By Village Missionary Movement
Thursday, 15-Sep-2022ଆଜିର ବାକ୍ୟ (Oriya) 16-09-2022
ଉଦାରତା
“କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ;” - ଦ୍ୱିତୀୟ କରନ୍ତିୟ 8:3
ଉଦାରତା ନାମକ କଥାକୁ କୋଡିଏ ଶତାବ୍ଦୀର ଗୋଟିଏ ଉଦାହରଣକୁ ମୁଁ ତୁମ୍ଭ ସାମନାରେ ରଖିବା ନିମନ୍ତେ ଇଚ୍ଛା କରୁଛି !ଷ୍ଟାଣ୍ଡ ଫୋର୍ଟକେଳି ନାମକ ଜଣେ ମିଶିନାରୀ ହାଇତି ନାମକ ଗୋଟିଏ ଦେଶକୁ ଗଲା !ସେ ସେଵାକାର୍ଯ୍ୟ କରୁଥିବା ଗୋଟିଏ ଛୋଟ ମଣ୍ଡଳୀରେ ଦାନ ଦେବାବେଳେ ସେଥିରେ ତିନି ଶହ ଟଙ୍କା ସହ ସମାନ ହୋଇଥିବା ଏକ କରେସି ନୋଟଟି ଦେଖିଲା !ଦରିଦ୍ରତାରେ ପରିପୂର୍ଣ୍ଣ ସେହି ଦେଶରେ, ସେହି ନୋଟଟି ଗୋଟିଏ ମାସର ଦରମା ସହ ସମାନ ଅଟେ !ଅତି ବହୁତ ଟଙ୍କା ଥିବା ଦେଶରେ ଏକଲକ୍ଷ ଟଙ୍କା ଚେକ ଦେବା ଦେଖିଥିବା ପାଳକ ଯେତେ ଆନନ୍ଦିତ ହୁଅନ୍ତି କି,ତଦ୍ରୁପ କେଳି ଆଚର୍ଯ୍ୟଜିତ ହୋଇ ଗଲା !ଏହି ଅସାଧାରଣ ଦାନ ଜଣେ କୃଷକ ପକାଇଲା ବୋଲି ଜାଣିବାକୁ ପାଇଲା !କେଳି ସିଧା ସେହି କୃଷକକୁ ପଚାରିବାରୁ ସେ କୃଷକ ଉତ୍ତର ଦେବାକୁ ଭୟ କଲା !ବାରମ୍ବାର ପଚାରିବାରୁ କୃଷକ କହିଲା, ତାଙ୍କ ଜୀବନକୁ ଆଧାର ଭାବେ ଥିବା ଘୋଡାଟିକୁ ବିକ୍ରୟ କରି ସେ ଟଙ୍କା ଦେଲି !ଆଉ କେଳି ପଚାରିଲା, ତୁମ୍ଭେ ସିଧା ଆସି କାହିଁକି ସେ ଟଙ୍କା ଦେଲ ନାହିଁ ? ସେଥିପାଇଁ ସେ କୃଷକ ଉତ୍ତର କଲା, ପରିଧାନ କରିବା ନିମନ୍ତେ ମୋ ଠାରେ ଜମା ନାହିଁ !ଆଜି ଆମେ ଦାନ ଦେବା ବିଧାନ କିପରି ଅଛି ? ଆମେ କାହାର ଅଗୋଚରରେ ମନ ପୂର୍ତ୍ତିରେ ଦେଉଛୁ କି ? ଅଥବା ସମସ୍ତେ ଜାଣିବା ଉଚିତ ବୋଲି ଆଲୋଚନା କରି ଦେଉଛୁ କି ? ଅନେକ ସମୟରେ ଆମ୍ଭେ ପ୍ରଭୁଙ୍କର ନିମନ୍ତେ ଦାନ ଦେଉଥିଲେ ମଧ୍ୟ ମଣିଷମାନେ ପ୍ରଶଂସା କରିବା ଉଚିତ ବୋଲି ଭାବନାରେ ଦେଉଅଛୁ !ଆମେ ଦେବା ବିଷୟରେ ଚାରିଜଣକୁ ବୁଝିବା ଉଚିତ ବୋଲି ମନ ଆମଠାରେ ରହିଅଛି !
କିନ୍ତୁ ପ୍ରଭୁଯୀଶୁ ଦିନେ ମନ୍ଦିରକୁ ଯିବାବେଳେ ଜଣେ ଗରିବ ବିଧବା ପକେଇ ଥିବା ଦାନ ବିଷୟରେ କହନ୍ତି !କିନ୍ତୁ ସେ ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବାକୁ ଥିବା ସେହି ଦୁଇଟି ମୁଦ୍ରା ଦାନ ପକାଇଲା !ସେହିପରି ମାକିଦନିୟା ମଣ୍ଡଳୀସମୂହ ଲୋକଙ୍କ ବିଷୟରେ ପାଉଲ କହନ୍ତି, ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ !ଦରିଦ୍ର ବିଧବା ଯୀଶୁଙ୍କ ଠାରୁ ପ୍ରସଂଶା ପାଇଥିବା ସଦୃଶ୍ୟ ଆମକୁ ଯାହା ଅଛି ତାହା ଦେବା କି ? ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ ବୋଲି ପବିତ୍ର ବାଇବଲ କହୁଅଛି !ତେଣୁକରି ଉପରେ କୁହାଯାଇ ଥିବା ସଦୃଶ୍ୟ ରହିବା ନିମନ୍ତେ ଉଦାରତା ଭାବେ ଦାନ କରିବା, ଯୀଶୁଙ୍କ ଠାରୁ ଉତ୍ତମ ସାକ୍ଷ୍ୟ ପାଇବା !ଆମେନ୍ !
- ଶ୍ରୀମତୀ ଜସ୍ମିନ ପାଲ
ପ୍ରାର୍ଥନା ଅନୁରୋଧ :-
ମିଡ଼ିଆ ସେଵାରେ କାର୍ଯ୍ୟରତ ସେବକମାନଙ୍କୁ ପ୍ରଭୁଯୀଶୁ ବିଶେଷ ଆତ୍ମାରେ ପରିପୂର୍ଣ୍ଣ କରି କଢାଇ ନେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.