By Village Missionary Movement
Monday, 12-Sep-2022ଆଜିର ବାକ୍ୟ (Oriya) 13-09-2022
ପ୍ରତାରଣା ହୁଅନ୍ତୁ ନାହିଁ
"ବରଂ ସମସ୍ତ ବିଷୟ ପରୀକ୍ଷା କର;ଯାହା ଉତ୍ତମ ତାହା ଧରି ରଖ;....." - ୧ ଥେସଲନୀକୀୟ 1 5:21-22
ମୁଁ କିଛି ଦିନ ପୂର୍ବେ ଚେନ୍ନାଇରେ ବାସ କରୁଥିବା ଜଣେ ନକଲି ଓକିଲ ବିଷୟରେ ଖବର ପଡ଼ିଲି !ସେ ମୁଁ ଜଣେ ଓକିଲ ବୋଲି କୋଡିଏ ବର୍ଷ ହେବ ସେହି ବ୍ୟକ୍ତି ଜଣକ ତାଙ୍କ ପରିବାରକୁ ଏବଂ ଅନେକଙ୍କୁ ପ୍ରତାରଣା କଲା !ଏହାର ନକଲି ଦିନେ ଧରାପଡ଼ିବାରୁ ଏହାଙ୍କ ପ୍ରତି ବିଶ୍ୱାସ କରିଥିବା ଅନେକଙ୍କୁ ଠକାମୀ ହିଁ ବଳିପଡିଲା !ଏହିପରି କିଛି ବର୍ଷ ପୂର୍ବେ ଆମେରିକାରେ ବିଖ୍ୟାତ ଜଣେ ଚିକିତ୍ସକ ଚୋରି ରୂପେ ଧରାପଡିଲା !ସେହି ନକଲି ଡାକ୍ତର ବାସ କରୁଥିବା ସହର ମେଁୟେର !ଇଏ ଇଂଲଣ୍ଡରୁ ଖସି ଆସି ଆମ ସହରରେ ଆଶ୍ରୟ ପାଇଲା ବୋଲି ତାଙ୍କ ବିଷୟରେ ଖବର ପ୍ରକାଶ କଲେ !ସେହି ଚିକିତ୍ସକଙ୍କ ପ୍ରତି ଉତ୍ତମ ବିଶ୍ୱାସ ଥିବା ଲୋକଙ୍କୁ ଏହି ଖବରଟି ବିଚଳିତ କଲା !
ପ୍ରେରିତ ପୁସ୍ତକରେ ଯୀଶୁଖ୍ରୀଷ୍ଟଙ୍କ ପରେ ସେମାନେ ଖ୍ରୀଷ୍ଟ ବୋଲି ଘୋଷଣା କଲେ !ଯେତେ ଲୋକ ତାହାର ଅନୁସରଣ କଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ ବୋଲି ପ୍ରେରିତ ପାଞ୍ଚ(5)ଅଧ୍ୟାୟରେ ଆମେ ପଡୁଛୁ !ପ୍ରଭୁଯୀଶୁଖ୍ରୀଷ୍ଟ ମଧ୍ୟ କହନ୍ତି, କେହି ଆପଣଙ୍କୁ ପ୍ରତାରଣା ନ କରିବ ତାହାକୁ ଧ୍ୟାନ କର, ମୁଁ ହିଁ ଖ୍ରୀଷ୍ଟ ବୋଲି କହି ଅନେକ ଆପଣଙ୍କୁ ଠକି ପାରନ୍ତି ବୋଲି ଆମେ ପବିତ୍ର ବାଇବଲରେ ପଡୁଛୁ !ଅପଵାଦୀ ଆମକୁ ପ୍ରତ୍ୟକ୍ଷରେ ଠକିବ ନାହିଁ, କିନ୍ତୁ ଅତି ଚିକ୍କଣ ଭାବେ ପ୍ରତ୍ୟେକ ଜଣକୁ ଠକିବ !ତାହାର ଠକାମୀର ମାର୍ଗରେ ଛନ୍ଦି ହୋଇ, ଅନ୍ୟର ଦୋଷକୁ କହିବାରେ ଅର୍ଥ କିଛିହିଁ ନାହିଁ !କଥା କହୁଥିବା ପ୍ରତ୍ୟେକ ଜଣର କଥାକୁ ଯାହାଅଛି ତାହା ପରି ବିଶ୍ୱାସ ନ କରି, ପବିତ୍ର ବାଇବଲ କଣ କହୁଛି ତାହା ପଡି, ପବିତ୍ର ବାଇବଲ ଦେଖାଉଥିବା ଆଲୋକରେ ବିବେଚନା କରି ଦେଖିବାକୁ ଶିଖିବା ଉଚିତ !ପ୍ରତାରଣା ପାଇବା ବ୍ୟକ୍ତିମାନେ ଥିବା ପର୍ଯ୍ୟନ୍ତ ଠକିବା ଲୋକମାନେ ଥିବେ ବୋଲି ଅଭ୍ୟାସଗତ ଭାବେ କହିଥିବା ଆମେ ଶୁଣି ଥିବା !
ପ୍ରିୟ ବନ୍ଧୁଗଣ, ପ୍ରେରିତ ପାଉଲ ଲେଖିଥିବା ପତ୍ରିକାରେ ବରଂ ସମସ୍ତ ବିଷୟ ପରୀକ୍ଷା କର; ଯାହା ଉତ୍ତମ ତାହା ଧରି ରଖ ବୋଲି ଲେଖିଛନ୍ତି !ଅପଵାଦୀର ଠକାମୀକୁ ଖାଦ୍ୟ ନ ହୋଇ ଜାଗ୍ରତରେ ରହିବା ଉଚିତ ବୋଲି ପବିତ୍ର ଆତ୍ମା ପ୍ରଭୁଙ୍କର ମାଧ୍ୟମରେ ଯୀଶୁଖ୍ରୀଷ୍ଟ ଆମକୁ ଜଣାଉ ଛନ୍ତି !ଆମେ ଜାଗ୍ରତରେ ରହିବାକୁ ପ୍ରଭୁଯୀଶୁ ଆମକୁ ସାହାଯ୍ୟ କରନ୍ତୁ !ଆମେନ୍ !
- ପି. ଜେକାଵ ଶଙ୍କର
ପ୍ରାର୍ଥନା ଅନୁରୋଧ :-
ପ୍ରତ୍ୟେକ ଜିଲ୍ଲାରେ ଗିଦିୟନଙ୍କ ସଦୃଶ୍ୟ ତିନି ଶହ ଯୁବକ ଉଠିବା ପରି, ସେମାନେ ଏକଘଣ୍ଟା ପ୍ରାର୍ଥନା କଲା ପରି, ଏକଘଣ୍ଟା ସେଵା କାର୍ଯ୍ୟ କଲା ପରି, ନିଜକୁ ସମର୍ପିତ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.