By Village Missionary Movement
Sunday, 25-Sep-2022ଆଜିର ବାକ୍ୟ (Oriya) 26-09-2022 (Youth Special)
ନିଃଶବ୍ଦ ସୁସମାଚାର
“ପୁଣି, ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ ।“ - ଫିଲିପ୍ପୀୟ 4:19
ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ପ୍ରେମର ଅଭିନନ୍ଦନ !ବିଶ୍ୱ ବଧିର ଦିବସ ଉଶ୍ଚବ ଦିନରେ ମୁଁ ମୋର ସାକ୍ଷ୍ୟ ଆପଣମାନଙ୍କ ଠାରେ ଅଂଶୀଦାର କରୁଥିବାରୁ ମୁଁ ଆନନ୍ଦିତ ଅଟେ !ଯୀଶୁବାପାଙ୍କୁ ମୋ କୃତଜ୍ଞତା ସ୍ତୁତି ଜଣାଉଛି !ମୁଁ ଜନ୍ମରୁ ମୂକ ଓ ବଧିର ହୋଇ ଥିଲି !ମୋର ପରିବାର ଅତି ଗରିବ ପରିବାର ଅଟନ୍ତି !ପିତାମାତା ବହୁତ ପରିଶ୍ରମ କରି ମୋତେ ଲାଳନପାଳନ କଲେ !ଅନ୍ୟ ପିଲାମାନଙ୍କ ସଦୃଶ୍ୟ ମୁଁ ପାଠ ପଡି ପାରିବି ନାହିଁ, ତେଣୁକରି ବଧିରମାନଙ୍କ ପାଇଁ ନିର୍ମିତ ହୋଇଥିବା ବିଦ୍ୟାଳୟରେ ମୋତେ ନାମ ଲେଖାଇଲେ !ମୁଁ ଭାବୁଥାଏ, ଯୀଶୁଖ୍ରୀଷ୍ଟ ମଧ୍ୟ ଜଣେ ଭଗବାନ ଅଟନ୍ତି !ଅତ୍ୟଧିକ କଷ୍ଟରେ ଅଧ୍ୟୟନ କରି ସମ୍ପୂର୍ଣ କରି, ଚାକିରୀ ଖଣ୍ଡେ ପାଇଲି !ମୋର କାନ ଶୁଭୁ ନ ଥିବା ହେତୁ, ମୁଁ ଚାକିରୀ କରିବା ସ୍ଥାନରେ ମୋତେ ଅତି ଦାରୁଣ ଭାବେ ଗାଳି କରୁଥାନ୍ତି !କେବଳ ମୁଁ ହିଁ କାହିଁକି ଏପରି ଜନ୍ମ ନେଲି ବୋଲି କାନ୍ଦୁଥାଏ !ମୋତେ ବିବାହ ହେଲା !ମୋର ସ୍ତ୍ରୀ ମଧ୍ୟ ମୋ ସଦୃଶ୍ୟ ଜନ୍ମରୁ ମୂକ ଓ ବଧିର ଅଟେ !କିନ୍ତୁ ଆମକୁ ଜନ୍ମ ହୋଇଥିବା ସନ୍ତାନମାନେ ଯଥେଷ୍ଟ ଆରୋଗ୍ୟ ଭାବେ ଜନ୍ମ ହେଲେ!
