ୍ରବଣ କରୁଥିବା ଆମେ ଅନେକ ବିଷୟରେ ଜବରଦସ୍ତ କରିଥିବା !ଏଥି ମଧ୍ୟରେ ଅତ୍ୟଧିକ ଭାବେ ଜାଗତିକ କାର୍ଯ୍ୟ ଗୁଡିକ ଅଟେ !ନାହିଁତ ପୃଥିବୀର ବ୍ୟକ୍ତିମାନେ କରିଥିବା ଜବରଦସ୍ତ ଅଟେ !କିନ୍ତୁ ପବିତ୍ର ବାଇବଲରେ, ଗୋଟିଏ ବିଷୟରେ ଜବରଦସ୍ତ କରନ୍ତୁ ବୋଲି ପ୍ରଭୁଯୀଶୁଖ୍ରୀଷ୍ଟ କହନ୍ତି, ତାହା ହେଉଛି "ସ୍ଵର୍ଗରାଜ୍ୟ" ଅଟଇ !ତେଣୁକରି ଜବରଦସ୍ତ କରି ସ୍ୱର୍ଗରାଜ୍ୟକୁ ପାଇବା !ହାଲେଲୁୟା !
- ଶ୍ରୀମତୀ ଜସ୍ମିନ ପାଲ
ପ୍ରାର୍ଥନା ଅନୁରୋଧ '-
ଯୁବକଯୁବତୀ ମାନଙ୍କ ନିମନ୍ତେ ଦୂରଦର୍ଶନରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା, ଅନେକ ଯୁବକଯୁବତୀ ମାନଙ୍କ ଠାରେ ଉଜ୍ଜିବ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.