Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ :-28-08-2022(ବିଶେଷ କରି ଛୋଟ ପିଲାଙ୍କ ନିମନ୍ତେ )
Share:

By Village Missionary Movement

Sunday, 28-Aug-2022

ଆଜିର ବାକ୍ୟ :-28-08-2022(ବିଶେଷ କରି ଛୋଟ ପିଲାଙ୍କ ନିମନ୍ତେ )

 

ଆରମ୍ଭ -ଶେଷ 

 

ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ। ସେ ନୀଚ ଲୋକଙ୍କ ଆଗରେ ଠିଆ ହେବ ନାହିଁ।

     ( ହିତୋପଦେଶ 22:29 )

          ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ସବୁ ସପ୍ତାହ ପରି ଆଜିବି ଗୋଟେ କାହାଣୀ ଶୁଣିବା କି ? ଗୋଟିଏ ଦେଶରେ ମୂର୍ତ୍ତି ତିଆରି କରିବା ପ୍ରତିଯୋଗିତା ହେଲା !ସେଥିରେ ଅନେକ ଶିଳ୍ପୀମାନେ ଅଂଶଗ୍ରହଣ କଲେ !ଶିଳ୍ପୀ କହିଲେ କିଏ ଜାଣିଛ କି ? ହଁ.... ଭେରୀ ଗୂଡ଼ !ମୂର୍ତ୍ତି ତିଆରି କରିବା ଲୋକ ହିଁ ଶିଳ୍ପୀ ଅଟନ୍ତି !ସେହି ଶିଳ୍ପୀକୁ କିଛି ସ୍ଥାନ ବିଭାଜନ କରି ଦେଇ, ଦଶ ଦିନ ମଧ୍ୟରେ ସୁନ୍ଦର ସୁନ୍ଦର ମୂର୍ତ୍ତି କରିବା ଉଚିତ !ଏହା ହିଁ ଥିଲା ପ୍ରତିଯୋଗିତା !ତାହା ମାଟିରେ ପ୍ରସ୍ତୁତ କରିବା ଉଚିତ, ଉତ୍ତମ ରୂପେ କରିବା କଳାକାରକୁ ଆବଶ୍ୟକ ଜିନିଷ ଦିଆଯିବ ବୋଲି କୁହାଗଲା !ପ୍ରତିଯୋଗିତା ଆରମ୍ଭ ହେଲା !

      ରାଜୁ ନାମକ ବଡ଼ଭାଇ ବହୁତ ଜାଗ୍ରତରେ ମୂର୍ତ୍ତି କରିବା ଆରମ୍ଭ କଲା !ସୌନ୍ଦର୍ଯ୍ୟ ଭାବେ ତାର ମୂର୍ତ୍ତିକୁ ପରିପୂର୍ଣ୍ଣ କରି, ଅଷ୍ଟମ ଦିନ ଆଉ ଅତ୍ୟଧିକ ସୁନ୍ଦରତା ନିମନ୍ତେ ଛୋଟଛୋଟ କାମ କରୁଥାଏ !ଶେଷ ନବମ ଦିନରେ ସମସ୍ତେ ତାଙ୍କ କାମ ଶେଷ କରି ବିଶ୍ରାମ ନେଉ ଥାନ୍ତି !ଆଉ ଅଳ୍ପ ସମୟ ହିଁ ଅଛି କହି ରାଜୁ କଣ କଣ କରୁଥାଏ !ତାପରେ ସେ ମୂର୍ତ୍ତି ଚାରିପଟେ ସଫା କଲା !ଗୋଟିଏ କଭରରେ ସେହି ମୂର୍ତ୍ତିକୁ ଘଡ଼ାଇ ରଖିଲା !ନ ହେବା କାମ କରୁଛି କହି, ଅନ୍ୟ ଶିଳ୍ପୀ ମାନେ ରାଜୁକୁ ହାସ୍ୟାସ୍ପଦ କଲେ !କିନ୍ତୁ ରାଜୁ ସେ କଥାକୁ ଧରାଛୁଆଁ ନ କରି, ଉତ୍ତମ ରୂପେ ଧିରସ୍ଥିରରେ କାର୍ଯ୍ୟକୁ ସମ୍ପୂର୍ଣ କଲା !ଆର ଦିନ ପ୍ରତିଯୋଗିତାର ଶେଷ ନିମନ୍ତେ ସମସ୍ତେ ଦେଖିବାକୁ ଅପେକ୍ଷାରେ ଅଛନ୍ତି !ମୂର୍ତ୍ତି ଦେଖିବା ଲୋକ ସମସ୍ତେ ବହୁତ ଆଚର୍ଯ୍ୟ ହୋଇ ଗଲେ !ପଚାରୁଛନ୍ତି କି, କଣ ହେଲା ? ଅକସ୍ମାତରେ ପାହାନ୍ତିଆରେ ବର୍ଷି ଥିବା କାକର ଯୋଗୁ ମୂର୍ତ୍ତି ଗୁଡିକ ନଷ୍ଟ ହୋଇଗଲା !କଭର ଖୋଲିକି ଦେଖିଲେ, ରାଜୁ କରିଥିବା ମୂର୍ତ୍ତି ହିଁ ଉତ୍ତମ ଭାବେ, ସୌନ୍ଦର୍ଯ୍ୟ ଭାବେ ସୁନ୍ଦର ରୂପେ ଅଛି !ତାହାଙ୍କୁ ପ୍ରଥମ ପୁରସ୍କାର ମିଳିଲା !ପ୍ରତିଯୋଗିତା ସମାପ୍ତ ହେଲା କହି ଘୋଷଣା କରାଗଲା !ଅନ୍ୟ ଶିଳ୍ପୀମାନେ ଯେକୌଣସି ପ୍ରକାରରେ କରିଦେବା କହି କରିଥିବା ମୂର୍ତ୍ତି ଗୁଡିକ କାକରରେ ଭିଜି ଯାଇ, ତରଳି ଯାଇଥିବା ଦେଖି ଆଚର୍ଯ୍ୟ ହୋଇଗଲେ !ରାଜୁ ଭାଇକୁ ପୁରସ୍କାର ଏବଂ ରାଜ ଭବନରେ ମୂର୍ତ୍ତିଗୁଡିକ ତିଆରି କରିବାକୁ ସୁଯୋଗ ଦିଆଗଲା !

        ପ୍ରିୟ ଭାଇ ଓ ଭଉଣୀମାନେ, କେହି କଣ କହିଲେବି, ସ୍କୁଲରେ ଦିଆ ଯିବା ହୋମୱାର୍କ, ମାଆଙ୍କୁ କରିବା ସାହାଯ୍ୟ ଏପରି ତୁମକୁ ଦିଆ ଯାଇଥିବା କାମ ଗୁଡିକ ଜାଗ୍ରତରେ କଲା ପରି ହେଲେ ପୁରସ୍କାର ଏବଂ ପ୍ରଶଂସା ଆପଣମାନଙ୍କୁ ଖୋଜିଖୋଜି ଆସିବ !କେବଳ ସେତିକି ହିଁ କି ଯୀଶୁବାପା ମଧ୍ୟ ତୁମ୍ଭଙ୍କୁ ଖୋଜିଖୋଜି ଆସିବେ, ତୁମ୍ଭଙ୍କୁ ବୃଦ୍ଧି କରିବେ !କଣ ପିଲାମାନେ, ତୁମକୁ ଦିଆ ଯିବା କାମକୁ ଜାଗ୍ରତରେ କରିବାକୁ ପ୍ରସ୍ତୁତ ଅଛ କି ? 

 

ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet