Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-09-2022 (Kids Special)
Share:

By Village Missionary Movement

Saturday, 03-Sep-2022

ଆଜିର ବାକ୍ୟ (Oriya) 04-09-2022 (Kids Special)

 

ଘର ଚଟିଆ 

 

“କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ ।“ - ରୋମୀୟ 8:15

 

ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ତୁମ୍ଭେ ଘରଚଟିଆ ବସା ବାନ୍ଧିବା ଦେଖିଛ କି ? ହୋ... ତୁମେ ମଧ୍ୟ ତିଆରି କରିବ କି ? କିପରି, ସମୁଦ୍ର କୂଳକୁ ଯାଇ, ବାଲିରେ ଘର ନିର୍ମାଣ କରି ଖେଳିବ କି ? ଅତି ଆନନ୍ଦ ଓ ଖୁସି ଥିବ ତ !ତୁମ୍ଭେ ସମସ୍ତେ ହାତରେ ଘର ତିଆରି କରି ଖେଳିବ !କିନ୍ତୁ ଘର ଚଟିଆର ହାତ ଥିବ ନାହିଁ ତ !ତାହା କିପରି ବସା ବାନ୍ଧିବ ? ହଁ... ଅତି ଉତ୍ତମ ରୂପେ କହିଲ !ପାଟିରେ ତିଆରି କରିବ ତ !ହଁ ତାହା କିପରି ବସା ବାନ୍ଧି ଖୁସିରେ ରହୁଛି ସେ ବିଷୟରେ କାହାଣୀ ଶୁଣିବା କି ? 

 

ଗୋଟିଏ ସୌନ୍ଦର୍ଯ୍ୟମୟ ଘର ଚଟିଆ ତାହା ନିମନ୍ତେ ଏକ ସୁନ୍ଦର ବସା ତିଆରି କରିବା ଆରମ୍ଭ କଲା !ଛୋଟଛୋଟ କୁଟାକାଠି, ନଡ଼ିଆ କତା, ଏପରି କିଛି ଗୋଟେଗୋଟେ ଧରିକି ଅଣି ଉତ୍ତମ ଭାବେ ବସା ତିଆରି କରୁଥାଏ !ହଠାତରେ ଜୋରସେ ପବନ ବୋହିବାରୁ ସେ ବସାଟି ଭୁଶୁଡି ତଳେ ପଡିଗଲା !ଆଉ କିଛି କୁଟାକାଠି ଧରିକି ତାର ବସାକୁ ଆସିଥିବା ଘର ଚଟିଆଟି ଭୁଶୁଡି ତଳେ ପଡିଥିବା ବସାକୁ ଦେଖି କାନ୍ଦିଲା !ମାଲୋ... ମୁଁ ପରିଶ୍ରମ କରି ନିର୍ମାଣ କଲି କିନ୍ତୁ ତଳେ ଭୁଶୁଡି ପଡିଲା ବୋଲି ଦୁଃଖ ହେଲା ବୋଲି ଭାବୁଛ କି ? ନୋ... କେବଳ ଏତିକି ନୁହେଁ, ଏମିତି ବସା ଯେତେ ବି ନିର୍ମାଣ କରିବି !ମୋ ସହ ମୋର ପରମପିତା ଅଛନ୍ତି ତ !ସେ ମୋତେ ସାହାଯ୍ୟ କରିବେ ବୋଲି ପୁନର୍ବାର ଉଡିଉଡି ଯାଇ ଅଳ୍ପ ଦିନରେ ଆଉ ଏକ ବସା ନିର୍ମାଣ କରି ସମ୍ପୂର୍ଣ କଲା !ତଳେ ନ ଭୁଶୁଡି, ସୁରକ୍ଷିତରେ ଅଛି କି ନାହିଁ, ତାହା ଦେଖି, ସେହି ବସାରେ ଅଣ୍ଡା ଦେଇ, ସୁନ୍ଦର ସୁନ୍ଦର ଛୁଆଁ ଜନ୍ମ କଲା !କେବଳ ସେତିକି କି, ସେହି ଛୁଆଁ ଗୁଡିକୁ ଖାଦ୍ୟ ଦେଇ, ଉତ୍ତମ ରୂପେ ଦେଖିଲା !ସେହି ଛୋଟ ଘରଚଟିଆର ପରିବାରକୁ ଦେଖିବା ବେଳେ ପ୍ରକୃତରେ ଅତି ଆନନ୍ଦରେ ରହୁଛି ତ !ତୁମକୁ ପଚାରିବାକୁ ମନ ହେଉଛି କି, ହେ, ଘରଚଟିଆ ତୁ କିପରି ଆନନ୍ଦରେ ହାଲିଆ ନ ହୋଇ ତୋର କାମ ସବୁ କରି ପାରୁଛୁ ? 

 

କଣ ଭାଇ ଓ ଭଉଣୀମାନେ, ଘରଚଟି ମଧ୍ୟ ଯୀଶୁ ତାଙ୍କୁ ସୃଷ୍ଟି କରି ଥିବା ଉଦ୍ଦେଶ୍ୟକୁ ଜାଣି ପାରି ହାଲିଆ ନ ହୋଇ ଆନନ୍ଦରେ ତାର ଦାଇତ୍ୱକୁ ସଫଳ କରୁଛି !ମାଲୋ... ଏହି ପାଠରେ ମୁଁ ଫେଲ ହେଲି, ଏହା ବହୁତ କଠିନ ଅଛି ବୋଲି କୁଟିଳତା ହେବା ଉଚିତ ନୁହେଁ !ସାହାଯ୍ୟ କରିବାକୁ ଜଣେ ପିତା ଅଛନ୍ତି ବୋଲି ଭୁଲିବା ଉଚିତ ନୁହେଁ !ଠିକ ଅଛି ତ !ଠିକ ଅଛି ପିଲାମାନେ, ଘରଚଟିଆ ସଦୃଶ୍ୟ ଆମେ ହାଲିଆ ନ ହୋଇ ଆନନ୍ଦରେ ଆମ କାର୍ଯ୍ୟ କରିବା ଉଚିତ ବୋଲି ଶିକ୍ଷା ପାଇଲୁ ତ !

- ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin vaycasino casibom holiganbet galabet matbet matbet giriş hilbet bahiscasino celtabet antikbet betoffice