Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-09-2022 (Youth Special)
Share:

By Village Missionary Movement

Monday, 05-Sep-2022

ଆଜିର ବାକ୍ୟ (Oriya) 05-09-2022 (Youth Special)

 

ଖ୍ରୀଷ୍ଟଙ୍କ ଠାରେ ଉତ୍ତମ ଶିକ୍ଷକ 

 

“ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା।” – ଯିହିଜିକଲ 34:15

 

ଆଜିର ଦିନରେ ପୃଥିବୀ ସାରା ଉତ୍ତମ ଶିକ୍ଷକ ବୋଲି ସୁନାମ ଅର୍ଜନ କରିବା ଏକ ଆହ୍ୱାନ ହୋଇଗଲା !ଗୁରୁତ୍ୱପୂର୍ଣ୍ଣ ଭାବେ ଖ୍ରୀଷ୍ଟଙ୍କ ଠାରେ ଉତ୍ତମ ନାମ ରହି, ଉତ୍ତମ ସାକ୍ଷ୍ୟ ପାଇଁଥିବା ଏକ ଶିକ୍ଷକ ଭାବେ ରହିବା, ଭବିଷ୍ୟତର ବିଦ୍ୟାର୍ଥୀମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରେ ଲାଳନପାଳନ କରିବା ହେଉଛି ଅତ୍ୟଧିକ ଆହ୍ୱାନରେ ପରିପୂର୍ଣ୍ଣ ହୋଇଛି !ଗତ ବାର ବର୍ଷରୁ ମୋର ଯାତ୍ରା ବିଦ୍ୟାର୍ଥୀମାନଙ୍କ ସହ ଶିକ୍ଷକ ଭାବେ, ଅଧ୍ୟକ୍ଷ ଭାବେ ଏବଂ ଜଣେ ପ୍ରଶାସକ ଭାବରେ, ମୋତେ ଅନେକ ପାଠ ଶିଖାଇଲା !ପ୍ରତିଦିନ ସଦାପ୍ରଭୁ ମୋତେ କଢାଇ ନେଉଥିବା ଦେଖିଲେ ତାହା ଆଚର୍ଯ୍ୟ ଥିବ !ଆଉ ତାହାଙ୍କ ନିମନ୍ତେ ଅନେକ ସାଧନା କରିବାକୁ ଇଚ୍ଛା ହୁଏ !ମୋତେ ସଦାପ୍ରଭୁଙ୍କର ଆହ୍ୱାନ ଦ୍ଵାରା ମୁଁ ଏହି କାର୍ଯ୍ୟରେ ଯାହା ଶିଖିଛି, ତାହା ତୁମ ସହ ଅଂଶୀଦାର କରିବି !

 

(1). ଆମଠାରେ ପ୍ରଭୁଙ୍କର ପଲ ରହିଛି :-

1ମ ପିତର :-5:2 ରେ ବାକ୍ୟ ଅନୁସାରେ ଆମେ ଯେକୌଣସି କାମ କରିଲେ ସୁଧା ଆମକୁ ଦାୟିତ୍ୱ ଦେଇଥିବା ବିଦ୍ୟାର୍ଥୀମାନଙ୍କୁ, ଚାକିରୀକୁ ପ୍ରଭୁଙ୍କର ପଲ ସଦୃଶ୍ୟ ଭାବିବା ଉଚିତ !ସେତେବେଳେ ହିଁ ସେମାନଙ୍କ ନିମନ୍ତେ ଆତ୍ମାର ବୋଝ ଏବଂ ସେମାନଙ୍କ ଆବଶ୍ୟକତାକୁ ଜାଣି ପାରି, ସାହାଯ୍ୟ କରିବା ଗୁଣ, ସେମାନଙ୍କ ଗ୍ରହନତା ଏବଂ ମାନସିକତ ଚାପକୁ ବୁଝି ପାରିବା ସ୍ଵଭାଵ ଦେଖାଯିବ !

 

(2).ଉତ୍ତମ ମେଷ ପାଳକ ସଦୃଶ୍ୟ ଉତ୍ତମ  

ଲକ୍ଷ୍ମଣ ଗୁଡିକ ବ୍ୟକ୍ତ ହେବା ଉଚିତ :-1ମ ପିତର 5:2-4ବଚନ ପର୍ଯ୍ୟନ୍ତ କୁହାଯାଇଥିବା ସଦୃଶ୍ୟ ଆମେ ଆମର ନେତାଙ୍କ ନାମରେ ଚାପରେ ହସରେ ଅଧିକାର ଦେଖାଇ ହସ୍ତ ପ୍ରସାରିବା ଅବା ପୃଥିବୀର ଘୃଣ୍ୟ ଲାଭ ନିମନ୍ତେ ବିଦ୍ୟାର୍ଥୀମାନଙ୍କୁ ବ୍ୟବହାର କରିବା ଉଚିତ ନୁହେଁ !ଉତ୍ତମ ମେଷପାଳକ ଯୀଶୁଖ୍ରୀଷ୍ଟଙ୍କ ସଦୃଶ୍ୟ ସ୍ବଛନ୍ଦ ମନରେ ପଲକୁ ମଧୁର ଭାବେ, ସବୁ କାର୍ଯ୍ୟରେ ଉତ୍ତମ ଉଦାହରଣ ରୂପେ ରହି ଯତ୍ନ ନେବା ଉଚିତ !କିଛିବି ଅଧିକାର ଚଳାଇବା ଉଚିତ ନୁହିଁ !ଅଧିକାରୀ ହୋଇଥିବା ପ୍ରଧାନ ମେଷପାଳକ ଆସିବା ବେଳେ ମହିମାର ମୁକୁଟ ପାଇବା !ଏହାକୁ ବିଶ୍ୱାସ କରି ଧୌର୍ଯ୍ୟରେ ଚାଲିବା ଉଚିତ !

 

ଶେଷରେ ରୋଗୀମାନଙ୍କ ନିମନ୍ତେ ବିଶେଷକରି ଧ୍ୟାନ ଦେଖାଇବାକୁ ପବିତ୍ର ଆତ୍ମାଙ୍କ ଅଭିଷେକ :-ଏହା କରିବାକୁ ପବିତ୍ର ଆତ୍ମା ଜ୍ଞାନ ଅତି ଆବଶ୍ୟକ ଅଟେ !ଯିହିଜିକଲ :-34:4 ବାକ୍ୟ ଅନୁସାରେ, ଶକ୍ତିହୀନକୁ ସବଳ କରିବା ଉଚିତ, ଅସୁସ୍ଥତାକୁ ସୁସ୍ଥ କରିବା ଉଚିତ,ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଉଚିତ, ଯେ ହଜିଗଲା ତାକୁ ଖୋଜିବା ଉଚିତ, ଏପରି ଆମ୍ଭେ ନ୍ୟାୟମତେ ଚରାଇବା ଉତ୍ତମ ପାଳକ ଭାବେ ଯେକୌଣସି ଭେଦଭାବ ନ ଥାଇ ଲେଖାର ଆଧାର ଅନୁଯାୟୀ ଧ୍ୟାନର ଗୁରୁ ଭାବେ ବ୍ୟବହାର କଲା ବେଳେ ଖ୍ରୀଷ୍ଟଙ୍କ ଠାରେ ଉତ୍ତମ ନାମ ଅର୍ଜନ ସାଧ୍ୟ ଅଟେ !ପ୍ରାର୍ଥନା ଏବଂ ବାଇବଲ ଧ୍ୟାନ ହିଁ ଏହାର ମୂଳଦୁଆ ଅଟେ !ହାଲେଲୁୟା !

- ଶ୍ରୀମତୀ ମେର୍ସି ଜେସିନ୍ଦା 

 

ପ୍ରାର୍ଥନା ଅନୁରୋଧ :-

ମିଶିନାରୀ ମାନଙ୍କ ପରିବାର ପ୍ରତି, ସେମାନଙ୍କ ସନ୍ତାନମାନଙ୍କ ଶାରୀରିକ ସୁସ୍ଥତା ଏବଂ ପାଠପଢା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin vaycasino casibom holiganbet galabet matbet matbet giriş hilbet bahiscasino celtabet antikbet betoffice