By Village Missionary Movement
Thursday, 11-Feb-2021ଆଜିର ବାକ୍ୟ (Oriya) 11-02-2021
ଜାତିପ୍ରଥା ନାହିଁ
"…କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇଅଛନ୍ତି ।“ - ପ୍ରେରିତ 10:28
ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଦୃଷ୍ଟିରେ ସମସ୍ତେ ସମାନ ଅଟନ୍ତି !ଶ୍ୱର୍ସ କରୁଥିବା ସମସ୍ତକୁ ଜାତି ବାରଣ କରିବା ଗୁଣ ମଣିଷର ଅଟେ !ଖ୍ରୀଷ୍ଟିଆନ, ସେବା କାର୍ଯ୍ୟ କରୁଥିବା ଲୋକମାନେ ଜାତିପ୍ରଥା ଠାରୁ ବାଦ ପଡିନାହାନ୍ତି !ଜାତି ଦ୍ଵାରା ବହୁତ ବଡ଼ ସମସ୍ୟା, ତାହା ହେଉଛି, ଗୋଟିଏ ଗ୍ରାମରେ ଦୁଇଟି ମଣ୍ଡଳୀ କରି ଏହି ଜାତିକୁ ଗୋଟିଏ ମଣ୍ଡଳୀ ଓ ଅନ୍ୟ ଜାତିକୁ ଆଉ ଗୋଟିଏ ମଣ୍ଡଳୀ କରି ବିଭାଗ କରି ଆରାଧନା କରୁଛନ୍ତି !ଅନେକ ମିଶିନାରି ସଂସ୍ଥା ଆବଶ୍ୟକ ସ୍ଥଳରେ ଚର୍ଚ୍ଚ ଗୃହ ବାନ୍ଦୀ ନ ପାରିବା ପରିସ୍ଥିତି ଥିବା ବେଳେ ଅନ୍ୟ ପକ୍ଷେ ସେହି ଗ୍ରାମରେ ଜାତି ନାମରେ ଦୁଇଟି ଚର୍ଚ୍ଚ ଗୃହ ବାନ୍ଧିବା ଦୁଃଖର ବିଷୟ !ଜାତି ନାମରେ ଏପରି ବିଭାଗ କରିବା ନ୍ୟାୟ କି ? ଏହା ପ୍ରତ୍ୟୋକ ଖ୍ରୀଷ୍ଟିଆନ ଆଲୋଚନା କରନ୍ତୁ !
ପବିତ୍ର ବାଇବଲରେ ପ୍ରେରିତ ପୁସ୍ତକ 10ମ ଅଧ୍ୟାୟ ଦେଖିଲେ, ପିତରଙ୍କୁ ସଦାପ୍ରଭୁ ଏକ ଦର୍ଶନ ଦେଲେ !ସେଠାରେ ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି ।ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, ହେ ପିତର, ଉଠ, ବଧ କରି ଖାଅ । କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ ।ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, ଈଶ୍ୱର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ ।ଏହି ପ୍ରକାର ତିନି ଥର ହେଲା !ସେହିପରି ପିତରଙ୍କୁ ଅଣଯିହୂଦି କରନିଲୀୟଲ ନାମକ ମଣିଷ ଘରକୁ ନିମନ୍ତ୍ରଣ କରାଯାଉଛି !ଏହା ଦ୍ଵାରା ସଦାପ୍ରଭୁ କୋଣସି ମଣିଷ ଅପବିତ୍ର ବୋଲି ବାଛିତ ନ ହୋଇ ପବିତ୍ର ହୋଇଛନ୍ତି ବୋଲି କୁହାଯାଇଛି !ଦେଖନ୍ତୁ କିପରି ଅଧ୍ୟାୟ !
ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ଆମେ ଆଜି ଯେ କୋଣସି ଲୋକଙ୍କୁ ଅପବିତ୍ର, ପବିତ୍ର ବୋଲି ନ ଚାହିଁ ଜାଗ୍ରତ ରହିବା !ଜାତି ନାମରେ ପରମେଶ୍ୱର ପବିତ୍ର କରିଥିବା ମଣିଷକୁ ଆମେ ଅପବିତ୍ର ବୋଲି ଆଲୋଚନା କର ନାହିଁ !ସାଧୁତା ନାହିଁ, ଜାତିକୁ ନେଇ ଉଚ୍ଚ, ନିଚ କହିବା ପାପ ବୋଲି କହିଥିବା, ଭାରତି ନାମକ କବିଙ୍କ ଆଜ୍ଞାକୁ ଅବଲମ୍ବନ କରିବା !ଯୀଶୁ ବାପାଙ୍କୁ ଗ୍ରହଣ କରିଥିବା ପ୍ରତ୍ୟୋକ ଜଣ ପ୍ରେରିତ ପୁସ୍ତକରେ କୁହାଯାଇଥିବା ଘଟଣାକୁ ଧ୍ୟାନ କରି ଆମେ ସମର୍ପିତ ହେଲେ ଆମକୁ ମଧ୍ୟ ଯୀଶୁଖ୍ରୀଷ୍ଟ ପିତରଙ୍କ ପରି ବ୍ୟବହାର କରିବେ
- ଭାଇ ଟି. ଶଙ୍କର ରାଜନ
ପ୍ରାର୍ଥନା କରନ୍ତୁ :-ୟୁଟ୍ୟୁବ, ଫେସବୁକ, ଟୁଟର ଦ୍ଵାରା ପ୍ରଚାର ହେଉଥିବା ଆମ ଛୋଟାପିଲାଙ୍କ, ଯୁବକମାନଙ୍କ କାର୍ଯ୍ୟକ୍ରମ ଦ୍ଵାରା ଅନେକ ସନ୍ତାନ ପରିତ୍ରାଣ ପାଇବା ନିମନ୍ତେ ପ୍ରାଥନା କରନ୍ତୁ !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.