Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-09-2022
Share:

By Village Missionary Movement

Wednesday, 07-Sep-2022

ଆଜିର ବାକ୍ୟ (Oriya) 08-09-2022

 

ତୁମେ ମଧ୍ୟ ଦୟା କରିବା ଉଚିତ ଥିଲା ତ ? 

 

“ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହ ଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା?” - ମାଥିଉ 18:33

 

ଯୋହନଙ୍କ ବୟସ ପଚିଶି ବର୍ଷ ଅଟେ !ଯୋହନ ତାଙ୍କ ନିମନ୍ତେ ଗୋଟିଏ ଭଲ ଚାକିରୀଟିଏ ଖୋଜୁଥାଏ !ଦିନେ ତାଙ୍କ ବନ୍ଧୁଙ୍କ ସାହାଯ୍ୟରେ ଚେନ୍ନାଇ ସ୍ଥିତ ଗୋଟିଏ କମ୍ପାନୀରେ ଷାଠିଏ ହଜାର ବେତନର ଚାକିରୀ ନିମନ୍ତେ ଆମଂତ୍ରିତ ହେଲା !ଯୋହନ ଅତି ଉତ୍ସାହରେ ବାହାରି ଇଣ୍ଟେରଭିଉ ନିମନ୍ତେ ଗଲା !ଚେନ୍ନାଇ ଠାରେ ଓଲ୍ଲାଇ ଅଳ୍ପ ବାଟ ଚାଲିଚାଲି ଯିବାକୁ ହୁଏ !ଚାଲିଚାଲି ଯିବା ରାସ୍ତାରେ, ଜଣେ ଭଦ୍ର ଶୀଘ୍ରଶୀଘ୍ର ଚାଲି ହଠାତରେ ତଳେ ପଡିଗଲା !କିନ୍ତୁ ଯୋହନ ତାଙ୍କୁ ଦେଖି ନ ଦେଖିଲା ପରି ହୋଇ, ସାହାଯ୍ୟ ନ କରି ଚାଲିଗଲା !ସେହି କମ୍ପାନୀକୁ ଯାଇ ସାକ୍ଷାତକାରରେ ଉପସ୍ଥିତ ହେବାବେଳେ ଗୋଟିଏ ଆଚର୍ଯ୍ୟ ଘଟିଲା, ତାହା ହେଉଛି ସେଠାରେ ସାକ୍ଷାତ ଇଣ୍ଟେରଭିଉ କରିବା ଲୋକଙ୍କ ମଧ୍ୟରେ ଏହି ଭଦ୍ର ଲୋକ ମଧ୍ୟ ଅଛନ୍ତି !ଯାହା ଘଟିଲା ସେସବୁ ଯୋହନ ବୁଝି ପାରିଲା !ଶେଷରେ ଏହି ଚାକିରୀ ମଧ୍ୟ ଯୋହନକୁ ମିଳିଲା ନାହିଁ !

 

ପବିତ୍ର ବାଇବଲରେ ମାଥିଉ :-18:22-34 ବଚନରେ ଯୀଶୁଖ୍ରୀଷ୍ଟ ଗୋଟିଏ ଉପମା କହିଥିବା ଆମେ ପଡୁଛୁ !କିଛି ଲୋକ ଜଣେ ଦାସଙ୍କୁ ପ୍ରଭୁଙ୍କ ନିକଟକୁ ଧରିକି ଆଣିଲେ !ସେ ପ୍ରଭୁ ଋଣ ନେଇ ଥିବା ସେ ଦାସଙ୍କୁ ଋଣ ଶୁଝିବାକୁ କହିବା ବେଳେ, ଦାସଟି ସୁଝି ନ ପାରିବାରୁ ତାହାଙ୍କୁ ଦୟା ବିଚାରି କ୍ଷମା କରି ଦେବ !ଏହି ଦାସ ଆନନ୍ଦରେ ଘରକୁ ଯାଉଥାଏ ! ଯାଉଥିବା ବେଳେ ତାଙ୍କ ଠାରୁ ଋଣ ନେଇଥିବା ଜଣେ ସହଦାସକୁ ଦେଖି ତାହାକୁ ତଣ୍ଟିଚିପି ତୁ ଯାହା ଧାରୁ, ଶୁଝିଦେ ବୋଲି କଠିନ ବ୍ୟବହାର କରିବ !ସେ ଅତିଗରିବ ହେତୁ ମୋତେ ଦୟା କରନ୍ତୁ କହି ବିନତି କରିବ !କିନ୍ତୁ ଏହି ଦାସ ଦୟା ନ କରି ତାହାଙ୍କୁ କାରାଗାରରେ ପକାଇ ଦେବ !ଏହି ଘଟଣାଟି ଜାଣି ପାରି ସେ ପ୍ରଭୁ, ସେ ଦାସକୁ ପାଖକୁ ଡକାଇ, ସେ ଦାସଙ୍କୁ କ୍ଷମା କରି ଛାଡିଦେଇ ଥିବା ଋଣକୁ ପୁନର୍ବାର ଶୁଝିବାକୁ କହି ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ !

 

ଏହା ଶୁଣୁଥିବା ପ୍ରିୟ ଭାଇ ଓ ଭଉଣୀମାନେ, ଉପରେ କୁହାଯାଇଥିବା ଦୁଇଟି ଘଟଣାରେ ଅନ୍ୟକୁ ସାହାଯ୍ୟ କରିବା ଗୁରୁତ୍ୱ ଅଟେ ବୋଲି ଜଣାଗଲା !ସେହିପରି ସଦାପ୍ରଭୁ ଆମକୁ ଦୟା କରୁଥିବା ସଦୃଶ୍ୟ, ଆମେ ମଧ୍ୟ ଅନ୍ୟମାନଙ୍କୁ ଦୟା କରିବା ଉଚିତ !ପ୍ରଭୁଯୀଶୁ ଆମ ପାପ କ୍ଷମା କରିଥିବା ସଦୃଶ୍ୟ, ଆମେ ମଧ୍ୟ ଅନ୍ୟମାନଙ୍କୁ କ୍ଷମା ଦେବା ଉଚିତ ବୋଲି ସେ ଆଶା କରନ୍ତି !କିନ୍ତୁ ଅନେକ ସମୟରେ ଆମେ ଦୁଇ ପ୍ରକାର ଆଲୋଚନା କରି କ୍ରୋଧ, ହିଂସା, ଗର୍ବ, ପ୍ରତିଶୋଧ ସଦୃଶ୍ୟ ଜିନିଷକୁ ମନରେ ରଖି ଅନ୍ୟକୁ କ୍ଷମା ନ କରି, ସେମାନଙ୍କ ପ୍ରତି ପ୍ରତିଶୋଧ ନେବାକୁ ଚେଷ୍ଟା କରୁଥାଉ !କିନ୍ତୁ ଏହା ପ୍ରଭୁଙ୍କର ଦୃଷ୍ଟିରେ ପାପ ଅଟେ !ଆଉ ପ୍ରଭୁଯୀଶୁ କହନ୍ତି, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ, ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ କ୍ଷମା କରିବା ଉଚିତ !ତେଣୁକରି ଆମ ପାପ କ୍ଷମା ହେଲା ସଦୃଶ୍ୟ ଆମେ ମଧ୍ୟ ଅନ୍ୟର ଦୋଷକୁ କ୍ଷମା କରିବା, ସ୍ୱର୍ଗରାଜ୍ୟକୁ ନିଜର କରିବା !ହାଲେଲୁୟା !

- ଏମ. ଇଫଶିବା 

 

ପ୍ରାର୍ଥନା ଅନୁରୋଧ :-

ଆସନ୍ତୁ ପ୍ରାର୍ଥନା କରିବା ଯେ ସଦାପ୍ରଭୁ ଆମ ସହିତ ସୁସମାଚାର ପ୍ରଚାରକମାନଙ୍କ ସହିତ ଏକ ଦର୍ଶନ ସହିତ ଏକ ହୁଅନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al