Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-09-2022
Share:

By Village Missionary Movement

Friday, 09-Sep-2022

ଆଜିର ବାକ୍ୟ (Oriya) 10-09-2022

 

ଜୀବନଦାତା ପରମେଶ୍ୱର 

 

"ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି । ମୁଁ ଉତ୍ତମ ମେଷପାଳକ..." - ଯୋହନ 10:10-11

               

ଆଜିର ଦିନରେ ମନୁଷ୍ୟମାନଙ୍କ ଠାରେ ଧୌର୍ଯ୍ୟ କମି ଯାଉଛି !ସବୁକିଛି ସେମାନଙ୍କ ଅନୁସାରେ ହେବା ଉଚିତ ବୋଲି ଆଲୋଚନା ଗୁଡିକ ବିଦ୍ୟମାନ ହେଉଛି !ଏଥିପାଇଁ ଯୌବନ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ଅନେକ ଲୋକ ଆତ୍ମହତ୍ୟା କରୁଥିବା ସମ୍ବାଦ ପ୍ରତିଦିନ ନିଶ୍ଚୟ ଆସୁଅଛି !ଏହି ସବୁର ମୁଖ୍ୟ କାରଣ ଲୋକଙ୍କ ଅଜ୍ଞାନ ଏବଂ ଜୀବନ ଦେଇଥିବା ପରିତ୍ରାଣ କର୍ତ୍ତାଙ୍କ ବିଷୟରେ ଜାଣି ନ ଥିବା !ଏହି ପୃଥିବୀରେ ଯେକୌଣସି ଆହ୍ୱାନକୁ ହେଉ ବିଜୟୀ ଲାଭ କରିବା ଶକ୍ତି କେବଳ ଯୀଶୁଖ୍ରୀଷ୍ଟଙ୍କ ନାମକୁ ହିଁ ରହିଛି !ସେ ହିଁ ମୃତ୍ୟୁକୁ ଜୟ କରିଛନ୍ତି ବୋଲି ସମ୍ବାଦ ପ୍ରକାଶିତ ହେବା ଉଚିତ !ତାହାଙ୍କ ନାମକୁ ପ୍ରତ୍ୟେକ ଜିହ୍ୱା ସ୍ୱୀକାର କରି, ତାହାଙ୍କ ଛାମୁରେ ପ୍ରତ୍ୟେକ ଆଣ୍ଠୁ ପାତିବା ଉଚିତ !ତେଣୁକରି ଆତ୍ମହତ୍ୟା ନାମକ ଆଲୋଚନାରେ ନିର୍ଯ୍ୟାତନା ହେଉଥିବା ଲୋକଙ୍କ ନିମନ୍ତେ ଉପରେ କୁହାଯାଇ ଥିବା ବାକ୍ୟର ସୂଚନା ଦିଆଯିବା ଉଚିତ !

 

ଆତ୍ମହତ୍ୟାକୁ ନେଉଥିବା ନିଷ୍ପତ୍ତିର କାରଣ :-

(1).ଆଶା କରିଥିବା ସଫଳ ନ ହେବା !

(2).ବିରୋଧୀ ସୃଷ୍ଟି ହେବାର ଭୟ !

(3).ଇଚ୍ଛା ସଫଳ ନ ହେବା !

(4).ବାସ୍ତବତାରେ ସମୁଖୀନ ହେବାକୁ ପଛଘୁଞ୍ଚା ହେବା !

(5).ଭବିଷ୍ୟତ ଏବଂ ଭବିଷ୍ୟତକୁ ସମ୍ମୁଖୀନ ହେବା ଆହ୍ୱାନ ବିଷୟରେ ଭୟ ହେବା !

 

ସାଇକୋଲୋଜି ଅନୁସନ୍ଧାନରେ ଏହିପରି ପ୍ରତିକୂଳ ଆଲୋଚନାକୁ ତିନୋଟି ସୂଚନା ଦିଆଗଲା :-

(1). ଭୟ କିମ୍ବା ଭୟର ଭାବନା !

