By Village Missionary Movement
Saturday, 03-Sep-2022ଆଜିର ବାକ୍ୟ (Oriya) 03-09-2022
ମାଗଣା
"...ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର" - ମାଥିଉ 10:8
ଆଜିକାଲି ଅନେକ ମଧ୍ୟମ ଧରଣର ଲୋକମାନେ ମାଗଣାକୁ ପସନ୍ଦ କରୁ ନାହାନ୍ତି !କାହିଁକିନା ମାଗଣା ମୂଲ୍ୟହୀନ ଅଟେ କହନ୍ତି !କିନ୍ତୁ ଜଣେ ସେ ସନ୍ଧାନ କରିଥିବା ଜିନିଷ ଏହି ପୃଥିବୀକୁ ମାଗଣାରେ ଦେଲେ !ସେ ହେଉଛନ୍ତି 'ଯୋହନସ ଏଡ଼ୱାର୍ଡସ ସଲଟ ' ଅଟେ !ସେ ଜଣେ ଜୀବଶାସ୍ତ୍ରବିତ୍ତ ଅଟେ !ପୃଥିବୀରେ ସର୍ଵ ପ୍ରଥମେ ପୋଲିୟ ରୋଗର ଚିକିତ୍ସା ଆବିଷ୍କାର କଲେ !ସେ ଆବିଷ୍କାର କରିଥିବା ପୋଲିୟ ଭେକସିନ ପାଇଁ ରାଜସ୍ବ ଅଧିକାର ପାଇ ନାହାନ୍ତି !ସେହିପରି ପାଇଥିଲେ ଆଜି ତାହାର ମୂଲ୍ୟ ହଜାରହଜାର କୋଟି ହୋଇଥାନ୍ତା !ମାତ୍ର ପୃଥିବୀରେ ଥିବା ଗରିବ, ଦରିଦ୍ର ପ୍ରଜାଙ୍କୁ ପୋଲିୟ ଭାକସିନ ପହଂଚିବା ଉଚିତ ବୋଲି ରାଜସ୍ବ ଅଧିକାରକୁ ନ ଗ୍ରହଣ କରି ଛାଡି ଦେଲେ !ସେଥିପାଇଁ ସରକାର ପୃଥିବୀ ସାରା ଏହାକୁ ବିନାମୂଲ୍ୟରେ ଯୋଗାଉଛି !ଏହା ବିଷୟରେ ଥରେ ଏହାଙ୍କୁ, କାହିଁକି ତୁମେ ଏହା ଆବିଷ୍କାର କରି ରାଜସ୍ବ ଅଧିକାର ପାଇଲ ନାହିଁ ବୋଲି ପଚାରିବାରୁ, ସେ ଉତ୍ତର କଲା, ସୂର୍ଯ୍ୟକୁ କେହି ରାଜସ୍ବ ଅଧିକାର ଦିଅନ୍ତି କି ? ସୂର୍ଯ୍ୟ ସମସ୍ତଙ୍କ ଅଟଇ, ତାହାର ଦ୍ଵାରା ଏହି ପୃଥିବୀ ବଞ୍ଚୁଛି, ତେଣୁ ମୁଁ ଆବିଷ୍କାର କରିଥିବା ଔଷଧ ଏହି ପୃଥିବୀକୁ ମାଗଣାରେ ଦେଲି !
ପ୍ରଭୁଯୀଶୁ ଏହି ପୃଥିବୀରେ ଜୀବନଯାପନ କଲା ବେଳେ, ତାଙ୍କ ଶିଷ୍ୟମାନଙ୍କୁ ଅନେକ ଉତ୍ତମ ବିଷୟରେ ଶିକ୍ଷା ଦେଲେ !ସେ ଶିକ୍ଷା ଦେଲା ଅନୁଯାୟୀ କ୍ରିୟା ମଧ୍ୟ କରି ଦେଖାଇଲେ !ସେହିପରି ପ୍ରଭୁଯୀଶୁ ଶିକ୍ଷା ଦେବା ବିଷୟ ମଧ୍ୟରେ ଗୋଟିଏ, ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର !
ହଁ ପ୍ରିୟ ବନ୍ଧୁଗଣ, ଆଜି ଆମ ଜୀବନରେ ପ୍ରେମ, ଆନନ୍ଦ, ସମାଧାନ ପରି ଅନେକ ପ୍ରକାର ଆଶୀର୍ବାଦ ପାଇଁ ଖୁସିରେ ଅଛୁ !ସେଥିନିମନ୍ତେ ଆମେ ଯେକୌଣସି ମୂଲ୍ୟ ଦେଉ ନାହୁଁ !ଏଥିପାଇଁ ପ୍ରଭୁଯୀଶୁଖ୍ରୀଷ୍ଟ କୃଶରେ ତାହାଙ୍କ ନିଜ ରକ୍ତକୁ ଦେୟ କଲେ !ଆମେ ତାହାର ମୂଲ୍ୟକୁ ଜାଣି ନ ପାରି ଅସାବଧାନତା କରି, ଭୁଲି ଯାଉଛୁ !କେବଳ ସେଥିକି ନୁହେଁ ଆମେ ଯାହା ପାଇଁଥିବା ତାହା ଅନ୍ୟମାନଙ୍କୁ ମାଗଣାରେ ଦିଅ ବୋଲି ଇଶ୍ୱର ଆମକୁ ଆଜ୍ଞା କରୁଛନ୍ତି !ଏଡ଼ୱାର୍ଡ ନାମକ ଆବିଷ୍କାରକ ସେ ଶିକ୍ଷି ଥିବା ଜ୍ଞାନକୁ ତାଙ୍କ ନିମନ୍ତେ ନ ଲୁଚାଇ ପୃଥିବୀକୁ ମାଗଣାରେ ଦେଲା !ତାହା ହିଁ ଆଜି ପର୍ଯ୍ୟନ୍ତ ଅନେକ ଜୀବନ ବଞ୍ଚାଇ ଆସୁଛି !ତଦ୍ରୁପ ଆମେ ମଧ୍ୟ ବିନାମୂଲ୍ୟରେ ପାଇଥିବା ପରିତ୍ରାଣକୁ ଅନ୍ୟମାନଙ୍କୁ ମାଗଣାରେ ବଣ୍ଟନ କଲା ବେଳେ ଅନେକ ଆତ୍ମା ସୁରକ୍ଷିତ ହେବ, ଏଥିରେ କିଛି ସନ୍ଧେହ ନାହିଁ !ଆମେନ୍ !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ତାମିଲନାଡୁରେ ପ୍ରତ୍ୟେକ ଶନିବାର ହେଉଥିବା ଉଜ୍ଜିବ ଆଶା କରୁଥିବା ସମାବେଶକୁ ସଦାପ୍ରଭୁ ମନୋନୀତ କରିଥିବା ବ୍ୟକ୍ତିମାନେ ବାଧା ନ ଥାଇ ଆସିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.