Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-09-2022
Share:

By Village Missionary Movement

Wednesday, 28-Sep-2022

ଆଜିର ବାକ୍ୟ (Oriya) 28-09-2022

 

ହେ ଜେରୁଶାଲମ, ଡାକରାକୁ ଶୁଣ 

 

“ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।“ – ଗୀତସଂହିତା 91:1

 

ଯୋହନ ବାନିୟନ ଲେଖିଥିବା "ମୋକ୍ଷ ପ୍ରାୟାଣାମ" ପୁସ୍ତକରେ, ନାୟକ ଖ୍ରୀଷ୍ଟିଆନଙ୍କୁ ଗୋଟିଏ ପ୍ରଦେଶକୁ ନେଇ, ସେଠାରେ ଘଟୁଥିବା ଘଟଣାକୁ ଅନୁଧ୍ୟାନ କରିବାକୁ କହିଲା !ସେଠାରେ ଗୋଟିଏ କୁକୁଡ଼ା ତାର ଛୁଆଁକୁ ଧରି ଖାଦ୍ୟ ଖାଉଥିବା ଦେଖିବ !ସେଥିରେ ଗୋଟିଏ କୁକୁଡ଼ା ଛୁଆଁ ପାଣି ପିଇବାକୁ ପାଣି ଥିବା ଗିନା ନିକଟକୁ ଯାଇ ପାଣି ପିଇବା ପ୍ରତ୍ୟେକ ଥର ମୁଣ୍ଡ ଟେକି ଆକାଶ ଆଡକୁ ଅନାଉଛି !ସେତେବେଳେ ସେହି ନାୟକ କହିବ, ଏହି କୁକୁଡ଼ା ଛୁଆଁକୁ ଦେଖିଲ କି, ସେ ପାନ କରୁଥିବା ପାଣି ନିମନ୍ତେ ତାର ମୁଣ୍ଡ ଉପରକୁ ଟେକି, ତାର ପରମପିତାଙ୍କୁ କୃତଜ୍ଞତା ସ୍ତୁତି ଜଣାଉଛି, ତାହା ଅନୁଧ୍ୟାନ କଲ କି ? ସମସ୍ତେ ଆଚର୍ଯ୍ୟ ହୋଇ ଏହୋବା ସଦାପ୍ରଭୁ ସୃଷ୍ଟି କରିଥିବା ସକଳ ସୃଷ୍ଟି ତାହାଙ୍କୁ ସ୍ତୁତି କରିବା ଦେଖି, ସେ ମଧ୍ୟ ପ୍ରଭୁଙ୍କୁ ସ୍ତୁତି କଲା !ଯେପରି , ସେମାନେ କୁକୁଡ଼ା ଠାରୁ ଚାରି ପ୍ରକାର ଡାକରାର ଶବ୍ଦ ପାଇଲେ !ସେଥିମଧ୍ୟରେ 

 

(1). ଅଳ୍ପ ଆଲୋକ ଥିବା ସମୟରେ ଏବଂ ମାର୍ଗ ଦେଖା ନ ଯିବା ପ୍ରଦେଶରେ ତାର ଛୁଆଁମାନଙ୍କୁ ଦେଉଥିବା ସାଧାରଣ ଡାକରା !

 

(2). ଖାଦ୍ୟ ଥିବା ସ୍ଥାନ ଦେଖାଇବାକୁ ଅବା ସେହି ଆହାର ଦେବାପାଇଁ ଏକ ବିଶେଷ ଡାକରା !

 

(3)ଶତ୍ରୁ ଦେଖା ଦେଲା ବେଳେ ଅବା ବିପଦ ଦେଖାଦେଲା ବେଳେ ସତର୍କତାର ଡାକରା !

 

(4). ଶେଷରେ ତାର ଡେଣା ତଳେ ଛୁଆଁଙ୍କୁ ଆଲିଙ୍ଗନ କରିବାକୁ ଡାକୁଥିବା ମୃଦୁ ଜନିତ ପ୍ରେମର ଡାକରା !

 

ଏହି ଚାରୋଟି ଡାକରାକୁ ନାୟକ ଅର୍ଥକୁ ବର୍ଣ୍ଣନା କଲା !ପ୍ରଭୁ ଅନ୍ଧକାରରେ ଥିବା ଜନତାକୁ,ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା ବୋଲି ଯିଶାଇୟ :-41:10 ରେ କହି ପ୍ରଭୁଙ୍କର ପ୍ରସନ୍ନତାକୁ ଆମକୁ ଅନୁଗ୍ରହ କରୁଛି !ଜୀବନ ଆଧାରକୁ ଛାଡି ସ୍ବର୍ଗୀୟ ଆଶୀର୍ବାଦକୁ ସନ୍ଧାନ କରୁଥିବା ଲୋକଙ୍କୁ ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ ବୋଲି ମାଥିଉ :-7:7 ରେ କହୁଛନ୍ତି !ସୁନାମି ସଦୃଶ୍ୟ ଶତ୍ରୁ ଆସିବା ବେଳେ, ଶୟତାନକୁ ପ୍ରତିବାଦ କର, ଯାକୁବ :-4:7 ରେ ସତର୍କ କରି, ସାହାଯ୍ୟର ହାତ ବଡେଇ ଆଶ୍ରୟ ଦେଉଛି !ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ;ବୋଲି ଗୀତସଂହିତା :-91:4 ରେ କହି ଆମକୁ ଆଲିଙ୍ଗନ କରୁଛି !

 

ହଁ ପ୍ରିୟ ବନ୍ଧୁଗଣ, କୁକୁଡ଼ା ତାର ଛୁଆଁମାନଙ୍କୁ ଅନ୍ତର୍ଭୁକ୍ତ କଲା ପରି ଅନେକ ଥର ଆମ୍ଭମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଆମ ପରମପିତା ଆମକୁ ଆହ୍ୱାନ କରୁଛନ୍ତି !ଆହ୍ୱାନକୁ ଅଣଦେଖା ନ କରି, ଏଣେତେଣେ ନ କହି, ଜାଗ୍ରତରେ ଧୌଡିଧୌଡି ଆସି, ଆଶ୍ରୟ ଦେବା ଡେଣା ତଳେ ସଂରକ୍ଷଣ ପାଇବା !

- ଶ୍ରୀମତୀ ବିହୁଲା ସେଲବେ ରାଜ 

 

ପ୍ରାର୍ଥନା ଅନୁରୋଧ :-

ଭୋକିଲାରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ପ୍ରଣାଳୀ ଦ୍ଵାରା ଅନେକେ ପରିପୋଷଣ ହେବା ନିମନ୍ତେ, ସେମାନେ ସମସ୍ତେ ଯୀଶୁଙ୍କୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al