By Village Missionary Movement
Monday, 12-Sep-2022ଆଜିର ବାକ୍ୟ (Oriya) 12-09-2022 (Youth Special)
ଦବୋରା ଉଠ
“ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି।“ – ଯିଶାଇୟ 60:1
ଏହି ଦବୋରା କିଏ ? ଇଏ ଜଣେ ଇଶ୍ରାଏଲ ମାନଙ୍କୁ ବିଚାର କରିବା ପ୍ରଥମ ବିଚାରକର୍ତ୍ତୀ ଅଟେ !ସାଧାରଣ ଭାବେ ସ୍ତ୍ରୀ ମାନେ ଅତି କୋମଳ ଏବଂ ଆବେଗପୂର୍ଣ୍ଣରେ ଦୁର୍ବଳ ହୋଇଥାନ୍ତି !ପବିତ୍ର ବାଇବଲରେ ମଧ୍ୟ ସ୍ତ୍ରୀ ଦୁର୍ବଳ କକ୍ଷ ବୋଲି କୁହାଯାଇଛି !କିନ୍ତୁ ବର୍ତ୍ତମାନ ଦବୋରା ସଦୃଶ୍ୟ ଧୌର୍ଯ୍ୟର ସ୍ତ୍ରୀ ମାନଙ୍କୁ ମଧ୍ୟ ଆମେ ଦେଖି ପାରିବା !
ବିଚାରକର୍ତ୍ତା :-4:6-8 ବଚନ ଯଦି ଆମେ ପଡ଼ିବା, ତେବେ ବାରକଙ୍କୁ ପରମେଶ୍ୱର ଯୁଦ୍ଧକୁ ଯିବା ପାଇଁ କହିଥିବା କଥା ତାଙ୍କୁ ମନେ କରାଉଛି ! ତହୁଁ ବାରକ୍ ଦବୋରାଙ୍କୁ କହିଲା, ତୁମ୍ଭେ ଯେବେ ମୋ’ ସଙ୍ଗେ ଯିବ, ତେବେ ମୁଁ ଯିବି; ମାତ୍ର ତୁମ୍ଭେ ମୋ’ ସଙ୍ଗେ ନ ଗଲେ, ମୁଁ ଯିବି ନାହିଁ।ଏହା ପଡ଼ିବା ବେଳେ ଦବୋରାର ଧୌର୍ଯ୍ୟ ଓ ଆତ୍ମବିଶ୍ୱାସକୁ ଆମେ ଅର୍ଥ କରି ପାରୁଛୁ !ଆଜି ଏହା ଶୁଣୁ ଥିବା ପ୍ରତ୍ୟେକ ସ୍ତ୍ରୀଙ୍କୁ ଏବଂ ଯୁବତୀ ମାନଙ୍କୁ ଉତ୍ସାହିତ କରିବାକୁ ମୁଁ ଆଶା କରୁଛି !
ପରାଜୟକୁ ଦେଖି ଆମେ ଭୟଭିତ ହୋଇ ବସିବା ପାଇଁ ଆମେ ଆହ୍ୱାନ ହୋଇ ନାହୁଁ !ପ୍ରଭୁ ଆମକୁ ଦେଇଥିବା ଅଳ୍ପ ଶକ୍ତିରେ ଉଠି ଦିପ୍ତିମତୀ ହେବାକୁ ଆହ୍ୱାନ ହୋଇଅଛୁ !ଆପଣମାନେ କିଛି ପରିସ୍ଥିତିକୁ ମୁକାବିଲା କରିବାକୁ, ଆପଣାର ଶକ୍ତି ନାହିଁ ବୋଲି କୁଟିଳ ହୋଇ ଥାଇପାର !ପରମେଶ୍ୱର ପରିବର୍ତ୍ତନ କରି ନ ପାରିବା କିଛି ହିଁ ନାହିଁ !ସେ ନ ଥିବାକୁ ଥିବା ସଦୃଶ୍ୟ ଡାକିବା ସଦାପ୍ରଭୁ ଅଟନ୍ତି !ଆପଣ କରିବା କାମ କେବଳ ଗୋଟିଏ ହିଁ, ଆପଣା ଅବସ୍ଥା କିପରି ଥିଲେ ବି ସେଥିରେ ପରମେଶ୍ୱର କାର୍ଯ୍ୟ କରିବା ନିମନ୍ତେ ସ୍ଥାନ ଦିଅନ୍ତୁ !ଆପଣ ଦବୋରାର ସଦୃଶ୍ୟ ଉଠି ଦୀପ୍ତିମାନ ହେବା ଉଚିତ ବୋଲି ପ୍ରଭୁ ଇଚ୍ଛା କରନ୍ତି !ଦବୋରାଙ୍କ ଠାରୁ ଆମେ ଅନେକ ବିଷୟରେ ଶିଖି ପରିବା !ସେଥି ମଧ୍ୟରୁ
(1). ସେ ସଦାପ୍ରଭୁଙ୍କ ଶକ୍ତିଶାଳୀ ହୋଇଅଛି !
(2).ଜଣେ ସ୍ତ୍ରୀ ଭାବେ ନ୍ୟାୟବିଚାର କରିବା ହିଁ ଦବୋରାର କାର୍ଯ୍ୟ ନୁହେଁ, ସେ ଜଣେ ଝିଅ ସଦୃଶ୍ୟ, ଜଣେ ସ୍ତ୍ରୀ ସଦୃଶ୍ୟ, ଜଣେ ମାଆଙ୍କ ସଦୃଶ୍ୟ ଏପରି ଅନେକ ଦାଇତ୍ୱକୁ ଦକ୍ଷତାର ସହିତ ନିର୍ବାଣ କଲା !ଏହି ଯୌବନ ଦିନରେ ଆପଣମାନେ ଯୀଶୁବାପାଙ୍କୁ ଧରିବା ପରି ହେଲେ, ତୁମ୍ଭ ସନ୍ତାନଗଣଙ୍କୁ ତାହା ଆଶୀର୍ବାଦ ଯୁକ୍ତ ହେବ !ମୋ ଦ୍ଵାରା ହେବ ନାହିଁ ବୋଲି ଭାବନା କରୁଥିବା ତୁମ୍ଭ ଦ୍ଵାରା ଦେଶକୁ ଦୋହରାଇବାକୁ ସଦାପ୍ରଭୁ ଆଶା କରୁଛନ୍ତି, ଭୁଲନ୍ତୁ ନାହିଁ !ତେଣୁକରି ଦବୋରାଙ୍କ ସଦୃଶ୍ୟ ଉଠି ଦୀପ୍ତିମତୀ ହେବା ଉଚିତ ବୋଲି ପରମେଶ୍ୱରଙ୍କ ହସ୍ତରେ ଆପଣାକୁ ସମର୍ପିତ ହୁଅନ୍ତୁ !ସେ ଆପଣଙ୍କୁ ଆଚର୍ଯ୍ୟ ଭାବେ କଢାଇ ନେବେ !ହାଲେଲୁୟା !
- ଶ୍ରୀମତୀ ଦିବ୍ୟା ପେରନାଡ
ପ୍ରାର୍ଥନା ଅନୁରୋଧ '-
ଆମ ସେବା କାର୍ଯ୍ୟ ଦ୍ଵାରା ମୁଦ୍ରିତ ହେଉଥିବା ପ୍ରତ୍ୟେକ ପତ୍ରିକା, ଅନେକଙ୍କ ପ୍ରୟୋଜନ ଭାବେ ଉପଯୋଗୀ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.