Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-09-2022
Share:

By Village Missionary Movement

Sunday, 11-Sep-2022

ଆଜିର ବାକ୍ୟ (Oriya) 11-09-2022

 

ଉତ୍ତମ ଲକ୍ଷଣ 

 

“ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ; ମୁଁ କହିଲି, “ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି,” ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ। [ସେଲା]” - ଗୀତସଂହିତା 32:5

 

ହେଲୋ ପିଲାମାନେ, କେମିତି ଅଛ ? ପ୍ରତି ସପ୍ତାହରେ କାହାଣୀ ଶୁଣୁଥିଲେ ବିରକ୍ତି ଲାଗୁନାହିଁ ତ ? ଆନନ୍ଦରେ କାହାଣୀ ଶୁଣିଲା ପରି, ତାହାର ଅନୁସାରେ ଚାଲିବା ଉଚିତ !ଠିକ ଅଛି ତ !

 

ମାଲା କାଲାକୁ ଡାକୁଛି, ଆଲୋ.. ସ୍କୁଲକୁ ସମୟ ହେଲା, କଣ ଲୋ କରୁଛୁ ଶୀଘ୍ର ଆସ !ଏସାମବ୍ଲି ପ୍ରାର୍ଥନା ଆରମ୍ଭ ହେବାକୁ ଯାଉଛି !ଆମ ଖେଳ ଶିକ୍ଷକ ପ୍ରଶ୍ନ ଉପରେ ପ୍ରଶ୍ନ କରି ବିରକ୍ତି କରିବ !ହେଠି... ଆସୁଛି କହି, ସାଇକେଲ ଚଲାଇ କାଲା ଗଲା !ଦୁଇ ଜଣ ମିଶି ସାଇକେଲ ଚଲାଇ ଯାଉଥିବା ବେଳେ ଗୀତା ଧାଇଁଧାଇଁ ହାଲିଆ ହୋଇ ଆସିଲା !ଗୀତା କହିଲା, ଏ.. ମାଲା ମୋ ସାଇକେଲଟି ମରାମତି ହେଲା !ଆଜି ମୁଁ ତୁମ ସାଇକେଲରେ ଯିବି ପ୍ଲିଜ଼ !କାଲା କହିଲା, ତୁ ବୋଇତାଳୁ ସଦୃଶ୍ୟ ମୋଟୀ ଅଛୁ, ମୁଁ ମୋ ସାଇକେଲରେ ବସାଇ ମୁଁ ଚଲାଇ ପାରିବି ନାହିଁ !ଗୀତା କହିଲା, ନାହିଁ ନାହିଁ ମୁଁ ଚଲାଇବି ତୁ ପଛରେ ବସ !ଏହା ପରେ ତିନିଜଣ ମିଶି ଶୀଘ୍ର ସ୍କୁଲକୁ ପଳାଇ ଗଲେ !ପିଲାମାନେ, ତୁମ୍ଭେ ମଧ୍ୟ ତରବରରେ ସ୍କୁଲକୁ ଯିବ କି ? ସେହିପରି ରହିବା ଉଚିତ ନୁହେଁ, ଶୀଘ୍ର ସକାଳୁ ଉଠି ମନ୍ଥରତାରେ ବାହାରିଲେ ଟେନସନ ନ ଥାଇ ଆନନ୍ଦରେ ଯାଇ ପାରିବତ !

 

ମାଲା, କାଲା, ଓ ଗୀତା ଏହି ତିନି ଜଣ ବନ୍ଧୁ ଅଟନ୍ତି !ଗୀତା ଉତ୍ତମ ଝିଅ ଭାବେ ରହିବାକୁ ପସନ୍ଦ କରେ !ସେ ଦିନ ଶିକ୍ଷୟତ୍ରୀ ଅଳ୍ପ ସମୟ ଅଫିସକୁ ଯିବାକୁ ଥିବା ହେତୁ, ଶ୍ରେଣୀ ଲିଡରକୁ ଡାକି କହିଲେ, ଯଦି ଶ୍ରେଣୀରେ କିଏ ରଡି କରେ, ତେବେ ତାଙ୍କ ନାମକୁ ଲେଖି ରଖ !କିନ୍ତୁ ଏହି ତିନିଜଣ କଥା ହେଉ ହିଁ ଥାନ୍ତି !ତେଣୁକରି ଲିଡର ତାଙ୍କ ନାମକୁ ଲେଖି ଶିକ୍ଷୟତ୍ରୀ ଆସିବା କ୍ଷଣି ଦେଲା !କାଲା ଓ ମାଲା ଠିଆ ହୋଇ କହିଲେ, ମିସ ଆମେ କଥା ହୋଇ ନାହୁଁ, ସେ ହିଁ ଆମ ନାମକୁ ଲେଖି ଦେଲା ବୋଲି ମିଛ କହିଲେ !କିନ୍ତୁ ଗୀତା ଠିଆ ହୋଇ କହିଲା, ନା ମେଡ଼ାମ ଆମେ ପ୍ରକୃତରେ କଥା ହେଉଥିଲୁ, ଆମକୁ କ୍ଷମା କରନ୍ତୁ !ସଙ୍ଗେ ସଙ୍ଗେ ମିସ ପ୍ରଶଂସା କରି କହିଲା, ସମସ୍ତେ କରତାଳି ଦିଅ !କରିଥିବା ଦୋଷକୁ ସ୍ୱୀକାର କରିବା ଅତି ଉତ୍ତମ ଲକ୍ଷଣ !କରିଥିବା ଦୋଷକୁ ଲୁଚେଇବା ବେଳେ ଗଣ୍ଡଗୋଳ ଆସେ !ଏହାଦ୍ଵାରା ଆପଣା ପରିବାର ଏବଂ ଆପଣା ଚତୁଃପାର୍ଶ୍ୱର ଲୋକଙ୍କ ପ୍ରତି ପ୍ରଭାହ ପଡ଼ିବ !ତୁମ ଦୋଷକୁ ମାନିନେବା ବେଳେ ଆନନ୍ଦ ଓ ସମାଧାନ ଘଟେ !ଶିକ୍ଷୟତ୍ରୀ ଅତି ଉତ୍ତମ ରୂପେ କହିଲା, କଣ ପିଲାମାନେ, ତୁମେ ହିଁ ସମାଜକୁ ଉତ୍ତମ ମାର୍ଗଦର୍ଶୀ ହୋଇ ରହିବା ଉଚିତ !କଣ ପିଲାମାନେ, ଶିକ୍ଷୟତ୍ରୀ ଯାହା କହିଛନ୍ତି, ତାହାକୁ ଅନୁସରଣ କରିବାକୁ ପ୍ରସ୍ତୁତ କି ? ଠିକ ଅଛି ପିଲାମାନେ, ଆଜି ଶିକ୍ଷା ପାଇଥିବା କାହାଣୀକୁ ଓ ବାକ୍ୟକୁ ଭୁଲିବା ଉଚିତ ନୁହେଁ !ତଦ ଅନୁସାରେ ଗମନ କରିବାକୁ ବି ଭୁଲିଯିବା ଉଚିତ ନୁହେଁ !ଠିକ ଅଛି ତ, ବାଇ ପିଲାମାନେ !

- ଏ. ବିହୁଲା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al