Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-08-2022
Share:

By Village Missionary Movement

Wednesday, 31-Aug-2022

ଆଜିର ବାକ୍ୟ (Oriya) 31-08-2022

 

ମିଥ୍ୟା ସାକ୍ଷ୍ୟ 

 

“ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।“ - ଯାତ୍ରା ପୁସ୍ତକ 20:16

 

ମୋ ଛୋଟ ସମୟରେ ଆମ ଚର୍ଚ୍ଚରେ ମୋକ୍ଷ ପ୍ରୟାଣାଂ ନାମକ କାହାଣୀକୁ ପରଦାରେ ଚଳଚିତ୍ର ଆକାରରେ ପ୍ରଦର୍ଶନ କଲେ !ସେହି କାହାଣୀର ନାୟକ ଖ୍ରୀଷ୍ଟିଆନ ଅଟେ ଏବଂ ତାଙ୍କ ବନ୍ଧୁ ସଚ୍ଚୋଟ ବ୍ୟକ୍ତି ମାୟା ଜଗତରେ ପହଂଚିବ !ସେମାନେ ସେଠାରେ ପ୍ରଦର୍ଶନ ପଡ଼ିଆରେ ଜଗତ ସମ୍ବନ୍ଧ କୀର୍ତ୍ତି , ଗର୍ବ ବିକ୍ରୟ କରିବାର ଦେଖି, ଆମେ ପ୍ରକୃତରେ କ୍ରୟ କରିବୁ କହି ଏମାନେ କହିବାରୁ, ଏକାଥରକେ ସେମାନଙ୍କ ମଧ୍ୟରେ ଭିନ୍ନତା ଆସିବାରୁ ସବୁ ଦ୍ୱନ୍ଦ୍ୱ ହୋଇଗଲା !ସେଥିପାଇଁ ସେଠାକାର ନେତା ନ୍ୟାୟାଧୀଶଙ୍କ ନିକଟକୁ ପଠାଇ ଦେଲା !ଗର୍ବ ଓ କୀର୍ତ୍ତିକୁ ଏହି ବ୍ୟକ୍ତିମାନେ ପ୍ରଦର୍ଶନ ପଡ଼ିଆର ବିକ୍ରୟକୁ ବାଧା ଦେଉଛନ୍ତି ବୋଲି ମିଥ୍ୟା ସାକ୍ଷ୍ୟ କହିବେ !ଆଉ ସେଠାରେ ବଡ଼ ଝଗଡା ହୁଏ !ତେଣୁକରି ସଚ୍ଚୋଟ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦେଇ ଗୋଟିଏ କାଠରେ ବାନ୍ଧି ନିଆଁ ଜଳାଇ ଦେଲେ !ଏହି ରୂପେ ଜଗତରେ ସଚ୍ଚୋଟତାକୁ ପୋଡ଼ି ଦେଲେ !

 

ହଁ ପ୍ରିୟ ବନ୍ଧୁଗଣ, ଆମେ ମଧ୍ୟ ଜଣକ ବିଷୟରେ ଜଣେ ମିଥ୍ୟା ସାକ୍ଷ୍ୟ କହି, ତାହାଙ୍କ ସୁନାମକୁ, ବିଖ୍ୟାତକୁ ଚୋରାଇ, ତାହାକୁ ସମ୍ବନ୍ଧ ଥିବା ନ୍ୟାୟକୁ ମାରି ଦେଉଛୁ !ସମାଜରେ ଜଣକୁ ଥିବା ସୁନାମକୁ ତଳକୁ ଖସାଇ, ମିଥ୍ୟା ସାକ୍ଷ୍ୟ କହିବା କେତେ ଦୁଷ୍ଟାମୀ ଅଟେ !ଆମେ ଆମ ଅଙ୍ଗଗୁଡ଼ିକ ମଧ୍ୟରୁ ଗୋଟେ ଛୋଟ ଜିହ୍ୱାକୁ ବ୍ୟବହାର କରି, ଗର୍ବ ଅଥବା ଅନ୍ଧ ବିଶ୍ୱାସରେ ଅନ୍ୟ ଜଣକ ବିଷୟରେ ଅସତ୍ୟ ଗୁଜବ ଗୁଡିକ ବ୍ୟାପିଛୁ !ନିଃଶବ୍ଦ ଅବା ଶରୀର କ୍ରିୟା ଦ୍ଵାରା, ଅନ୍ୟମାନଙ୍କୁ ଅପମାନିତ କରିବା କାର୍ଯ୍ୟ ଗୁଡିକୁ ଅନୁମତି ଦେଉଛୁ !ଏହା ସମାଜ ପ୍ରତି କେତେ ବଡ଼ କ୍ଷତି ଅଟେ !ଅନ୍ୟମାନେ ଏହା ନ ଦେଖିଲେ ମଧ୍ୟ ପ୍ରଭୁ ଦେଖୁଛନ୍ତି !

 

ତେଣୁକରି ପ୍ରଭୁଙ୍କ ସନ୍ତାନ ଗଣ, ତୁମ ପଡୋଶୀ ପ୍ରତି ମିଥ୍ୟା ସାକ୍ଷ୍ୟ କହିବା ଉଚିତ ନୁହେଁ ବୋଲି ଆଜ୍ଞା ଅନୁଯାୟୀ ଜଣକ ପ୍ରତିଷ୍ଠିତ ପ୍ରତି ପ୍ରଭୁଙ୍କର ଉତ୍ସାହ ଆମେ ଦେଖୁଛୁ !ଆମେ ମଧ୍ୟ ପ୍ରଭୁଙ୍କୁ ଭୟ କରି ଅଗ୍ନି ସଦୃଶ୍ୟ ଏହି ଜିହ୍ୱା ଦ୍ଵାରା, ଅନ୍ୟମାନଙ୍କ ଜୀବନ ଚକ୍ରକୁ ବିନାଶ ନ କରି, ବିଷରେ ପରିପୂର୍ଣ୍ଣ ଆମ ଜିହ୍ୱାକୁ ପବିତ୍ର ଆତ୍ମାର ସ୍ବର୍ଶ ନିମନ୍ତେ ପ୍ରାର୍ଥନା କରିବା !ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା ବୋଲି (ପ୍ରଥମ ପିତର :-2:22) ରେ କୁହାଯାଇଛି !ଆମେ ମଧ୍ୟ ଅନ୍ୟମାନେ କହିବା କଥାକୁ ଉତ୍ତମ ମନରେ ଗ୍ରହଣ କରିବା !ଆମେନ୍ !

- ଏ. ବିହୁଲା 

 

ପ୍ରାର୍ଥନାର ଅଂଶ :-

ତାମିଲନାଡୁର କାରୁରେ ହେବାକୁ ଥିବା ଉଜ୍ଜିବ ଆଶା ସମାବେଶରେ ଉଜ୍ଜିବ ଆଶା କରିବା ଲୋକ ଅତ୍ୟଧିକ ଆସିବା ନିମନ୍ତେ ଏବଂ ସେଠାରେ ପୁନଃଜୀବନ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al