By Village Missionary Movement
Thursday, 18-Aug-2022ଆଜିର ବାକ୍ୟ (Oriya) 18-08-2022
ଆମ୍ଭେମାନେ କଣ ଚୋର କି ?
“ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ, ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ।“ - ଏଫିସୀୟ 5:15-16
ଆଜିର ଯୁଗରେ ଆମ୍ଭେମାନେ ଯାତ୍ରା କରୁଥିବା ସ୍ଥାନମାନଙ୍କର ପ୍ରକୃତିର ସୌନ୍ଦର୍ଯ୍ୟକୁ ଭିଡିଓ ରୂପେ ରେକଡ଼ କରି ୟୁଟ୍ୟୁବ, ଫେସବୁକ, ୱାଟ୍ସଅପରେ ସେର କରିବା ଅଭ୍ୟାସରେ ପରିଣତ ହୋଇଗଲାଣି !ଦିନେ ଅଶୀ ବର୍ଷର ଜଣେ ବୃଦ୍ଧା ସିମିଳାକୁ ଯିବାକୁ ତାଙ୍କ ସାଙ୍ଗମାନଙ୍କ ସହ ମିଶିକି ଟିକେଟ ବୁକ କଲା ବେଳେ, ହଟାତରେ ଛାତି ଯନ୍ତ୍ରଣାରେ ତଳେ ଢଳି ପଡିଲା !ଡାକ୍ତରଖାନାକୁ ନିଆ ଯାଇଥିବା ତାର ଛାତିକୁ ଅସ୍ତ୍ରପଚାର କଲେ !ଫିସ ଆଠ ଲକ୍ଷ ଟଙ୍କା ମାଗିବାରୁ ତାଙ୍କ ଆଖିରୁ ଲୁହ ଝରାଇଲା !ତାଙ୍କୁ ପଚରାଗଲା, କାହିଁକି ତୁମେ କାନ୍ଦୁଛ ? ତେବେ ସେ ଉତ୍ତର କଲା, ଅଶୀ ବର୍ଷ କାଳ ମୋ ଠାରୁ କିଛି ଟଙ୍କା ନ ନେଇ ମୋ ଛାତିକୁ କାର୍ଯ୍ୟକ୍ଷମ କରିଥିବା ଇଶ୍ୱରଙ୍କୁ କୃତଜ୍ଞତା କି ଟଙ୍କା ଦେଇ ନ ଥିବା ମୁଁ ଜଣେ ଚୋର ଅଟେ, କହିଲା !
ପବିତ୍ର ବାଇବଲରେ ଫିଲିପିୟ :-2:4 ରେ ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ କୁହାଯାଇଥିବା ରୂପେ ଆମର ସମୟକୁ ଟଙ୍କାକୁ ଅନ୍ୟ ମାନଙ୍କ ନିମନ୍ତେ ଖର୍ଚ୍ଚ କଲାବେଳେ, ଯେକୌଣସି ମାର୍ଗରେ ଅନ୍ୟମାନଙ୍କୁ ସେବା କରୁଛୁ ବୋଲି ଏହାର ଅର୍ଥ !ମାର୍କ :-10:45 ରେ କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି ବୋଲି ପଡ଼ୁଥିବା ଆମ୍ଭେ ପ୍ରଭୁଙ୍କ ନିମନ୍ତେ ସେବା କରିବା ନିମନ୍ତେ, ଅନେକଙ୍କୁ ତାଙ୍କ ମାର୍ଗରେ କଢାଇ ନେବା ନିମନ୍ତେ ଆମ୍ଭ ଠାରେ ଥିବାଟାକୁ ଖର୍ଚ୍ଚ କରିବାକୁ ପ୍ରସ୍ତୁତ କି ? ଅଥବା ପ୍ରଭୁଙ୍କର ସମ୍ପର୍କ ଥିବା ବିଷୟରେ ଚୋରି କରୁଛୁ ବୋଲି ଏହାର ଅର୍ଥ !
ପ୍ରିୟ ବନ୍ଧୁଗଣ, ସମୟ ସୁନା ଅଟେ କହନ୍ତି !ଅଯଥା କଥା ହେଲେ ଆମ ସମୟ ଚୋରି ହେଉଛି, ଦୂରଦର୍ଶନରେ ଆମ ସମୟ ଚୋରି ହେଉଛି, ଯଦି ସେଲଫୋନ ଖୋଲିଲେ ଯଥେଷ୍ଟ ଆମ ସମୟ ଚୋରି ହେଉଛି !ଯୋହନ :-10:10 ରେ ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି ବୋଲି ପଡୁଛୁ !ଯିଏ ହେଲେ ଜଣେ ଚୋର ଆମ ଘରକୁ ଆସି ଆମ ଜିନିଷ ଚୋରି କଲେ ଆମେ ଭୟ କରିବା ଏବଂ ଦୁଃଖ କରିବା !କିନ୍ତୁ ଆମ ଅଜାଣତରେ ଆମ ସମୟ ଚୋରି ହେବା ଅନୁଧ୍ୟାନ କରୁଥିବା ଆମେ ଜାଗ୍ରତରେ ରହିବା !ସମୟକୁ ସଦ୍ ବ୍ୟବହାର କରିବା ଉଚିତ !ଆମେନ୍ !
- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନାର ଅଂଶ :-
ଜଗତ ଦୋହଲେଇବା 120 ଜଣ ମିଶିନାରୀମାନଙ୍କୁ ଷାଠିଏଟି ବଖରା ନିର୍ମାଣ କରି ସମାପ୍ତ କରିବା ନିମନ୍ତେ ପରମେଶ୍ୱର ଆବଶ୍ୟକତା ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.