Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-08-2022
Share:

By Village Missionary Movement

Friday, 19-Aug-2022

ଆଜିର ବାକ୍ୟ (Oriya) 19-08-2022

 

ଭେଦଭାବ କିଛି ହିଁ ନାହିଁ 

 

“କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ;” - ଗାଲାତୀୟ 3:26

 

ଛୁଟି ହେବାରୁ ଜାତିଭେଦ ପାଳନ କରୁଥିବା ଗୋଟିଏ ଗାଁକୁ ତାଙ୍କ ବନ୍ଧୁଙ୍କ ଘରକୁ ଅନ୍ୟ ଗାଁର ଛୋଟ ଝିଅଟି ଗଲା !ସେତେବେଳେ ଜଣେ ଛୋଟ ଜାତିର ବ୍ୟକ୍ତି ପାଣି ମାଗିବାରୁ, ସେହି ଝିଅଟିର ବନ୍ଧୁ ପାଣିକୁ ହାତରେ ଅଜାଡି ଦେଇ, ସେହି ଝିଅକୁ ଡାକି ଢାଳଟି ଦେଇଦେଲା !ସେହି ଝିଅଟିକୁ ତାହା ନୂତନ ଲାଗିଲା !ତାର ମନ ସେହି କାମ କରିବାକୁ ଅମଙ୍ଗ ହେତୁ, ସେ ସେହି ବ୍ୟକ୍ତିକୁ ଢାଳରେ ପାଣି ଦେଇ ପିଅନ୍ତୁ କହିଲା !ସେ ମଧ୍ୟ ପାଣି ପିଇକି ଚାଲିଗଲା !ତାର ବନ୍ଧୁ ପଚାରିଲା, କାହିଁକି ଏପରି କଲ ? ସେ ଝିଅଟି କହିଲା, ସେ ମଧ୍ୟ ଆମ ସଦୃଶ୍ୟ ମଣିଷ ତ, ଏଥିପାଇଁ ମୁଁ ଏପରି କଲି !

 

ପବିତ୍ର ବାଇବଲରେ ପ୍ରେରିତ ପାଉଲ ଗାଲାତିୟରେ ପତ୍ରିକା ଲେଖିବା ବେଳେ, କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ ବୋଲି ଲେଖିଛନ୍ତି !ଯଦି ସେହିପରି ହେଲେ, ଯୀଶୁଖ୍ରୀଷ୍ଟଙ୍କ ସ୍ୱରୂପ ହୋଇଥିବା ଆମ୍ଭେମାନେ ସମସ୍ତେ ଏକତାରେ ଅଛୁ !ଆମ୍ଭ ଠାରେ ଭେଦଭାବ ନ ଥିବା ଉଚିତ !ବିଗତ ଯୁଗରେ ଗ୍ରିକ, ରୋମୀୟ, ସ୍ତ୍ରୀ, ପୁରୁଷ, ଅନେକ ଵିଵେଦ ଗୁଡିକ ନିଷେଦ କରିବାକୁ ପାଉଲ ଏପରି କହନ୍ତି !ଯୀଶୁ ଖ୍ରୀଷ୍ଟ ମଧ୍ୟ ଆମ ଜୀବନରେ ବିଜାତିୟ ବୋଲି କୁହାଯାଉଥିବା ସମାରୀୟଙ୍କ ପ୍ରତି ଏବଂ ବହିଷ୍କାର ହୋଇଥିବା ମାନଙ୍କ ପ୍ରତି ପ୍ରେମ ଏବଂ ଧ୍ୟାନ ଦେଖାଇଲେ ବୋଲି ପଡୁଛୁ !

 

ପ୍ରିୟ ବନ୍ଧୁଗଣ, ଆମମାନଙ୍କ ମଧ୍ୟରେ କେତେ ଜଣ ଏହି ଛୋଟ ଝିଅ ସଦୃଶ୍ୟ, ମନୁଷ୍ୟ ସମସ୍ତେ ସମାନ ଅଟନ୍ତି !ଯେକୌଣସି ଜାତି ହେଉନା କାହିଁକି, ଭେଦଭାବ ଦେଖିବା ଉଚିତ ନୁହେଁ !ଜାତି, ବର୍ଣ୍ଣ, ଭାଷା ଯାହା ହେଉ ସମସ୍ତଙ୍କୁ ପ୍ରେମ କରିବା ଉଚିତ ବୋଲି ଆଲୋଚନା ରହିଛି ? ପବିତ୍ର ଗ୍ରନ୍ଥ ଦେଖାଉଥିବା ମାର୍ଗରେ ଚାଲିବା ଲୋକ ବୋଲି କହୁଥିବା ଆମ୍ଭେ, ଏହି ଜାତି ଭେଦଭାବକୁ କିପରି ଦମନ କରୁଛୁ ? ଆଜିର ଦିନରେ ମଣ୍ଡଳୀରେ ଜାତିଭେଦ ଅତ୍ୟଧିକ ଭାବେ ଅଛି !ବିବାହ ବିଷୟକୁ ଗଲେ ଏହି ଭେଦ ଅତି ଅଧିକ ରହିଛି !ଖ୍ରୀଷ୍ଟଙ୍କ ସଦୃଶ୍ୟ ବର, ଅଥବା କନ୍ୟାକୁ ତାଙ୍କ ସନ୍ତାନମାନଙ୍କୁ ସାଥୀ ରୂପେ ଖୋଜିବା ପରିସ୍ଥିତି ବିଶ୍ୱାସୀ ମାନଙ୍କୁ ଆସିଲେ, ମଣ୍ଡଳୀରେ ଗୋଟିଏ ପୁନଃଜୀବନ ସୃଷ୍ଟି ହେବ !ନିଶ୍ଚୟ ମଣ୍ଡଳୀ ସମାଜକୁ ଗୋଟିଏ ଶୋଷ କରାଉଛି !ହଁ ସଦାପ୍ରଭୁ ଆମେ ସମସ୍ତଙ୍କୁ ତାଙ୍କ ସଦୃଶ୍ୟ ସୃଷ୍ଟି କରିଛନ୍ତି !ତାହାଙ୍କ ଦୃଷ୍ଟିରେ ଆମେ ସମସ୍ତେ ସମାନ ଅଟୁ !ଆମେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଠାରେ ଏକତା ଦେଖିବା ବେଳେ, ଇଶ୍ୱରଙ୍କ ନାମ ମହିମାନ୍ୱିତ ହେବ !ସଦାପ୍ରଭୁ ଆନନ୍ଦିତ ହେବେ, ଏଥିରେ କିଛି ସନ୍ଦେହ ନାହିଁ !ହାଲେଲୁଆ !

- ଶ୍ରୀମତୀ ଏଞ୍ଜିଲିନ 

 

ପ୍ରାର୍ଥନାର ଅଂଶ '-

ମୋକ୍ଷ ପ୍ରୟାଣମ ନାମକ ଏହି ପ୍ରତିଦିନ ପତ୍ରିକାଟି ଆଠଟି ଭାଷାରେ ପ୍ରକାଶିତ ହେଉଛି, ଏହି ପତ୍ରିକାଟି ୟୁଟ୍ୟୁବ, ଫେସବୁକ ମାଧ୍ୟମରେ ଅନେକ ଲୋକ ଉପକୃତ ହେବା ନିମନ୍ତେ ପ୍ରାର୍ଥନା କରିବା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al