Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-08-2022 (Youth Special)
Share:

By Village Missionary Movement

Monday, 22-Aug-2022

ଆଜିର ବାକ୍ୟ (Oriya) 22-08-2022 (Youth Special)

 

ଆବଶ୍ୟକ ନାହିଁ 

 

“ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;” - ୧ ଯୋହନ 2:15

 

କିଛି ବର୍ଷ ତଳେ 'ହୋମ ଲାଇଫ ମେଗାଜିନ 'ଗୋଟେ କାହାଣୀ ବର୍ଣ୍ଣନା କଲା ସଦୃଶ୍ୟ ଗୋଟିଏ ସମ୍ବାଦ ପ୍ରସାରିତ ହେଲା !ତାହା ହେଉଛି ଜଣେ ମାଆ ରୋଷଇ ଘରେ ରୋଷେଇ କରୁଥାନ୍ତି !ପନିପରିବାକୁ କାଟି ସଫା କରି, ସବୁକୁ ମିଶାଇ ଗୋଟିଏ ଖାଦ୍ୟ ପ୍ରସ୍ତୁତ କରୁଥାନ୍ତି !ପନିପରିବାରେ ନଷ୍ଟ ହୋଇଥିବା ଖଣ୍ଡକୁ ଏବଂ ପଚାସଡାକୁ ଗୋଟିଏ ଆବର୍ଜନା କୁଣ୍ଡରେ ପକାଇବାକୁ ତାହା ଅଲଗା ରଖିଲେ !ସେତେବେଳେ ତାର ଝିଅ ଆସି ଅନୁମତି ମାଗିଲା , ମାଆ ମୁଁ ପୃଥିବୀ ମନୋରଞ୍ଜନ କେନ୍ଦ୍ରରେ ହେଉଥିବା ଗୋଟିଏ କାର୍ଯ୍ୟକ୍ରମକୁ ଯାଇ ଆସିବି !ସେହି ମନୋରଞ୍ଜନ କେନ୍ଦ୍ରଟି ଭଲ ନାହିଁ ବୋଲି ଅନେକ କଥା ହେବା ଏକ ସ୍ଥାନ ଅଟେ !ସେ ବିଷୟରେ ମନେ କରି ସେ ସ୍ଥାନକୁ ଯାଅ ନାହିଁ କହି ଝିଅଙ୍କ ଆଡକୁ ମାଆ ଅନାଇଲା !ମାଆ ମୁଁ ଇଚ୍ଛା ହୋଇ ଯାଉ ନାହିଁ, ଯଦି ମୁଁ ଯିବି ନାହିଁ ତେବେ ମୋର ସାଙ୍ଗସାଥୀ ମୋତେ ହାସ୍ୟାସ୍ପଦ କରିବେ, ସେଥିପାଇଁ ମୁଁ ଯିବାକୁ ପଡ଼ିବ !ସଙ୍ଗେସଙ୍ଗେ ସେ ମାଆ , ଅଳିଆ କୁଣ୍ଡିରେ ପକାଇବାକୁ ଥିବା ସେହି ପଚାସଡା ଜିନିଷ ଗୋଟେ ହାତ ମୁଠାଏ ଆଣି ସେ ଖାଦ୍ୟ ପଦାର୍ଥରେ ପକାଇଲା !ମାଆ ଭୁଲି ଯାଇ ସେମିତି କରିଥିବ ବୋଲି ଭାବି, ସେ ଝିଅଟି ପଚାରିଲା , ମାଆ ଆବର୍ଜନା କୁଣ୍ଡିରେ ପକାଇବା ଜିନିଷ ପ୍ରସ୍ତୁତ କରିବାକୁ ଥିବା ଖାଦ୍ୟରେ ପକାଇ ଦେଲୁ କଣ ?ମାଆ କହିଲା, ହଁ ମୁଁ ଜାଣି ଜାଣି କଲି, କଣ ହେଲା, ତୁମ ହୃଦୟ ଅଳିଆକୁ ଗ୍ରହଣ କଲା ପରି ଥିବାବେଳେ, ତୁମ ଉଦର ଅଳ୍ପ ଅଳିଆ ଖାଇବାରେ ଭୂଲ ନାହିଁତ !ସେ ଝିଅଟି ଜାଣି ପାରି, ଠିକ ଅଛି ଏବେ ହିଁ ମୋର ସାଙ୍ଗସାଥୀଙ୍କୁ କଲ କରି ମନା କରିଦେବି କହିଲା !

 

ଏହାକୁ ପଡ଼ୁଥିବା ଯୌବନ ପିଲାମାନେ, ତୁମେ ବିଦ୍ୟାଳୟରେ ପଡି, କଲେଜରେ କିମ୍ବା ଅଧିକ ପାଠ ପଡ଼ିବାକୁ ଯିବା ବେଳେ, ଅନ୍ୟ ସାଙ୍ଗସାଥୀଙ୍କ ସହ ପ୍ରତି ବିଷୟରେ ସହମତି ହୋଇ ପାରିବ ନାହିଁ !କିଛିକିଛି ପାପର କାର୍ଯ୍ୟକୁ ମନା କରିବା ଉଚିତ !ଆଜି ହିଁ ନିର୍ଣ୍ଣୟ କରନ୍ତୁ !ଭୂଲ ଅଭ୍ୟାସକୁ ବନ୍ଧୁମାନେ ପ୍ରେରଣା କଲାବେଳେ ନାହିଁ କୁହନ୍ତୁ !ତୁମେ ପୃଥିବୀରୁ ଅଲଗା ନ ହେଲେ, ପୃଥିବୀ ତୁମକୁ ଯୀଶୁଙ୍କ ଠାରୁ ଅଲଗା କରି ଦେବ !ଏହାକୁ ମନେ ରଖନ୍ତୁ !ଦାନିଏଲଙ୍କ ସଦୃଶ୍ୟ, ଯଶେଫଙ୍କ ସଦୃଶ୍ୟ, ଜୀବନ୍ତ ମାଛ ସଦୃଶ୍ୟ ପହଁରି ଖସି ଯାଆନ୍ତୁ !

- ଶ୍ରୀମତୀ ଜାବା ଡେଭିଡ ଗାଣେସାନ 

 

ପ୍ରାର୍ଥନାର ଅଂଶ :-

ଶିକୁଳି ପ୍ରାର୍ଥନାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଜଣକୁ ପ୍ରାର୍ଥନାର ଆତ୍ମାର ବୋଝରେ ସଦାପ୍ରଭୁ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet holiganbet giriş casibom giriş bahiscasino ngsbahis betplay holiganbet jojobet casibom holiganbet jojobet casibom