Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-09-2022
Share:

By Village Missionary Movement

Thursday, 01-Sep-2022

ଆଜିର ବାକ୍ୟ (Oriya) 01-09-2022

 

ପ୍ରେମ ହିଁ ଉତ୍କୃଷ୍ଟ 

 

“ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ ।“ - କରିନ୍ଥୀୟ 13:13

 

ବେଲଜିୟମ ନିବାସୀ ଯୋଶେଫ ଡାନୟୋନ ନାମକ ଜଣେ ବ୍ୟକ୍ତି ହାୱାଇ ଦ୍ବିପରେ ଥିବା କୁଷ୍ଠ ରୋଗୀଙ୍କ ମଧ୍ୟରେ ସେଵା କରିବାକୁ ଗଲା !ସେହି କୁଷ୍ଠ ରୋଗୀ ମାନଙ୍କ ସହ ବନ୍ଧୁତ୍ଵ ବଢ଼ାଇବି ଭାବିଲା !କିନ୍ତୁ ସେମାନେ ଖସି ଚାଲିଗଲେ !ଗୋଟିଏ ଛୋଟ ଚର୍ଚ୍ଚ ଗୃହ ସେଠାରେ ନିର୍ମାଣ କରି ଆରାଧନା ଆରମ୍ଭ କଲା !କିନ୍ତୁ ସେଠାକାର କେହି ଇଶ୍ୱରଙ୍କୁ ଗ୍ରହଣ କଲେ ନାହିଁ !ତାହାର ଶକ୍ତି ଅନୁଯାୟୀ ସେମାନଙ୍କୁ ସାହାଯ୍ୟ କଲା !ବାର ବର୍ଷ କାଳ ତାହାର ସମସ୍ତ ପ୍ରେମକୁ ସେହି କୁଷ୍ଠ ରୋଗୀ ମାନଙ୍କୁ ଦେଖାଇଲା, କିନ୍ତୁ ତାହା କିଛି ପ୍ରୟୋଜନ ଦେଖା ଦେଲା ନାହିଁ !ସବୁକିଛି ବୃଥା ହୋଇଗଲା !ସେ ଶେଷରେ ସେହି ଦ୍ବିପରୁ ଫେରିଯିବାକୁ ଡ଼ଙ୍ଗାରେ ବସିବା ବେଳେ, ତାହାର ପାପୁଲିକୁ ଦେଖିଲା !ସେହି ପାପୁଲିରେ ଧଳା ଛଉ ସ୍ବର୍ଶ ବିହୀନ ହୋଇ ଅଛି !ସେ ମଧ୍ୟ କୁଷ୍ଠ ରୋଗରେ ଆକ୍ରାନ୍ତ ହେଲି ବୋଲି ଜାଣି ପାରି ପୁନର୍ବାର ଫେରି ତାଙ୍କ ନିକଟକୁ ଆସି ସେବା କରିବାକୁ ଆରମ୍ଭ କଲା !କିନ୍ତୁ ତାହାଙ୍କ ଠାରେ ଥିବା ପ୍ରେମ, ସେବା କମି ନାହିଁ !ଯୋଶେଫ ଦାନିୟୋନଙ୍କ କୁଷ୍ଠ ରୋଗର ସମ୍ବାଦ ହାୱାଇ ସାରା ବ୍ୟାପିଗଲା !ସେହି ସପ୍ତାହରେ ଚର୍ଚ୍ଚ ପୂରା ଲୋକଙ୍କ ଦ୍ଵାରା ଭର୍ତ୍ତି ହୋଇ ଗଲେ !ତାହାଙ୍କୁ ଥିବା ରୋଗକୁ ଖାତିରି ନ କରି ସେ ଆମକୁ ପ୍ରେମ କରୁଛି ବୋଲି ଭାବନା କରି ସମସ୍ତେ ଚର୍ଚ୍ଚକୁ ଆସି ପ୍ରଭୁଙ୍କୁ ଗ୍ରହଣ କଲେ !ଏହା ହିଁ ଆମଠାରୁ ଖ୍ରୀଷ୍ଟ ଆଶା କରୁଥିବା ପ୍ରେମ !ତେଣୁକରି ତାହାଙ୍କ ଆଜ୍ଞା ଗୁଡିକ, ନ୍ୟାୟପରାଣତା ଗୁଡିକ ପ୍ରେମରେ ଆମକୁ ଦେଲେ !

 

ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର । ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ବୋଲି (ମାଥିଉ :-22:37, 39 ) ଲେଖା ଯାଇଛି !ପ୍ରଭୁଙ୍କୁ ଏବଂ ମଣିଷମାନଙ୍କୁ ପ୍ରେମ କରିବାକୁ ହେଲେ ଆମ ସ୍ୱାର୍ଥପର ଉଭେଇ ଯିବା ଉଚିତ !ଯଦି ସ୍ୱାର୍ଥ ଥିବ ତେବେ ଅହଂକାର, ଗର୍ବ ହିଁ ଥିବ, କଦାପି ପ୍ରେମ ଥିବ ନାହିଁ !ପ୍ରଭୁଙ୍କୁ ପ୍ରେମ କଲାବେଳେ ତାହାଙ୍କ ଠାରେ ଥିବା ବିଶ୍ୱାସ, ଭରସା ନିଜକୁ ନିଜେ ଆସିଯିବ !ଖ୍ରୀଷ୍ଟ ଆମ ଜୀବନରେ ପରିପୂର୍ଣ୍ଣ ହୋଇଥିବେ !ଆମେ ମଣିଷମାନଙ୍କୁ ପ୍ରେମ କଲାବେଳେ ପ୍ରେମ ଆମ ମୁଖ ଓ କାର୍ଯ୍ୟ ଦ୍ଵାରା ହିଁ ଦେଖା ଯିବ !ଅସମ୍ପୂର୍ଣ୍ଣ ହୋଇ ଥିବା ଆମେ ଖ୍ରୀଷ୍ଟଙ୍କ ଦ୍ଵାରା ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେବା ବେଳେ, ପ୍ରେମ ଆମ ଜୀବନ ସଦୃଶ୍ୟ ପରିବର୍ତ୍ତନ ହେବ !ପ୍ରେମ ନ ଥାଇ ଯାହାବି ଦେଇ ପାରିବା କିନ୍ତୁ କିଛି ନ ଦେଇ ପ୍ରେମ କରି ପାରିବା ନାହିଁ ବୋଲି 'ଆମିକାର୍ମିକାଲ'କହନ୍ତି !

 

ପ୍ରିୟ ବନ୍ଧୁଗଣ, ଆମ ଜୀବନରେ କଣ ମହାନ ହୋଇଅଛି !ପ୍ରେମ ହିଁ ଉତ୍କୃଷ୍ଟ ବୋଲି ପବିତ୍ର ଆତ୍ମା କହୁଛି !ଯୋଶେଫଙ୍କ ଜୀବନ ଦେଖିବା ବେଳେ, ପ୍ରେମ ହିଁ ଉତ୍କୃଷ୍ଟ ବୋଲି ଆମେ ହୃଦୟଙ୍ଗମ କରି ପାରିବା !ପ୍ରେମ ଆମ ଜୀବନରେ ଥିଲେ ଆମେ ପ୍ରକାଶିତ ହେବା !ଆମ ଆଲୋକ ନିକଟକୁ ରାଜାମାନେ ଆସିବେ !ଆସି ଆମ ଆଲୋକର କାରକ ହୋଇଥିବା ଖ୍ରୀଷ୍ଟଙ୍କ ବିଷୟରେ ଜାଣିବେ !ହାଲେଲୁୟା !

- ପି. ଜେକାବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ଏହି ମାସ ସାରା ଘଟିବାକୁ ଥିବା ସେଵା କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet