By Village Missionary Movement
Tuesday, 06-Sep-2022ଆଜିର ବାକ୍ୟ (Oriya) 07-09-2022
ବହୁମୂଲ୍ୟ ଜିନିଷ
"...ତୁମ୍ଭର ଲୋତକ ଦେଖିଅଛୁ....." - ଯିଶାଇୟ 38:5
ଦିନେ ଜଣେ ଦେବଦୂତ ସ୍ୱର୍ଗ ରାଜ୍ୟରୁ ପୃଥିବୀକୁ ଓଲ୍ଲାଇ ଆସିଲା !ପୃଥିବୀରେ ଥିବା ବହୁମୂଲ୍ୟ ଜିନିଷକୁ ସ୍ୱର୍ଗକୁ ନେବା ପାଇଁ ନିର୍ଣ୍ଣୟ କରି ପ୍ରତ୍ୟେକ ସ୍ଥାନରେ ଖୋଜିବାକୁ ଲାଗିଲା !ସୌନ୍ଦର୍ଯ୍ୟଭରା ଅରଣ୍ୟ, ସେଠିଥିବା ଫୁଲ, ପକ୍ଷୀ ଗୁଡିକ, ଆଖିଭରା ଜଳପ୍ରପାତ, ଏପରି ପ୍ରକୃତିର ଦୃଶ୍ୟ ଅତି ସୁନ୍ଦର ଥିଲା !କିନ୍ତୁ ଏ ସବୁ ସ୍ୱର୍ଗରାଜ୍ୟରେ ଅତ୍ୟଧିକ ସୌନ୍ଦର୍ଯ୍ୟ ଥିବ ତ ବୋଲି ଭାବନା କରି, ସେ ସବୁକୁ ଛାଡି, ମଣିଷମାନେ ଅତ୍ୟଧିକ ବହୁମୂଲ୍ୟ ଦେଉଥିବା ସୁନାକୁ ଦେଖିଲା !କିନ୍ତୁ ସ୍ୱର୍ଗରାଜ୍ୟରେ ସବୁକିଛି ସୁନା ତ ବୋଲି ଭାବନା କରି, ପୁନର୍ବାର ସ୍ୱର୍ଗରାଜ୍ୟକୁ ଫେରି ଯାଉଥିବା ସମୟରେ, ଗୋଟିଏ ଘରରୁ କ୍ରନ୍ଦନର ରବ ଶୁଣାଗଲା !"ହେ ଯୀଶୁବାପା ପାପରେ ପତିତ ଲୋକଙ୍କୁ ପାପରୁ ପରିତ୍ରାଣ କର "ବୋଲି ଜଣେ କାନ୍ଦିକାନ୍ଦି ପ୍ରାର୍ଥନା କଲାବେଳେ ତାହାଙ୍କ ଚକ୍ଷୁରୁ ଝରୁଥିବା ଲୁହକୁ ଦେଖିଲା !ଏହାଠୁ ବହୁମୂଲ୍ୟ ଏହି ପୃଥିବୀରେ ଆଉ କିଛି ନାହିଁ ବୋଲି କହି, ତାଙ୍କ ହସ୍ତରେ ସେହି ଲୁହକୁ ଧରି ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଧରିକି ନେଲା !ଏହି ପୃଥିବୀ ଜଗତରେ ଥିବା ଜିନିଷକୁ ଆଧାରିତ କରି ଜଣକୁ ସଂମ୍ମାନ ଦିଏ !କିନ୍ତୁ ଲୁହର ମୂଲ୍ୟ ବୁଝିଲେ ଯଥେଷ୍ଟ, ଯାହାବି ହାସଲ କରି ପାରିବା !
ନିହିମୀୟା ତାଙ୍କ ଲୋତକର ପ୍ରାର୍ଥନା ଦ୍ଵାରା ହାସଲ କରିବା ଆମେ ପବିତ୍ର ବାଇବଲରେ ଦେଖୁଛୁ !ନିହିମୀୟା ଅର୍ତ୍ତକ୍ଷସ୍ତ ରାଜଙ୍କ ପାନପାତ୍ରବାହକ ହୋଇଥିଲା !କିନ୍ତୁ ଯିରୂଶାଲମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି ବୋଲି ସମ୍ବାଦ ଯୀରୂଶାଲମରୁ ଆସିଥିବା ତାଙ୍କ ଭାଇମାନଙ୍କ ଦ୍ଵାରା ଜାଣିପାରିଲା !ସେଥିପାଇଁ ରୋଦନ କରି, କିଛି ଦିନ ବିଳାପ କରି ଉପବାସ ରହି, ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଠାରେ ବିନୟ କରି, ରାଜଙ୍କ ନିକଟକୁ କାମକୁ ଆସି ଗଲା !ମାତ୍ର ତାହାର ଲୋତକର ମୂଲ୍ୟ ରାଜା ତାଙ୍କୁ ପଚାରିଲା ପରି କଲା !ପ୍ରାଚୀର ନିର୍ମାଣ କରିବାକୁ କଣ କଣ ନିହିମୀୟାଙ୍କ ଆବଶ୍ୟକ ସେସବୁ ଦେଲା ପରି କଲେ !ସତୁରି ବର୍ଷ ହେବ ଭଗ୍ନ ହୋଇଥିବା ପ୍ରାଚୀର ବାଉନ (52) ଦିନରେ ନିର୍ମିତ ହେଲା !ଏହା ନିହିମୀୟାଙ୍କ ଲୋତକର ବିଜୟୀ ଅଟେ !
ଆମ୍ଭେମାନେ ମଧ୍ୟ ଆବଶ୍ୟକ ସ୍ଥଳେ ପରମେଶ୍ୱରଙ୍କ ସାନିଧ୍ୟରେ ଲୋତକ ଝରାଇବା !ସମସ୍ତେ ପରିତ୍ରାଣ ପାଇବା ହିଁ ପରମେଶ୍ୱରଙ୍କ ଇଚ୍ଛା ଅଟେ !ସେହି ଦର୍ଶନ ନିମନ୍ତେ ଲୋତକ ଝରାଇ, ପ୍ରାର୍ଥନା କଲେ ହିଁ, ପରମେଶ୍ୱର ଆମ ଦ୍ଵାରା କାର୍ଯ୍ୟ କରି ପାରିବେ !ଆତ୍ମାଗୁଡିକ ସ୍ୱର୍ଗ ରାଜ୍ୟକୁ ନେଇକି ଯିବାକୁ ଆମ ଲୋତକକୁ ସମର୍ପଣ କରିବା !ସ୍ୱର୍ଗରାଜ୍ୟକୁ ନେଇକି ଯିବା କେବଳ ଗୋଟିଏ ପାଣ୍ଡିର ଆତ୍ମାକୁ ରୋଜଗାର କରିବା !ବିଜୟୀ ଜୀବନରେ ବଞ୍ଚିବା !ହାଲେଲୁୟା !
- ଏ. ବିହୁଲା
ପ୍ରାର୍ଥନା ଅନୁରୋଧ :-
ସେବା ସ୍ଥାନରେ ଘଟୁଥିବା ଉଜ୍ଜିବ ଆଶାର ସମାବେଶକୁ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟ ସିଦ୍ଧି ନିମନ୍ତେ, ଉଜ୍ଜିବ ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.