Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-08-2022
Share:

By Village Missionary Movement

Wednesday, 24-Aug-2022

ଆଜିର ବାକ୍ୟ (Oriya) 24-08-2022

 

ଭିକାରୀ 

 

“ବରଂ ଭିତରେ ଯାହା ଯାହା ଅଛି, ସେହି ସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ।“ - ଲୂକ 11:41

 

କର୍ଣ୍ଣାଟକ ରାଜ୍ୟର ବଲ୍ଲାରି ଜିଲ୍ଲା ନିବାସୀ ହିଚାବଚିୟା ନାମକ ପଇଚାଳଶି ବର୍ଷୀୟ ଜଣେ ମାନସିକ ରୋଗୀ ଭିକାରୀ ଥିଲା !ସେ ସେହି ଅଞ୍ଚଳର ପ୍ରସିଦ୍ଧ ଭିକାରୀ ଅଟେ !ଏହାକୁ କେହି ଯଦି ଭିକ ଦିଏ, ତାହାଙ୍କ ଠାରୁ କେବଳ ଏକ ଟଙ୍କା ହିଁ ନେବ !ଆଉ ବଳକା ଟଙ୍କାକୁ ପୁନର୍ବାର ତାଙ୍କୁ ହିଁ ଫେରାଇ ଦେଇ ଦିଏ !ବାଧ୍ୟତା କରି ଅଧିକ ଟଙ୍କା ଦେଲେ ବି ସେ ନିଏ ନାହିଁ !ଲୋକେ ତାହାଙ୍କୁ ଟଙ୍କା ଦେବା ବେଳେ ହସିହସି ସେମାନଙ୍କୁ ଆଶୀର୍ବାଦ କରେ !କାହାକୁ ଅସୁବିଧା କରେ ନାହିଁ !ସେ ଅଳ୍ପ ମାସ ପୂର୍ବରୁ ବସ ସହିତ ଧକ୍କା ହୋଇ ମୃତ୍ୟୁବରଣ କଲା !ସେହି ଅଞ୍ଚଳରେ ଥିବା ଭିନ୍ନଭିନ୍ନ ସଂସ୍ଥା ଗୁଡିକ, ଦୋକାନୀ ମାନେ ଏବଂ ଅନ୍ୟ ଲୋକେ ସମସ୍ତେ ମିଶିକି ଆଗକୁ ଆସି ଟଙ୍କା ସ୍ଵେଚ୍ଛାକୃତ ଦାନ କରି ତାହାଙ୍କ ଅନ୍ତିମ ସଂସ୍କାରକୁ ପ୍ରସ୍ତୁତ କଲେ !ବଛିୟାଙ୍କ ଶେଷକୃତ କାର୍ଯ୍ୟକ୍ରମରେ ପ୍ରାୟ ଚାରି ହଜାର ଲୋକ ଅଂଶଗ୍ରହଣ କଲେ !ଭିକ୍ଷାବୃତ୍ତି କରି ବଞ୍ଚୁ ଥିବା ଜଣେ ଭିକାରୀଙ୍କ ନିମନ୍ତେ ସ୍ଥାନୀୟ ଲୋକେ ଦେଖାଇ ଥିବା ଆନ୍ଦୋଳିତ ବିସ୍ମିତ କରିଥିଲା !

 

ପବିତ୍ର ବାଇବଲରେ ପ୍ରଭୁଯୀଶୁଖ୍ରୀଷ୍ଟ ଜୀବନଯାପନ କରିଥିବା କାଳରେ ଜଣେ ଅନ୍ଧ ଭିକାରୀ ରାସ୍ତା କଡରେ ବସି ଥାଏ !ଯୀଶୁ ସେହି ରାସ୍ତାରେ ଆସୁଛନ୍ତି ବୋଲି ଜାଣି ପାରି, 'ହେ ଦାଉଦ ସନ୍ତାନ, ମୋତେ ଦୟା କର 'ବୋଲି ଚିତ୍କାର କଲା !ପ୍ରଭୁ ଯୀଶୁ ତାହାଙ୍କୁ ଜଣେ ଭିକାରୀ ବୋଲି ଠେଲି ଦେଇ ନାହାନ୍ତି, କି ଅବହେଳା କରି ନାହାନ୍ତି !ତାହା ବଦଳରେ ସେ ତାହାକୁ ଡାକି, ମୁଁ ତୁମକୁ କଣ କରିବା ଉଚିତ ବୋଲି ପଚାରି, ତାହାଙ୍କୁ ଚକ୍ଷୁ ଦେଲେ !ତାହା ହିଁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମ ଅଟଇ !

