By Village Missionary Movement
Thursday, 08-Sep-2022ଆଜିର ବାକ୍ୟ (Oriya) 09-09-2022
ଉତ୍ତମ ସୈନିକ
“ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର ।“ - ୨ ତୀମଥି 2:3
ୟୁନ ନାମକ ଜଣେ ପ୍ରଭୁଙ୍କର ଦାସ ଚାଇନା ଲୋକଙ୍କୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବା ଦ୍ଵାରା, ତାଙ୍କୁ ସେଠାକାର କାରାଗାରରେ ବନ୍ଦୀ କରାଗଲା !ସେଠାରେ ଅନେକ ଦୁଃଖ ଓ ଯନ୍ତ୍ରଣା ଅନୁଭବ କଲା !ଅନେକ ସମୟରେ ୟୁନଙ୍କ ପାଟିରୁ ରକ୍ତ ବାହାରିଲା ପରି, କାରାଗାର ରକ୍ଷକମାନେ ତାହାଙ୍କୁ ବାଢୁଉ ଥାନ୍ତି !ସେହି ଆଘାତ ଯୋଗୁ ମୁହଁ ସାରା ଫୁଲିଯାଇ, ଅଚିହ୍ନା ହୋଇ ଯାଆନ୍ତି !ସେହି କାରାଗାରରେ ଥଣ୍ଡା ଅତ୍ୟଧିକ ଥିବା ହେତୁ ତାହାଙ୍କ ହାତରେ ରକ୍ତ ଜମାଟ ବାନ୍ଧୁ ଥାଏ !ଅନେକ ସମୟରେ ସେହି ହାତ ଫାଟି ଯାଇ ରକ୍ତ ଝରୁ ଥାଏ !ଦିନେ ୟୁନ ସେ କଷ୍ଟକୁ ସହ୍ୟ କରି ନ ପାରି, ପ୍ରଭୁଙ୍କ ଆଡକୁ ଚାହିଁ କାନ୍ଦିଲା !ସେତେବେଳେ ତାଙ୍କୁ ଗୋଟିଏ ବାକ୍ୟ ମନେ ପଡିଲା !ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ;ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି ଗୀତସଂହିତା :-46:11 ଏହି ବାକ୍ୟ ତାଙ୍କୁ ଉତ୍ସାହିତ କରିବା ଦ୍ଵାରା ସମସ୍ତ ଯନ୍ତ୍ରଣା ସହ୍ୟ କରିବାକୁ ସଦାପ୍ରଭୁ ଶକ୍ତି ଦେଲେ !ଏହାଙ୍କ ଦ୍ଵାରା ଅନେକେ ପରିତ୍ରାଣ ପାଇଲେ !
ତଦ୍ରୁପ ପବିତ୍ର ବାଇବଲରେ ମଧ୍ୟ ସ୍ତିଫାନ ନାମକ ଯୁବକ ବିଷୟରେ ଆମେ ପଡ଼ୁଛୁ !ମଣ୍ଡଳୀରେ ଖାଦ୍ୟ ପରସିବା କାର୍ଯ୍ୟରେ ଥାଇ ମଧ୍ୟ, ସେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବାକୁ ଆସିଲେ !ତାହାଙ୍କ ଦ୍ଵାରା ପରମେଶ୍ୱର ମହାନମହାନ କାର୍ଯ୍ୟ ଏବଂ ଆଚର୍ଯ୍ୟ କାର୍ଯ୍ୟ ଗୁଡିକ କଲେ !ସ୍ତିଫାନ ଯୀଶୁଙ୍କ ବିଷୟରେ କହୁଥିବା ଶ୍ରୋତାମାନଙ୍କ ମଧ୍ୟରେ କିଛି ସହରରେ ତାଙ୍କ ବିରୁଦ୍ଧରେ ଯୁକ୍ତି କରିବାକୁ କିଛି ଲୋକଙ୍କୁ ନିଯୁକ୍ତି କଲେ !ସେମାନେ ତାହାଙ୍କୁ ସହରରୁ ତଡି ପଥର ପୋଫାଡି ହତ୍ୟା କଲେ !କିନ୍ତୁ ସ୍ତିଫାନ ତାଙ୍କୁ ହତ୍ୟା କରିବାକୁ ପଥର ଫୋପାଡ଼ି ଥିବା ଲୋକଙ୍କ ନିମନ୍ତେ ଆଣ୍ଠୁପାତି, ପ୍ରଭୁ ସେମାନେ ଏହି ପାପ ପ୍ରତି ସହଭାଗୀ ନୁହନ୍ତି ବୋଲି ପ୍ରାର୍ଥନା କଲେ !ଶାଉଲ ନାମକ ଯୁବକ ମଧ୍ୟ ସ୍ତିଫାନଙ୍କୁ ହତ୍ୟା କରିବାକୁ ସଂମତି ହେଲା !ପରମେଶ୍ୱର ଏହି ଶାଉଲଙ୍କୁ ପାଉଲ ରୂପେ ପରିବର୍ତ୍ତନ କରି ଏସିଆ ମହାଦେଶ ସାରା ସେଵା କାର୍ଯ୍ୟ କରିବାକୁ ତାହାଙ୍କୁ ବ୍ୟବହାର କଲେ !
ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କ ନିମନ୍ତେ ଆମେ କରୁଥିବା ପ୍ରୟାସ, ଚେଷ୍ଟା ତାହା କେବେବି ବୃଥା ହେବ ନାହିଁ !ସେ ଦିନ ୟୁନ ଯୀଶୁଙ୍କ ନିମନ୍ତେ ରକ୍ତ ଝରାଇଲା !ଖ୍ରୀଷ୍ଟଙ୍କ ପରେ ସ୍ତିଫାନ ହିଁ ପ୍ରଭୁଙ୍କ ନିମନ୍ତେ ପ୍ରଥମ ରକ୍ତାକ୍ତ ସାକ୍ଷୀ ହୋଇ ମୃତ୍ୟୁବରଣ କଲେ !ଆଜି ଆମେ ଯୀଶୁଙ୍କ ନିମନ୍ତେ କଣ କରୁଛୁ, କଣ କରିବାକୁ ଯାଉଛୁ ? ଏହି ବିଷୟକୁ ଆଲୋଚନା କରି ଚାଲିବା !ହାଲେଲୁୟା !
- ଶ୍ରୀମତୀ ରୁବି ଆରୁଣ
ପ୍ରାର୍ଥନା ଅନୁରୋଧ :-
ରାଗଲାଣ୍ଡ ମିଶିନାରୀ ଶିକ୍ଷଣ କେନ୍ଦ୍ର ମାଧ୍ୟମରେ ହଜାର ହଜାର ମିଶିନାରୀମାନେ ଅଭିବୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.