By Village Missionary Movement
Wednesday, 28-Sep-2022ଆଜିର ବାକ୍ୟ (Oriya) 29-09-2022
ଚିନ୍ତିତ ହୁଅ ନାହିଁ
“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ ।“ - ଫିଲିପ୍ପୀୟ 4:6
ମୁଁ ପାହାନ୍ତିଆରେ ଆମ ବଗିଚାରେ ବସି ଥିବାବେଳେ, ହଠାତରେ 'କିଚକିଚ' ହୋଇ ଗୋଟିଏ ଶବ୍ଦ ଶୁଣା ଗଲା !ହେଲେ ମୁଁ ନିକଟକୁ ଯାଇ ଦେଖିଲି, ଗଛ ଉପରେ ଥିବା ବସାରେ ଘରଚଟିଆ ଚିଆଁ ଗୁଡିକ ବୋଲି ଜାଣି ପାରିଲି !କିଛି ସମୟ ବସି ତାହାକୁ ଦେଖୁଚି, ମୁଁ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇଲି !ଚକ୍ଷୁ ଖୋଲି ନ ପାରିବା ସେହି ଘରଚଟିଆ ଚିଆଁ ଗୁଡିକ, ତାହାଙ୍କ ମାଆ ଆସି ସେହି ଗଛ ଡାଳରେ ବସିବା ଶବ୍ଦ ଶୁଣି ମୌନ ଭାବେ ପାଟି ମେଳା କଲେ !ମାଆ ଛଡେଇ ଖାଦ୍ୟ ପୁରାଇବା କ୍ଷଣି, ସେମିତି ଖାଇଲେ !
ଏଥିରେ ଆମକୁ ଗୋଟିଏ ଶିକ୍ଷାଦାନ ଅଛି !ମାଆ ତାଙ୍କ ପାଖରେ ଆଉଜିବା କ୍ଷଣି ବଢ଼ାଇ ଦେବା ଖାଦ୍ୟ ସକାଶେ ସେମାନେ ତାଙ୍କ ପାଟିକୁ ମେଲାଇଲେ !ମାଆ ଛଡେଇ ଆମକୁ ଆବଶ୍ୟକ ଖାଦ୍ୟ ଯୋଗାଇବ ବୋଲି ବିଶ୍ୱାସ କରି, ତାହାକୁ ହିଁ ଭୋଜନ କରିବେ !କିନ୍ତୁ ମଣିଷ ହୋଇଥିବା ଆମ୍ଭେ ମାତ୍ର ଯୀଶୁଖ୍ରୀଷ୍ଟ ଆମଠାରେ ଥିଲେବି, ସେ ଆମର ଆବଶ୍ୟକତା ଯୋଗାଉ ଥିଲେବି, ଅନେକ ଥର ଆସନ୍ତାକାଲି ପାଇଁ ଆଲୋଚନା କରି, ଭବିଷ୍ୟତ ନିମନ୍ତେ ଆଲୋଚନା କରି ଚିନ୍ତା କରି, ବଚସା କରି ଥାଉଛୁ !ଏପରି ଚିନ୍ତିତ ଲୋକଙ୍କୁ ଦେଖି ପ୍ରଭୁ ଏପରି କହନ୍ତି, ଆକାଶର ପକ୍ଷୀମାନଙ୍କୁ ଧ୍ୟାନ କରି ଦେଖ, ସେଗୁଡାକ ପିମ୍ପୁଡି ସଦୃଶ୍ୟ ଖାଦ୍ୟ ସଂଗ୍ରହ ନ କଲେବି ପ୍ରଭୁଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ପ୍ରତିଦିନ ପୋଷଣ କରୁଛନ୍ତି !କିନ୍ତୁ ଆମ୍ଭେମାନେ ଭାବନା କରୁକି ଏହାଠୁ ତାହା ମିଳିଲେ ଭଲ ଥାଆନ୍ତା, ଏବେ ଏହାର ଆବଶ୍ୟକ ନାହିଁ ବୋଲି ପ୍ରଭୁ ଯୋଗାଉ ଥିବାକୁ ଆମେ ଅଣଦେଖା କରୁଛୁ !ଏହାଦ୍ଵାରା ପରମେଶ୍ୱର ବାଧା ହୁଅନ୍ତି !ସେ ହିଁ ଆମର ପରମପିତା !ଆମର ଆବଶ୍ୟକତା, ଆମ ହୃଦୟର ବାଞ୍ଛା ସବୁକିଛି ଜାଣିଛନ୍ତି !ସଠିକ ସମୟ ଆସିବା ବେଳେ ସବୁକିଛି ଦେବାକୁ ସେ ସର୍ଵଶକ୍ତିଶାଳୀ ହୋଇ ଅଛନ୍ତି !ଦେଉ ଥିବାକୁ ଖୁସିରେ ଗ୍ରହଣ କରି, ଯୀଶୁଙ୍କ ସାହାଯ୍ୟରେ ବଞ୍ଚିବା ବେଳେ ଆମେ ଆନନ୍ଦରେ ରହି ପାରିବା !ଯଦି ଆମେ ଚିନ୍ତିତ ହେଉ, ତେବେ ଆନନ୍ଦ ଓ ସମାଧାନ ହରାଇବା !
ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଆମେ ପ୍ରଭୁ ଦେଇଥିବା ଆଶୀର୍ବାଦ ଗୁଡିକ ଭୁଲି ଯାଇ, ତାହାଙ୍କୁ କୃତଜ୍ଞତା, ସ୍ତୁତି ଜଣାଇବା ପରିତ୍ୟାଗ କରି ବଚସା କରି, ସେ ଆମ ନିମନ୍ତେ ରଖିଥିବା ଆଶୀର୍ବାଦ ଗୁଡିକ ହରାଉଛୁ !ଆମ ପ୍ରଭୁ ପରିସ୍ଥିତିଠୁ ଉର୍ଣ୍ଣତ ଅଟନ୍ତି !ସେ ଆମକୁ ସୃଜନ କରିଥିବା ପରମେଶ୍ୱର, ସେ ଆମ ଆଲୋଚନା ଜାଣିବା ପରମେଶ୍ୱର !ତେଣୁକରି ସେ ଦୟା କରିଥିବା କ୍ରିୟା ଗୁଡିକୁ ସନ୍ଦେହ ନ ହୋଇ, ଯାହା ଅଛି ତାହା ଅନୁଯାୟୀ ଗ୍ରହଣ କରି, ପ୍ରଭୁ ତୁମ୍ଭଙ୍କୁ ଧନ୍ୟବାଦ କହିବା ବେଳେ, ସେ ଖୁସିରେ ଆମ ନିମନ୍ତେ କ୍ରିୟା ଗୁଡିକ ଘଟାଇବେ !ଆମେନ୍ !
- ଶ୍ରୀମତୀ ଅନବୁ ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନା ଅନୁରୋଧ :-
ଭାରତ ଦେଶ ନିମନ୍ତେ ବୋଝ ଭାବେ ପ୍ରାର୍ଥନା କରିବା ପାଇଁ ନୂତନ ପ୍ରାର୍ଥନା ଦୋଳ ଗୁଡିକ ସଦାପ୍ରଭୁ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.