Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-09-2022
Share:

By Village Missionary Movement

Wednesday, 14-Sep-2022

ଆଜିର ବାକ୍ୟ (Oriya) 15-09-2022

 

ଯୁଦ୍ଧ ଅସ୍ତ୍ର 

 

"...ଶୟତାନକୁ ପ୍ରତିବାଦ କର..." - ଯାକୁବ 4:7

 

ପ୍ରତ୍ୟେକ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରତିଦିନ ଆତ୍ମୀୟ ସଂଗ୍ରାମ ଥିବ !ତେଣୁକରି ଯେକୌଣସି ଇଶ୍ୱରଙ୍କ ସନ୍ତାନ ଗୋଟିଏ ଦିନ ମଧ୍ୟ ଅଜାଗ୍ରତରେ ଆରମ୍ଭ କରିବା ଉଚିତ ନୁହେଁ !ହ୍ରକେନ ନାମକ ଜଣେ ରଚୟିତା ପତ୍ରିକାରେ ଏପରି ଲେଖିଲା, ଆଫ୍ରିକାରେ କ୍ଷୀପ୍ରଗତିରେ ଧୌଡୁଥିବା ଗଜଲ ନାମକ ହରିଣ ପ୍ରତିଦିନ ସକାଳୁ ଉଠେ !ଯେତେବେଳେ ସେ ଉଠିବ ସେବେ ସେ ମନେ କରେ, ମୋତେ ଘୋଡାଉ ଥିବା ସିଂହ ଠାରୁ ମୁଁ ବେଗରେ ନ ଧୌଡିଲେ, ମୁଁ ହତ୍ୟା ହେବି !ତଦ୍ରୁପ ପ୍ରତିଦିନ ସକାଳୁ ସିଂହ ମଧ୍ୟ ନିଦରୁ ଉଠିବ !ଯେତେବେଳେ ସେ ଉଠିବ ସେବେ ସେ ମନେ କରେ, ମୁଁ ହରିଣ ଠାରୁ ବେଗରେ ନ ଧୌଡିଲେ, ମୁଁ ସେ ଦିନ ଭୋକରେ ରହିବାକୁ ହୁଏ !ତେଣୁକରି ତୁମ୍ଭେ ସିଂହ ହୁଅ କି, ହରିଣ ହୁଅ ଅଥବା କିଏ ହେଲେ ମଧ୍ୟ କ୍ଷିପ୍ରଗତିରେ ଧୌଡୁ ଥିବା ଉଚିତ !

 

ତୁମ୍ଭେ ଯଦି ପ୍ରଭୁଙ୍କର ସନ୍ଧାନ ନ କର ତେବେ ଶଇତାନ ତୁମ୍ଭକୁ ଖୋଜି ଆସିବ ବୋଲି ସ୍ୱର୍ଯ୍ୟନ ନାମକ ପ୍ରଭୁଙ୍କର ଦାସ ଲେଖିଛନ୍ତି !ଆମ ବିରୋଧୀ ହୋଇଥିବା ଶଇତାନ ଗର୍ଜନ କାରୀ ସିଂହ ସଦୃଶ୍ୟ କାହାକୁ ଗ୍ରାସ କରିବି ବୋଲି ଭ୍ରମଣ କରୁଅଛି !ତେଣୁକରି ପ୍ରତିଦିନ ପ୍ରଭୁଙ୍କର ସୁରକ୍ଷିତ ଡେଣାରେ ଲୁଚିବା ଉଚିତ !ପ୍ରତିଦିନ ପାହାନ୍ତିଆରେ ଇଶ୍ୱରଙ୍କୁ ସନ୍ଧାନ କରି ତାହାଙ୍କୁ ଆମ୍ଭେ ଆଶ୍ରୟ ରୂପେ କରିବା ଉଚିତ !ପ୍ରତ୍ୟେକ କ୍ଷଣି ଶଇତାନ ଆଣୁଥିବା ପାପର ଯନ୍ତ୍ରଣାରୁ ଖସିବାକୁ ସେହି ଗୋଟେ ହିଁ ଅସ୍ତ୍ର !ଶଇତାନ ମୁକାବିଲା କରୁଥିବା ବଳକୁ ପାହାନ୍ତିଆରେ ଆମେ ପାଇବାକୁ ହେବ !

 

ପ୍ରିୟ ବନ୍ଧୁଗଣ, ପ୍ରତିଦିନ ପାହାନ୍ତିଆରେ ସଦାପ୍ରଭୁଙ୍କର ସନ୍ଧାନ କରି, ଶକ୍ତି ପାଇକୁ, ଧୌଉଡିବାକୁ ଆରମ୍ଭ କରିବା !ଏହି ଜଗତକୁ ଏବଂ ଶଇତାନକୁ ମୁକାବିଲା କରିବାକୁ ଆମ ନିଜ ଶକ୍ତି ସାହାଯ୍ୟ ହେବ ନାହିଁ !ସଦାପ୍ରଭୁଙ୍କର ଶକ୍ତି ହିଁ ଜଗତକୁ ବିଜୟୀ କରିବାର ଜୟ !ତେଣୁକରି ପ୍ରଭୁଙ୍କର ଶକ୍ତିରେ ପ୍ରତିଦିନ ଶଇତାନକୁ ମୁକାବିଲା କରିବା ବେଳେ ନିଶ୍ଚୟ ବିଜୟୀର ଖ୍ରୀଷ୍ଟିଆନ ଜୀବନ ଜିଇଁ ପାରିବା !ଆମେନ୍ !

- ଶ୍ରୀମତୀ ଗୀତା ରିଚାର୍ଡ 

 

ପ୍ରାର୍ଥନା ଅନୁରୋଧ :-

ଆମେ ପ୍ରକାଶନ କରୁଥିବା ପତ୍ରିକାର ମୁଦ୍ରଣ ନିମନ୍ତେ ଆବଶ୍ୟକ ହେଉଥିବା ଆର୍ଥିକ ପାଇବା ନିମନ୍ତେ ପ୍ରାର୍ଥନା କରିବା "

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al