By Village Missionary Movement
Tuesday, 13-Sep-2022ଆଜିର ବାକ୍ୟ (Oriya) 14-09-2022
ଧର୍ମଶାସ୍ତ୍ର ହିଁ ମୋର ଆନନ୍ଦ
“ଆନନ୍ଦିତ ମନ ମୁଖକୁ ପ୍ରଫୁଲ୍ଲ କରେ; ପୁଣି, ମନର ଶୋକରେ ଆତ୍ମା ଭଗ୍ନ ହୁଏ।“ - ହିତୋପଦେଶ 15:13
ପରମେଶ୍ୱରଙ୍କ ଧର୍ମଶାସ୍ତ୍ରକୁ ପ୍ରେମ କରି, ପାଠ କରି ଦିବାରାତ୍ର ତାହାକୁ ଧ୍ୟାନ କରି, ତାହାଙ୍କ ଆଜ୍ଞାଧିନ ହୋଇ ଜୀବନଯାପନ କରୁଥିବା ପ୍ରଭୁଙ୍କର ସନ୍ତାନମାନଙ୍କୁ ସଦାପ୍ରଭୁ ପ୍ରତ୍ୟେକ ଦିନ ପବିତ୍ର କରନ୍ତି !ସଦାପ୍ରଭୁ ତାଙ୍କ ମୁଖକୁ ପ୍ରଫୁଲ୍ଲିତ ତାଙ୍କ ସନ୍ତାନମାନଙ୍କୁ ଅନୁଗ୍ରହ କରି, ଆନନ୍ଦରେ ବଞ୍ଚାନ୍ତି !ଆମ ହୃଦୟ ସବୁ ପ୍ରଭୁଙ୍କର ବାକ୍ୟ ଦ୍ଵାରା ପରିପୂର୍ଣ୍ଣ ହୋଇଥିବା ବେଳେ, ସେ ତାଙ୍କ ଆକୃତିକୁ ଅନୁଗ୍ରହ କରିବେ !
ଦିନେ ଆମେରିକାର ରାଷ୍ଟ୍ରପତି ହୋଇଥିବା ଥୋମାସ ଜେଫସନ ତାଙ୍କ ବନ୍ଧୁମାନଙ୍କ ସହ ମିଶିକି ଦେଶ ପରିଭ୍ରମଣ ନିମନ୍ତେ ଗଲେ !ସେହି ଦିନ ରାତିରେ ପ୍ରବଳ ବର୍ଷା ହେତୁ, ଅରଣ୍ୟ ଦେଇ ଯିବାକୁ ଏକ ସେତୁ ସେହି ବର୍ଷାରେ ଭାସି ଗଲା !ସେ ତାର ଘୋଡାରେ ସେହି ସେତୁ ପାର ହେବି ବୋଲି ଭାବନା କଲାବେଳେ, ସେଠାରେ ଥିବା ଜଣେ ବ୍ୟକ୍ତି ସେହି ରାଷ୍ଟ୍ରପତିଙ୍କ ସହିତ କହିଲା, ବାପା, ମୋ ନିକଟରେ ଘୋଡା ନାହିଁ, ଦୟାକରି ମୋତେ ତୁମ୍ଭ ସହ ନେବ କି ? ସେହି ରାଷ୍ଟ୍ରପତି କୌଣସି ସଙ୍କୋଚନ ନ ହୋଇ, ଆନନ୍ଦରେ ସେହି ବ୍ୟକ୍ତିକୁ ଘୋଡାରେ ବସାଇ କୂଳକୁ ପହଞ୍ଚାଇଲା !ସେତେବେଳେ ରାଜାଙ୍କ ସାଙ୍ଗସାଥୀ ସମସ୍ତେ ସେ ବ୍ୟକ୍ତିଙ୍କୁ ପଚାରିଲେ, ଆମେ ଏତେ ଜଣ ଥିଲେବି ରାଷ୍ଟ୍ରପତି ହୋଇଥିବା ତାଙ୍କୁ ହିଁ ସାହାଯ୍ୟ ମାଗିବାକୁ ତୁମ୍ଭର କେତେ ସାହସ ? ଏହି ବ୍ୟକ୍ତି ଜଣକ କହିଲା, ସେ ଜଣେ ରାଷ୍ଟ୍ରପତି ବୋଲି ମୁଁ ଜାଣି ନାହିଁ !କିନ୍ତୁ ଆପଣମାନଙ୍କ ଠାରେ ନ ଥିବା ପ୍ରେମ ଏବଂ ସାହାଯ୍ୟ କରିବା ମନ ରହିଥିବା ତାଙ୍କ ମୁଖ ପ୍ରଫୁଲ୍ଲତା ହିଁ ମୋତେ ସାହାଯ୍ୟ ଭିକ୍ଷା କରିବା ସଦୃଶ୍ୟ କଲା !
ହଁ ପ୍ରିୟ ବନ୍ଧୁଗଣ, ଇଶ୍ୱରଙ୍କୁ ପ୍ରେମ କରି ତାହାଙ୍କ ବାକ୍ୟ ଅନୁସାରେ ଜୀବନଯାପନ କରୁଥିବା ପ୍ରଭୁଙ୍କର ସନ୍ତାନମାନଙ୍କୁ, ତାହାଙ୍କ ଠାରେ ଥିବା ପ୍ରେମ, ଆନନ୍ଦ, ସମାଧାନ,ସହନଶୀଳତା, ଦୟାଳୁତା, ଉତ୍ତମତା, ବିଶ୍ୱାସ, ନିଃସ୍ୱାର୍ଥପରତା, ଆଶା, ସଂଯମତା, ଅନୁଗ୍ରହ କରିବେ !ତୁମ୍ଭ ନିର୍ମାଣରେ ମୁଁ ଖୁସି ଅଛି, ଏହି ବାକ୍ୟକୁ ମୁଁ ଭୁଲିବି ନାହିଁ ବୋଲି ତାଙ୍କ ସହ ମିଳନ ହୋଇ ଆମ୍ଭ ଜୀବନରେ ଅନ୍ୟମାନଙ୍କୁ ଯୀଶୁଙ୍କୁ ଦେଖାଇବା !ଇଶ୍ୱର ଆମକୁ ଅନୁଗ୍ରହ କରିଥିବା ଆନନ୍ଦ, ଉଲ୍ଲାସ, ଆମ ଶରୀର ମନ ସହ ଉତ୍ତମ ରୂପେ ବଞ୍ଚିବା !ଉତ୍ତମ ମନ, ଉତ୍ତମତା, ଉତ୍ତମ କ୍ରିୟା ଗୁଡିକ ବାହାର କରିବା !ସଦାପ୍ରଭୁ ଆମକୁ ପବିତ୍ର କରି ବ୍ୟବହାର କରନ୍ତୁ !ପବିତ୍ର ବାଇବଲକୁ ପ୍ରେମ କରିବା, ପଡ଼ିବା !ତାହା ହିଁ ଆମ ଶ୍ୱାସ ରୂପେ ପରିବର୍ତ୍ତନ ହେଉ !ଆମେନ୍ !
- ଶ୍ରୀମତୀ ସାରୋଜା ମୋହନ ଦାସ
ପ୍ରାର୍ଥନାର ଅନୁରୋଧ '-
ପ୍ରତ୍ୟେକ ରାଜ୍ୟରେ ତିନି ହଜାର ପ୍ରାର୍ଥନାର ଗୋଷ୍ଠୀନେତା ଏବଂ ପ୍ରାର୍ଥନାର ଗୋଷ୍ଠୀ ଉଠିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.