(2). ଚାପ କିମ୍ବା ସ୍ୱରଉତ୍ତୋଳନ !

(3). ସମସ୍ୟା ଗୁଡିକୁ ମୁକାବିଲା କରି ନ ପାରି ଚାଲି ଯିବା !

 

ପୃଥିବୀରେ କେତେ ଜଣ ଭୟରେ ପୂର୍ଣ୍ଣ ଆହ୍ୱାନର ଅବସ୍ଥାକୁ ମୁକାବିଲା କରିଥିବା ଲୋକ, ସେଗୁଡିକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ଲୋକ, ଭୟର ପରିସ୍ଥିତିକୁ ମୁକାବିଲା କରି ବିଜୟ ସାଧନ କରିଛନ୍ତି !ସେମାନଙ୍କ ପ୍ରତିକୂଳ ଆଲୋଚନାର ପଛରେ ଧୌଡିଲେ, ଆଜି ଅନେକ ହାସଲକାରୀ ଲୋକ ରେକର୍ଡଗୁଡିକ ହାସଲ କରି ପାରି ନ ଥାନ୍ତି !   

 

ଏହି ପୃଥିବୀରେ ଜୀବନଯାପନ କଲା ପରେ, ଆମେ ଶାଶ୍ୱତ ଭାବେ ଜୀବନଯାପନ କରିବା ଆଉ ଏକ ଗୃହରେ ଆମେ ସ୍ଥାନ ସଂରକ୍ଷଣ କରିବା ଉଚିତ, ଏହାକୁ ମନରେ ରଖି ପ୍ରଭୁଙ୍କ ଶକ୍ତିରେ ଧାଇବା ବେଳେ ଏହି ଆତ୍ମହତ୍ୟା ନାମକ ଆଲୋଚନା ଅପସାରିତ ହୋଇଯିବ !ଉପରେ କୁହାଯାଇ ଥିବା ବାକ୍ୟ ଅନୁଯାୟୀ ଚୋର ହୋଇଥିବା ଶଇତାନ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ !ତେଣୁକରି ଆତ୍ମହତ୍ୟା ନାମକ ଆଲୋଚନା ଆଣୁଛି !ବହୁମୂଲ୍ୟ ଆତ୍ମାକୁ ମୃତ୍ୟୁର ଅଧିନ କରୁଛି !ସେଥିପାଇଁ ଅପଵାଦର ତନ୍ତ୍ରକୁ ସାମ୍ନା କରିବାକୁ ଶକ୍ତିମାନ ପରମେଶ୍ୱର ଦେଇ ଥିବା ଅସ୍ତ୍ରଶସ୍ତ୍ରକୁ ପରିଧାନ କରି ବଞ୍ଚିବା ଉଚିତ !ମନୁଷ୍ୟମାନଙ୍କ ଠାରେ ଜୀବନ ଆତ୍ମା ପୁଂକି ଥିବା ଇଶ୍ୱର , ଜୀବନ ଦେବାକୁ ଆସିଥିବା ଇଶ୍ୱର , ଆମକୁ ଆମ ବଂଶାବଳୀକୁ ପରିପୂର୍ଣ୍ଣ ଜୀବନରେ ଜୀବନ୍ତ କରି, ଅନନ୍ତ ଜୀବନକୁ ଉତ୍ତରାଧିକାରୀ କରି, ଆତ୍ମହତ୍ୟାର ବିପରୀତ ଦିନ ଉଶ୍ଚବରେ ଆଜି ପ୍ରାର୍ଥନା କରିବା ଆମ ଦାୟିତ୍ୱ ନୁହେଁ କି ? 

- ଶ୍ରୀମତୀ ମେରସି ଜେସିନ୍ଧା 

 

ପ୍ରାର୍ଥନା ଅନୁରୋଧ :-

ପ୍ରତ୍ୟେକ ଜିଲ୍ଲାରେ ଏକଶହ ପ୍ରାର୍ଥନା ସମାବେଶ ଉଠିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al