Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-08-2022
Share:

By Village Missionary Movement

Tuesday, 16-Aug-2022

ଆଜିର ବାକ୍ୟ (Oriya) 17-08-2022

 

ଅନାଥ ପିଲାମାନେ 

 

“ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ।“ - ଯାକୁବ 1:27

 

ତୁର୍କି ନିବାସୀ ଜଣେ ବୋଲୁଣ୍ଟାରୀ ଅଧିକାରୀ ପ୍ରସାରିତ କରିଥିବା ଫୋଟ ଅନେକ ଲୋକଙ୍କୁ ଆଖିରୁ ଲୁହ ଝରାଇଲା !ଭୋକିଲା, ଅଭାବ, ଦରିଦ୍ରତାରେ ଥିବା ସୋମାଲିୟାରେ ଏହି ବର୍ଷ ଗୋଟିଏ ଓଳି ଆହାର ନିମନ୍ତେ ଏଠିସେଠି ବୁଲିବା ଦେଖୁଛୁ !ସରକାର ଦେଉଥିବା ନିୟମରେ ରେସନ ନାମକ ପଦ୍ଦତିରେ ଅଳ୍ପ କିଛି ଖାଦ୍ୟ ଯୋଗାଇ ଦେଉଛି !କେବଳ ସେତିକି ନୁହେଁ ଅନେକ ବିଦେଶୀ ସଂସ୍ଥା ଗୁଡିକ ମଧ୍ୟ ସୋମାଲିୟାକୁ ସାହାଯ୍ୟ କରୁଛି !ଆହାର ପୁଡା ଧରିକି ଆସିଥିବା ଜଣେ ବ୍ୟକ୍ତି ଆଡକୁ ଚାହିଁ, ଦୁଇ ବର୍ଷର ବାଳିକା କାନ୍ଦୁଚି !ଅଭାବ ହେତୁ ତାଙ୍କ ପିତାମାତାଙ୍କୁ ହରାଇଲା !ସେହି ବାଳିକା ସେ ବଞ୍ଚିବା ପାଇଁ ଗୋଟିଏ ବିଶ୍ୱାସକୁ ଦେଖି କାନ୍ଦୁ ଥାଏ !ସୋମାଲିୟାରେ ଏପରି ଲକ୍ଷ ଲକ୍ଷ ଅନାଥ ପିଲାମାନେ ଅଛନ୍ତି !ଅତି କ୍ଷୁଦ୍ର ହୋଇଥିବା ଏହି ଭାଇମାନଙ୍କୁ ତୁମେ ସାହାଯ୍ୟ କଲେ ହିଁ ମୋତେ କରିବ ବୋଲି ନିଶ୍ଚୟ ମୁଁ ତୁମ୍ଭ ସହ କହୁଛି ବୋଲି ପ୍ରଭୁଯୀଶୁଖ୍ରୀଷ୍ଟ ମାଥିଉ ସୁସମାଚାରରେ କହିଥିବା ଆମେ ଦେଖୁଛୁ !

 

ଉପରେ କୁହାଯାଇଥିବା ଘଟଣାରେ ଆହାର ନିମନ୍ତେ ଅପେକ୍ଷାରେ ଥିବା ଲୋକଙ୍କୁ ହିଁ କେବଳ ନୁହେଁ ପିତାମାତାଙ୍କୁ ହରାଇ କୁଟିଳତାରେ ଆଧାର ନ ଥାଇ, ଅନେକ ପିଲାଙ୍କୁ ଆଦର କରିବାକୁ ନିଃସହାୟ ଥିବା ପିଲାଙ୍କୁ ମଧ୍ୟ ସହଯୋଗ କରିବା ବୋଲି ଆମେ ଅପେକ୍ଷା କରୁଛୁ !ଏହି ସତ କ୍ରିୟା ଗୁଡିକ ଖ୍ରୀଷ୍ଟିଆନ ହୋଇଥିବା ଆମେ ସମସ୍ତେ କରିବା ଉଚିତ ବୋଲି ପ୍ରଭୁ ଆମଠାରୁ ଆଶା କରୁଛନ୍ତି !ରୁଷିଆ ୟୁକ୍ରେନକୁ ଅକ୍ତିଆର କରିବା ଦ୍ଵାରା ଲକ୍ଷଲକ୍ଷ ପିଲାମାନେ ତାଙ୍କ ପିତାମାତାଙ୍କୁ ହରାଇ ଅନାଥ ହୋଇଗଲେ !ସୋମାଲିୟା ସଦୃଶ୍ୟ ଆଫ୍ରିକାରେ ଥିବା ଅନେକ ଦେଶରେ ମରୁଡି ସୃଷ୍ଟି ହୋଇ, ତାହା ଦ୍ଵାରା ଅଗଣିତ ଅନାଥ ପିଲା ଅଟନ୍ତି !ଯେଉଁମାନେ ବିଧବାକୁ ମନେ ପକାନ୍ତି ସେମାନେ ଧନ୍ୟ ବୋଲି ଗୀତ ସଂହିତାରେ ପଡୁଛୁ !ଆମେ ପ୍ରଭୁଙ୍କ ଠାରେ ରହିଥିବା ଚି଼ହ୍ନ ବିହୀନ ପବିତ୍ରତା ଭକ୍ତି ମାନେ କଣ, ଉପରେ କୁହାଯାଇଥିବା ବାକ୍ୟରେ ଦେଖିଲୁ !ଅନାଥ ପିଲାମାନେ, ଦରିଦ୍ର ଲୋକେ, ଛାଡି ଦେଇଥିବା ଲୋକଙ୍କ ପ୍ରତି ଆମେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ପବିତ୍ର ବାଇବଲ ଆମକୁ କହୁଛୁ !ସମାଜରେ ଅନାଥ ପିଲାଙ୍କୁ ଦେଖିବା ବେଳେ ସେମାନଙ୍କ ପ୍ରତି ଅତ୍ୟଧିକ ଧ୍ୟାନ ଓ ଦୟା ଆମକୁ ହେବା ଉଚିତ !ସେଥିପ୍ରତି ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ !ଆମେନ୍ !

- ପି. ଜେକେବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ପ୍ରତ୍ୟେକ ସୋମବାର ଯୁବକ ପିଲାଙ୍କ ନିମନ୍ତେ ପ୍ରକାଶିତ କରୁଥିବା ପତ୍ରିକା ଦ୍ଵାରା ଅନେକ ଯୁବକ ଯୁବତୀ ସ୍ବର୍ଶ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al