Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-02-2021 (Kids Special)
Share:

By Village Missionary Movement

Sunday, 07-Feb-2021

ଆଜିର ବାକ୍ୟ (Oriya) 07-02-2021 (Kids Special)

ସୌନ୍ଦର୍ଯ୍ୟ ଫୁଲ ବଗିଚା 

“ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋ’ ହୃଦୟରେ ଅଛି।” - ଗୀତସଂହିତା 40:8

ହାଏ ପିଲାମାନେ, ଯୀଶୁଙ୍କ ନାମରେ ସମସ୍ତଙ୍କୁ ଶୁଭ ଅଭିନନ୍ଦନ !ତୁମେ ସମସ୍ତେ ଭଲ ଅଛ ବୋଲି ମୁଁ ବିଶ୍ୱାସ କରୁଛି !ସେତିକି ତ, କାହିଁକି ଜାଣିଛ କି ? ଆମେ ସମସ୍ତେ ତୁମ୍ଭ ନିମନ୍ତେ ପ୍ରାର୍ଥନା କରୁଅଛୁ !ଯୀଶୁ ବାପା ପ୍ରାର୍ଥନା ଶୁଣିବେ ତ, ସେ ନ ରହିଲେ ଆମେ କିଛି କରି ପାରିବା ନାହିଁ !ଏହା ଶୁଣିବାକୁ ଆଚାର୍ଯ୍ୟ ଲାଗୁଚି ତ !ଆମକୁ ଆଜି ପର୍ଯ୍ୟନ୍ତ ସଂରକ୍ଷଣ କରି କଢ଼ାଇ ନେଇ ଥିବା ଯୀଶୁ ବାପାଙ୍କୁ ହାତ ଯୋଡି ଧନ୍ୟବାଦ ଦେବା କି ? ଓକେ, କାହାଣୀ ଶୁଣିବାକୁ ପ୍ରସ୍ତୁତ ଅଛ କି ? 
            
ତାହା ଗୋଟିଏ ସୁନ୍ଦର ଫୁଲ ବଗିଚା! ଉତ୍ତମ ଶୁଭାଶୀତ ଦେଉ ଥିବା ରଙ୍ଗ ବେରଙ୍ଗର ଫୁଲ ପେନ୍ତା ପେନ୍ତା ହୋଇ ଫୁଲ ଫୁଟୁ  ଥିଏ !ସେହି ବଗିଚାର ଆର ପଟରୁ ଅନ୍ୟ ପଟକୁ ଯିଏ ଯାଏ ସେ ଠିଆ ହୋଇ  ସେହି ସୁନ୍ଦରକୁ ଅନୁଭବ ନ କରି ଯାଇ ପାରିବେ ନାହିଁ !ତୁମ୍ଭେ ମଧ୍ୟ ଏହିପରି ଗୋଲାପ ବଗିଚା ଓ ସୂର୍ଯ୍ୟମୁଖି ଫୁଲ ବଗିଚା ଦେଖି ଥିବ ତ !ସେତିକି ନୁହେଁ ବଗିଚା ଭିତରକୁ ଯାଇ ଫୋଟ, ସେଲ୍ଫି ଉଠାଇ ଆପଣଙ୍କ ସାଙ୍ଗକୁ ଦେଖାଇ  ଖୁସି ହେବ ତ !ସଦାପ୍ରଭୁଙ୍କର ସୃଷ୍ଟି ସୌନ୍ଦର୍ଯ୍ୟ ଅଟେ !

ସେହି ବଗିଚାରେ ବଗିଚା ମାଲିକ ସେହି ଚାରାଗୁଡିକ ବଡିବା ଦେଖି ଆନନ୍ଦିତ ହୁଅନ୍ତି !ସେହି ଚାରାଟି   ଫୁଲ ଫୁଟିବା  ଆରମ୍ଭ ହେବା  ସମୟରେ ପୋକ ଆସି ସେହି ଚାରାଗୁଡିକୁ ଖାଇ ଦିଏ ! ଏହାଦ୍ଵାରା ସେହି ବଗିଚାର ମାଲିକଙ୍କୁ ଏକ ଆଲୋଚନା ଆସିଲା, ମିଠା  ପୋକ ଔଷଧ ବଗିଚାରେ ଛିଞ୍ଚନ କଲା !ରାତିରେ ପୋକ ଗୁଡିକ ଆସି ସେହି ଚାରାକୁ ଚୋବେଇବା ଆରମ୍ଭ କଲେ !ସେହି ଔଷଧ ମଧ୍ୟ ଖାଇ ଗଲେ !କିଛି ସମୟ ପରେ ମରିଯାଇ, ତଳେ ଝଡି ପଡିଲା !କିଛି ଦିନ ପରେ ସେହି ଚାରାଗୁଡିକ ଆଉ ଥରେ ଉତ୍ତମ ରୂପେ ବଡି, ଅଧିକା ଭାବରେ ଫୁଟିଲା !ସେହି ବଗିଚାର ମାଲିକ ଆନନ୍ଦିତ ହେଲେ !

ହେ ମୋର ପିଲାମାନେ, ତୁମେମାନେ  ମଧ୍ୟ ବଡି କି ଆସୁଥିବା ବେଳେ ତୁମ୍ଭକୁ ଭଲ ପିଲା ରୂପେରେ ନ ରଖି ସାଇତାନ ତୁମ୍ଭକୁ ପାପ କରିବାକୁ ପ୍ରେରଣା ଦେଉ ଥାଏ !ମିଠା ମିଶି ଥିବା  ବିଷ ସଦୃଶ୍ୟ ପାପର ଆନନ୍ଦ ଦେଖାଉ ଥାଏ !ତାହା କୁ ଆପଣମାନେ ଗ୍ରହଣ କଲେ,  ତୁମ୍ଭର ଉତ୍ତମ ନାମକୁ ବିନାଶ କରି ତୁମ୍ଭ ଜୀବନକୁ ନଷ୍ଟ  କରି ଦେବ !ସୁନ୍ଦର ଫୁଲ ବଗିଚା ପରି ଥିବା ଆପଣଙ୍କ ଜୀବନକୁ ଅସୁନ୍ଦର କରିବା ହିଁ ସାଇତାନର କାର୍ଯ୍ୟ ! ପାପକୁ ପରିତ୍ୟାଗ କରି ଯିବାକୁ ହେଲେ ଯୀଶୁବାପା ତୁମ୍ଭ ସହିତ ରହିବାକୁ ପଡିବ ! ତୁମ୍ଭର ସତକର୍ମ ଦ୍ଵାରା ଯୀଶୁଙ୍କର ପ୍ରିୟ ପିଲାମାନେ ହୋଇ ଜୀବନ ଯାପନ କରିବାକୁ  ସମର୍ପିତ ହେବ କି ? ଯୀଶୁଙ୍କ ଠାରେ ଥିଲେ,  ସବୁବେଳେ ତୁମ ଜୀବନରେ ଫୁଲ ଫୁଟି ଫଳ ପାଇ ଅନ୍ୟକୁ ଆନନ୍ଦ ଦେବା ଜୀବନ ରୂପେ  ପରିବର୍ତ୍ତନ ହୁଏ, ଓକେ ତ !
-    ଭଉଣୀ ଦେବୋରା

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al