ମୁଁ ଶାରୀରିକ ଦୁର୍ବଳରେ କଷ୍ଟ ଅନୁଭବ କରୁଥିବା ବେଳେ ମୋ ଆତ୍ମା ମଧ୍ୟ ପାପରେ ଛନ୍ଦି ହୋଇଗଲା !ସେତିକି ବେଳେ ମୁଁ ଜଣେ ମୂକ ଓ ବଧିରଙ୍କୁ ସାକ୍ଷାତ କଲି ! ସେ ମୋତେ ପଚାରିଲା କି, ଆମ ପରି ଲୋକମାନଙ୍କ ନିମନ୍ତେ ଗୋଟିଏ ସମାବେଶ ଅଛି, ସେଥିରେ ଅଂଶ ଗ୍ରହଣ କରିବୁ କି ? ଠିକ ଅଛି କହି ମୁଁ ଯାଇ ଅଂଶ ଗ୍ରହଣ କଲି !ମୁଁ କେତେ ଘୋର ପାପୀ ହୋଇଅଛି !ଯୀଶୁ ମୋର ସମସ୍ତ ପାପ କ୍ଷମା କରିବାକୁ ଶକ୍ତିଶାଳୀ ହୋଇ ଅଛନ୍ତି ବୋଲି ମୁଁ ସେହି ସମାବେଶରେ ଜାଣି ପାରିଲି !ରୋଟି ଖଣ୍ଡ କରିବା ବେଳେ, ସେ ମୋର ପାପ ନିମିତ୍ତ କରଡ଼ା ପ୍ରହାର ହେଲେ !ଦ୍ରାକ୍ଷାରସ ବଣ୍ଟନ ବେଳେ, ସେ ମୋ ନିମନ୍ତେ ରକ୍ତ ଝରାଇଲେ !ଏହା ସେମାନେ କହିବା ବେଳେ ମୁଁ ବେଶୀ କାନ୍ଦିଲି !ମୋ ଜୀବନକୁ ପରିପୂର୍ଣ୍ଣ ରୂପେ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ସମର୍ପିତ ହେଲି !କେତେ ବଡ଼ ଆନନ୍ଦ, ମୁଁ ପରିତ୍ରାଣ ପାଇଲି !ପ୍ରକାଶିତ କରି ନ ପାରିବା ଆନନ୍ଦ ମୋତେ ଅନୁଭୂତି ହେଲା !ତାପରେ ପ୍ରଭୁ ମୋତେ ତାଙ୍କ ସେବା ନିମନ୍ତେ ଆହ୍ୱାନ କଲେ !ଆନନ୍ଦରେ ନତ ହୋଇ ମୁଁ ଓ ମୋର ପରିବାର ଶୋହଳ ବର୍ଷ ହେବ ସେଵାକାର୍ଯ୍ୟ କରି ଆସୁଅଛୁ !ପ୍ରାୟ ତିନିଶହ ପଚାଶ (୩୫o )ରୁ ଉର୍ଦ୍ଧ, ମୋ ସଦୃଶ୍ୟ ମୂକ ଓ ବଧିର ମାନଙ୍କୁ ପ୍ରଭୁଙ୍କର ନିକଟକୁ କଢାଇ ନେଇ, ସେମାନଙ୍କୁ ବାପ୍ତିସ୍ମ ନେବାକୁ, ଖ୍ରୀଷ୍ଟଯୀଶୁଙ୍କ ଦୋଳରେ ମିଳନ କରିବାକୁ ଯୀଶୁ ବାପା ସାହାଯ୍ୟ କଲେ !ମୋ ପୁଅ ମଧ୍ୟ ପ୍ରଭୁଙ୍କର ସେବାକାର୍ଯ୍ୟ କରୁଥିବାରୁ ମୁଁ ଆନନ୍ଦ କରୁଛି !ମୁଁ ମୋର ମୃତ୍ୟୁ ପର୍ଯ୍ୟନ୍ତ ଅବା ପ୍ରଭୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ତାଙ୍କ ନିମନ୍ତେ ସାକ୍ଷ୍ୟ ରୂପେ ବଞ୍ଚିବାକୁ ପ୍ରଭୁ ସାହାଯ୍ୟ କରିବେ !
ପ୍ରିୟ ବନ୍ଧୁଗଣ, ବଧିର ଓ ମୂକ ହୋଇଥିବା ମୋତେ ପ୍ରଭୁ ବ୍ୟବହାର କଲେ !ତୁମ୍ଭ ଜୀବନକୁ ତାଙ୍କ ହସ୍ତରେ ସମର୍ପଣ କର !ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ଯେକୌଣସି ଗୋଟିଏ କାର୍ଯ୍ୟ କର !ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ !ଆମେନ୍ !
- ଡି. ଧାନାରାଜ
ପ୍ରାର୍ଥନା ଅନୁରୋଧ :-
ତାମିଲନାଡୁରେ ଚର୍ଚ୍ଚଗୃହ ନ ଥିବା ଗାଁ ଗୁଡିକରେ ହଜାର ଚର୍ଚ୍ଚଗୃହ ନିର୍ମାଣ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.