By Village Missionary Movement
Wednesday, 24-Aug-2022ଆଜିର ବାକ୍ୟ (Oriya) 25-08-2022
ଏହାକୁ ହାତଛଡା କରନ୍ତୁ ନାହିଁ |
“ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ।“ - ହିତୋପଦେଶ 3:27
ମୁରଲୀ ନାମକ ଜଣେ ବ୍ୟକ୍ତି ରାସ୍ତା କଡ ଦେଇ ଯାଉଥିବା ବେଳେ, ଅନେକ ଜନଗହଳି ହୋଇଥିବା ଦେଖିଲା !କଣ ଘଟିଛି ଭାବନା କରି, ଇଏ ମଧ୍ୟ ସେହି ଗହଳି ପାଖକୁ ଗଲା !ଜଣେ ଲୋକ ଜୀବନ ସହ ସଂଗ୍ରାମ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଅଛି !ମୁରଲୀର ହୃଦୟ ବହୁତ ଦୁଃଖରେ ପରିପୂର୍ଣ୍ଣ ହୋଇଗଲା !ସେ ପଚାରିଲା, କେହି ସାହାଯ୍ୟ ନ କରି କାହିଁକି ସେମିତି ଦେଖୁଛ ?କିଛି ଲୋକ କହିଲେ,108 ଆମ୍ବୁଲାନ୍ସକୁ ଫୋନ କରିଛୁ, ସେମାନେ ଆସିବେ !ଆଉ କିଛି ଲୋକ କହିଲେ, ଏଠି ମୁଣ୍ଡ ପୁରାଇ କୋର୍ଟ, କେସ ବୋଲି ବୁଲିବାକୁ ପଡ଼ିବ, ଆମକୁ କାହିଁକି ? ମୁରଲୀ ସାହାଯ୍ୟ କରିବାକୁ ଆଗଭରା ହେବାରୁ ସେଠାରେ ଥିବା ଲୋକ ଗୁଡାକ ସାହାଯ୍ୟ କରିବାକୁ ମନା କରିଦେଲେ !ଶେଷରେ ସେ ବ୍ୟକ୍ତି ଜଣକ ମରିଗଲା !
ପବିତ୍ର ବାଇବଲରେ ଏପରି ଉପମା ଲୁକ :-10:30-35 ଯଦି ଆମେ ଦେଖିବା, ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା । ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ ।ଘଟଣା ପରେପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ ।ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ ।କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ । ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ,ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି ।ଆଉ ପବିତ୍ର ବାଇବଲ ତାହାକୁ ଉତ୍ତମ ଶମିରୋଣୀୟ ବୋଲି କହୁଛି !
ଆଜିକାଲି ଆମ ସମାଜରେ ଏପରି ଅବସ୍ଥା ଦେଖିବା ବେଳେ ବାଟ ହୁଡ଼ି ଯାଇଥିବା ଯାଜକ, ଲେବୀୟ ମାନେ ହିଁ ଅତ୍ୟଧିକ ଅଛନ୍ତି !ମୁରଲୀ ପରି ଲୋକ କେହି ଯଦି ସାହାଯ୍ୟ କରିବାକୁ ଆଗକୁ ଆସିଲେବି, ତାହାଙ୍କୁ ବାଧା ଦେବା ଅବସ୍ଥା ଆମ ସମାଜରେ ଅଛି !ସେଥି ମଧ୍ୟରେ ଖ୍ରୀଷ୍ଟିୟ ପ୍ରେମକୁ ପ୍ରକାଶିତ କରିବା ଖ୍ରୀଷ୍ଟିଆନ ମାନେହିଁ, ଆମକୁ କାହିଁକି ବୋଲି ବାଟ ହୁଡ଼ି ଯିବା ଅବସ୍ଥା !କଣ କହି ପାରିବା, ଆମେ କରି ପାରିବା ଗୋଟେ ସାହାଯ୍ୟକୁ, ଆମେ ଅନ୍ୟକୁ ନ କରି ରହିବା ମଧ୍ୟ ପାପ ବୋଲି ପବିତ୍ର ବାଇବଲ ଆମକୁ ସତର୍କତା କରୁଛି !ଆମ ସ୍ୱାର୍ଥପର ଆଲୋଚନା ଯୋଗୁ ଗୋଟିଏ ଜୀବନ ଗଲା ମାନେ, ତାହାକୁ ଆମେ ହିଁ ଦାୟୀ !ତେଣୁକରି ଏପରି ସମାଜର ଅବସ୍ଥାକୁ ବଦଳାଇବାକୁ ଆମେ ଯାହା କରି ପାରିବା ତାହା କରିବା !ପରିବର୍ତ୍ତନ ଆମ ଠାରୁ ଆରମ୍ଭ କରିବା !ହାଲେଲୁୟା !
- ଶ୍ରୀମତୀ ଷ୍ଟେଫି ରାକସନ