By Village Missionary Movement
Monday, 05-Sep-2022ଆଜିର ବାକ୍ୟ (Oriya) 06-09-2022
ଅପେକ୍ଷା
"....ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ...." - ମାଥିଉ 5:44-45
କିଛି ଦିନ ହେବ ବରଷୁ ଥିବା ବର୍ଷା ଦ୍ଵାରା କେବଳ ପୃଥିବୀ ନୁହେଁ ଆମ ମନ ମଧ୍ୟ ଶୀତଳ ହେଲା !ଆଲୋଚନା କରି ଦେଖନ୍ତୁ, ବର୍ଷା ହେଉଛି ଆମେ ପୃଥିବୀରେ ଜୀବନଯାପନ କରୁଥିବା ଆମ ସମସ୍ତଙ୍କୁ କେତେ ଯେ ଉପକାର କରିଛି !କିନ୍ତୁ ସେହି ବର୍ଷାକୁ ଉପଭୋଗ କରିଥିବା ଆମେ ପୁନର୍ବାର ତାହା ନିମନ୍ତେ କିଛି ହିଁ କରୁନାହୁଁ !ହେଲେ ମଧ୍ୟ କିଛି ବେଦଭାବ ନ ଥାଇ ବର୍ଷା ସମସ୍ତଙ୍କୁ ଉପକୃତ କରୁଛି !
ପବିତ୍ର ବାଇବଲରେ ମାଥିଉ ସୁସମାଚାରର ପଞ୍ଚମ ଅଧ୍ୟାୟର ପାର୍ବତ୍ୟ ଉପଦେଶରେ, ଆମ ପ୍ରଭୁଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,ବୋଲି କହୁଛନ୍ତି !ଏହାର ଅର୍ଥ ହେଉଛି "ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ" !ତାହା ହେଉଛି ଆଉ ତାହାଙ୍କ ଠାରୁ ପୁନର୍ବାର କିଛି ଆଶା କରିବା ଉଚିତ ନୁହେଁ !ଆଉ କହିବାକୁ ହେଲେ, ଆମେ ତଦ୍ରୁପ ଆଶା ରଖି ସାହାଯ୍ୟ କଲା ପରି ହେଲେ ଆମେ ଫାରୂଶୀମାନଙ୍କ ସଦୃଶ୍ୟ ଅଟଇ ବୋଲି କୁହାଯାଇଛି !
ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି, ତାହାଙ୍କ ପଥରେ ଗମନ କରୁଥିବା ଆମ୍ଭେ, ଆମ୍ଭମାନଙ୍କ ପ୍ରେମକୁ ତାହାଙ୍କ ଠାରେ ପ୍ରକାଶ କରିବା ଉଚିତ !ଆମ୍ଭମାନଙ୍କ ବ୍ୟବହାରରେ ପରିବର୍ତ୍ତନ ହେବା ଉଚିତ !ପ୍ରଭୁଯୀଶୁଖ୍ରୀଷ୍ଟ ଆମଠୁ ଯେକୌଣସି ଅପେକ୍ଷା ନ ଥାଇ, ଆମେ ପୁନର୍ବାର ତାଙ୍କୁ କିଛି ଦେୟ କରି ନ ପାରିବା ଅବସ୍ଥାରେ ଥିବାବେଳେ, ଆମ ନିମନ୍ତେ, ଆମ ପରିତ୍ରାଣ ନିମନ୍ତେ ତାଙ୍କ ଜୀବନକୁ ତ୍ୟାଗ କଲେ !କିନ୍ତୁ ଆଜି ଆମେ ଅନେକ ଥର ଆମକୁ ପ୍ରେମ କରିବା ଲୋକଙ୍କୁ ହିଁ କେବଳ ପ୍ରେମ କରି, ଆମ୍ଭମାନଙ୍କୁ ଘୃଣା କରିବା ଲୋକଙ୍କୁ ଆମ୍ଭେମାନେ ଘୃଣା କରୁଛୁ !ଏହା ପାରସ୍ପରିକତା ପ୍ରେମ ହିଁ ହେବ !କିନ୍ତୁ ଆମ ପ୍ରେମରେ ସ୍ୱଚ୍ଛତା ରହିବା ଉଚିତ, ଏହା ହିଁ ପ୍ରଭୁ ପରମେଶ୍ୱରଙ୍କ ଆଶା ଅଟେ !ତେଣୁକରି କିଛିକୁ ବି ଆଶା ନ କରି, କଷ୍ଟରେ ଥିବା ଲୋକଙ୍କୁ ସୋଚ୍ଚଟରେ ସାହାଯ୍ୟ କଲାବେଳେ ପ୍ରଭୁଙ୍କର ନାମ ମହିମାନ୍ୱିତ ହେବ !କେବଳ ସେତିକି ହିଁ ନୁହେଁ ଅନେକେ ପ୍ରଭୁଙ୍କର ପ୍ରେମକୁ ସ୍ୱାଦ ଚାଖିବାକୁ ମଧ୍ୟ ସାହାଯ୍ୟ ହେବ !ହାଲେଲୁୟା !
- ଶ୍ରୀମତୀ ଷ୍ଟେପି ରାକସନ
ପ୍ରାର୍ଥନା ଅନୁରୋଧ :-
ଗ୍ରାମ୍ୟ ସେବାକୁ ଯାଉଥିବା ମିଶିନାରୀମାନଙ୍କ ଯାତ୍ରାରେ ସଦାପ୍ରଭୁଙ୍କର ସଂରକ୍ଷଣ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.