 

ଏହା ଶୁଣୁ ଥିବା ପ୍ରିୟ ବନ୍ଧୁଗଣ, ଭିକାରୀ ମାନଙ୍କୁ ଅଳ୍ପ ଆକଳନ କରନ୍ତୁ ନାହିଁ !ସେହି ସମୟରେ ଭିକାରୀ ମାନଙ୍କୁ ଅପେକ୍ଷାରେ ରଖିବା ଉଚିତ ନୁହେଁ !ଜଣେ ସବୁ ହରାଇ ଥିବା ଅବସ୍ଥାରେ ହାତ ବଡାଉଚି !ଆଉ ଜଣେ ସବୁ ଥିଲେ ବି ଦେବାକୁ ଭୁଲି ଯାଉଛି !ଏଥିରେ କିଏ ଭିକାରୀ ? ଅଳ୍ପ ଆଲୋଚନା କରିବା !ଆମେ ଅନେକ ସମୟରେ ସେମାନଙ୍କୁ ଦେଖିବା କ୍ଷଣି ରାଗରେ କହୁଥିବା କଥା, ସମାଜ ଦ୍ଵାରା, ପିତାମାତାଙ୍କ ଦ୍ଵାରା, ପରିବାର ଦ୍ଵାରା ସୃଷ୍ଟି ହେଉଥିବା ଆଘାତ ଆଉ ଅଧିକ କରିବ !ପ୍ରଭୁଯୀଶୁ ସେମିତି ହିଁ ଶିକ୍ଷା ଦିଅନ୍ତି ତ !ସେ ଏମିତି ଠେଲି ଦେଇଥିବା ଲୋକଙ୍କୁ ଖୋଜିଖୋଜି ଯାଇ ସେବା କଲେ !ଆମେ ମଧ୍ୟ ସେହି କାର୍ଯ୍ୟକୁ ଅନୁସରଣ କରିବା ଉଚିତ ବୋଲି ସେ ଆଶା କରନ୍ତି !ଆମେ ଏମିତିକା ବ୍ୟକ୍ତିମାନଙ୍କ ସହ କେତେ ଥର ଆଗ୍ରହରେ କଥା ହୋଇଛୁ ଆଲୋଚନା କରିବା !ଆମେ ସେମାନଙ୍କୁ ସାହାଯ୍ୟ କରି ନ ପାରିଲେ, ପ୍ରେମରେ ଅଳ୍ପ କଥା କହି ଆଘାତ ହୋଇଥିବା ଲୋକଙ୍କ ହୃଦୟକୁ ଚିକିତ୍ସକ ରୂପେ ହାତ ବଢ଼ାଇବା !ଆମେ ଆମର ଜନ୍ମଦିନ, ବିବାହ ଦିନରେ ଖର୍ଚ୍ଚ କରୁଥିବା ଟଙ୍କାକୁ ଅଣି ସେମାନଙ୍କୁ ସାହାଯ୍ୟ କରି ଆସେ !ଏହାହିଁ ଯୀଶୁଖ୍ରୀଷ୍ଟ ଅପେକ୍ଷା କରୁଥିବା ପ୍ରେମ !ହାଲେଲୁୟା !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ସେବକମାନଙ୍କ ନିମନ୍ତେ ପ୍ରକାଶ କରୁଥିବା ପତ୍ରିକା ଦ୍ଵାରା ଏହି ଶେଷ କାଳରେ ଅନେକ ସେବକମାନେ ଉଜ୍ଜିବ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet