Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-02-2021
Share:

By Village Missionary Movement

Wednesday, 10-Feb-2021

ଆଜିର ବାକ୍ୟ (Oriya) 10-02-2021

ସୁଯୋଗକୁ ବ୍ୟବହାର କରିବା 

“କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା ।“ - ପ୍ରେରିତ 1:17

ଗୋଟିଏ ଦେଶକୁ ଶାସନ କରୁ ଥିବା ଜଣେ ରାଜାଙ୍କୁ ଗୋଟିଏ ଅଭ୍ୟାସ ଥିଲା !ଯେ କୋଣସି ଗୋଟିଏ ଦିନ ଦେଶର ଚାରିପଟେ ଭ୍ରମଣ କରି ଆସନ୍ତି !ସେତେବେଳେ ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କର ନିକଟକୁ ଯାଇ ପଚାରନ୍ତି, ତୁମକୁ କଣ ଆବଶ୍ୟକ ? ସେହି ବ୍ୟକ୍ତି ମାଗିବା ଜିନିଷ ଯାହାହେଉନା କାହିଁକି ତାହା ଦେଇ ଖୁସି ହୁଅନ୍ତି  !ତଦୃପ ଦିନେ ଜଣେ ଲୋକ ମଇଲା ପୋଷାକ ଧାରଣ କରି, ହାତ ଗୋଡ଼ କାଛୁ କୁଣ୍ଡିଆରେ ପରି ପୂର୍ଣ୍ଣ ହୋଇଥିବା ଦେଖିଲେ !ତାଙ୍କ ନିକଟକୁ ଯାଇ,  ରଥ ଅଟକାଇ  ପଚାରିଲେ, ତୁମକୁ କଣ ଆବଶ୍ୟକ ? ସେ କିଛି ବି ଆଲୋଚନା ନ କରି କହିଲେ, ରାଜା ମୁଁ ସବୁବେଳେ ତୁମ୍ଭ ସହ ରହିବି !ରାଜା ସଂଗେ ସଂଗେ ତାଙ୍କ ସହିତ ରାଜଭବନକୁ ନେଇ ଗଲେ !ସେଠାରେ ରାଜା ତାଙ୍କ ଚାକରମାନଙ୍କୁ ଆଜ୍ଞା କଲେ, ତାଙ୍କୁ ପରିସ୍କାର କରି, କାଛୁ କୁଣ୍ଡିଆକୁ ଔଷଧ କରି, ଉତ୍ତମ ବସ୍ତ୍ର ପରିଧାନ କରାନ୍ତୁ !ସେ ସବୁବେଳେ ତାଙ୍କ ଭବନରେ ରହିବା ପରି ଦେଖିଲେ !ଏହି ରାଜଭୋଗ ଓ ବିଳାସ ବ୍ୟାସନ ତାଙ୍କ ଜୀବନରେ  ଆଚାର୍ଯ୍ୟ ରୂପେ ହୋଇଥିଲା !ଏହା ଦେଖିଥିବା ଅନ୍ୟ ଚାକରଗଣ ଭାବିଲେ, ଆମକୁ ରାଜା ପଚାରିବା ବେଳେ ଏହିପରି ଆମେ କେବେ ମଧ୍ୟ ମାଗିଲୁ ନାହିଁ !ଆମକୁ ଦେଇ ଥିବା ସୁଯୋଗ ଆମେ ହାତଛଡା କରି ଦେଇଛୁ ବୋଲି ଦୁଃଖିତ ହେଲେ !

ଏହିରୂପେ ଇସ୍କାରିତ ଯିହୂଦା ଯୀଶୁଙ୍କ ଠାରେ ବଂଚିବାର ସୁଯୋଗ ପାଇ ଥିଲା, ପ୍ରାୟ ତିନି ବର୍ଷ ଛଅ ମାସ ଯୀଶୁଙ୍କଠାରେ ଥିଲା, ଯୀଶୁ କରିଥିବା ଆଚାର୍ଯ୍ୟ କର୍ମ ଦେଖିଲା,  ଅନନ୍ତ ଜୀବନ ବିଷୟରେ ଜାଣି ନେଲା, ମାତ୍ର ପରିତାପର ବିଷୟ, ମହିମାମୟ ସ୍ବର୍ଗୀୟ ଜୀବନ ଯୀଶୁଙ୍କ ଠାରେ ବଂଚିବା ଜୀବନ ତ୍ୟାଗ କରି ତିରିଶ ଗୋଟି ମୁଦ୍ରାକୁ ଯୀଶୁଙ୍କୁ ସମର୍ପଣ କଲା !ତାହା ହିଁ କେବଳ ନୁହେଁ (ପ୍ରେରିତ :-1:18)ରେ କୁହାଗଲା ପରି, ଏହି ଲୋକ (ଯିହୂଦା) ଅଧର୍ମର ମୁଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରିପଡ଼ିଲା !ଯୀଶୁଙ୍କଠାରେ ବଂଚିବାର ଏକ ସୁଯୋଗ ମିଳିଥିବା ବେଳେ ତାହା ଇସ୍କାରିତ ଯିହୂଦା ହାତଛଡା କଲା !ମାତ୍ର ଯୀଶୁଙ୍କ ସହ କୃଶରେ ଟଙ୍ଗା ଯାଇଥିବା ଚୋର, ତାଙ୍କୁ ମିଳିଥିବା ସୁଯୋଗକୁ ବ୍ୟବହାର କରି, ଯୀଶୁଙ୍କୁ ଚାହିଁ କହିଲେ, ପ୍ରଭୁ ମୁ ତୁମର ରାଜ୍ୟକୁ ଆସିବା ବେଳେ ମୋତେ ମନେପକାଅ  !

ଏହା ପାଠ କରୁଥିବା ଆମ୍ଭେମାନେ ପରିତ୍ରାଣ ପାଇଁ,  ଏହି ଜାଗତିକର  କୋଣସି ଏକ ପାପରେ ଛନ୍ଦି ହୋଇ, ଅନେକ ଥର ପ୍ରଭୁ ସାବଧାନ କଲେ ସୁଧା,  ଯୀଶୁ ରାଜାଙ୍କ ଠାରେ ଜୀବନ ଯାପନ କରୁଥିବା ନିତ୍ୟ ଜୀବନ ପାଇବାକୁ ଅଯୋଗ୍ୟ ହୋଇ ରହିଛୁ କି ? ଆଲୋଚନା କରି ଦେଖିବା !ବଞ୍ଚି ରହିଥିବା ପର୍ଯ୍ୟନ୍ତ ହିଁ ଆମକୁ ଏହି ସୁଯୋଗ !ମୃତ୍ୟୁ ପରେ ଧନୀ ବ୍ୟକ୍ତିଙ୍କର ପରି ଆମେ କେତେ ବିନମ୍ର ହେଲେ ମଧ୍ୟ କିଛି ପ୍ରୟୋଜଣ ନାହିଁ !ତେଣୁ ମନପରିବର୍ତ୍ତନ କରି ପ୍ରଭୁଙ୍କଠାରେ ଅନନ୍ତ ରାଜଭୋଗ ଜୀବନ ବଞ୍ଚାଇବା ନିମନ୍ତେ ସିଦ୍ଧ ହେବା !
-    ଟି. ବି.ଭିଲିଏମସ 

ପ୍ରାର୍ଥନା କରନ୍ତୁ :-ନାମ୍ବିକେ ଟି. ଭିରେ ପ୍ରଚାର ହେଉ ଥିବା ଟି. ଭି କାର୍ଯ୍ୟକ୍ରମ ଦ୍ଵାରା ଅନେକ ଲୋକ ପ୍ରଭୁଙ୍କ ନିକଟକୁ ଆସିବା ସକାଶେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş