Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-08-2022
Share:

By Village Missionary Movement

Sunday, 14-Aug-2022

ଆଜିର ବାକ୍ୟ (Oriya) 14-08-2022

 

ଜେନିଙ୍କ ବିଶ୍ୱାସ 

 

“ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହି ସବୁ ପାଇବ ।“ - ମାଥିଉ 21:22

 

ହାଲୋ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ଗୋଟିଏ ଦିନ ଜେନିର ଛୁଟି ଦିନ ହେବାରୁ ଗାଢ଼ରେ ଶୋଇ ପଡିଲା !ତୁମ୍ଭେମାନେ ଛୁଟି ଦିନରେ ଦିନ ବେଳା ଶୋଇବ କି ନାହିଁ ? ଅହୋ... ବିଲକୁଲ ନିଦ ହୁଏ ନାହିଁକି ? ଠିକ ଅଛି, ଠିକ ଅଛି, ଶୋଇଥିବା ଜେନିଙ୍କୁ ତାଙ୍କ ବାପା ଉଠାଇଲା !ଆଜି ଆମ ଗାଁରେ ସୁସମାଚାର ସମାବେଶର ଦ୍ୱିତୀୟ ଦିନ ତ ମାଆ, ବାହାର ଯିବା, ବୋଲି କହିବା କ୍ଷଣି ଜେନି ଶୀଘ୍ରଶୀଘ୍ର ବାହାରିଲା !ସେହି ସମୟରେ ଗ୍ରୀଷ୍ମ ଋତୁ ହେବା ଯୋଗୁ, ପ୍ରଖର ଖରା ହେଉଥାଏ !ମରୁଡି ସେହି ଗାଁକୁ ଦୋହରାଇ ଦେଲା !ଆସନ୍ତା କାଲି ହେବାକୁ ଥିବା ସମାବେଶରେ ବର୍ଷା ନିମନ୍ତେ ଉପବାସର ପ୍ରାର୍ଥନା କରାଯିବ ବୋଲି ଉପଦେଶ କହିଥିବା କଥାକୁ ମନେ ପକାଇ ଜେନି ଗୋଟିଏ ଛତା ଧରିଲା !ଜେନି ଭାତ ନ ଖାଇ ଉପବାସରେ ସମାବେଶକୁ ବାହାରିଲା !ତାହାଙ୍କ ବିଶ୍ୱାସ ଦେଖି ଜେନିର ପିତାମାତା ବହୁତ ଆନନ୍ଦିତ ହେଲେ !ସେତେବେଳେ ପରିବାର ସମସ୍ତେ ମିଶିକି ସୁସମାଚାର ସମାବେଶକୁ ଚାଲିଲେ !ଜେନିଙ୍କ ହାତରେ ଥିବା ଛତାକୁ ଦେଖି ଜେନିର ବାପା କହିଲା, ସନ୍ଧ୍ୟା ସମାବେଶକୁ ଛତା କାହିଁକି ? ବାପା ଆଜି ଆମେ ବର୍ଷା ନିମନ୍ତେ ପ୍ରାର୍ଥନା କରିବାକୁ ଯାଉଛୁ, ଯୀଶୁବାପା ଉତ୍ତମ ବର୍ଷା ବରସାଇବ, ଘରକୁ ଫେରିବାକୁ ହେଲେ ଛତା ଦରକାର ତ ବୋଲି ବିଚଳିତ ସ୍ବରରେ ଜେନିର ଉତ୍ତର ଦେବା ଦେଖି, ତାର ପିତାମାତା ଚୁପ ରହିଲେ !ତାର ବାପା ଭାବିଲା,ଜେନିଙ୍କ ସଦୃଶ୍ୟ ପ୍ରତାରଣା ନ ହୋଇ ରହିବା !ସମାବେଶ ଆରମ୍ଭ ହେଲା !ବର୍ଷା ନିମନ୍ତେ ପ୍ରାର୍ଥନା କରି, ପାଳକ ଉପଦେଶ ଦେବାକୁ ଆରମ୍ଭ କଲା !ଉପଦେଶ ଚାଲିଥିବା ବେଳେ ହିଁ କିଛି ଘଡଘଡି ଶବ୍ଦରେ ମେଘ ଝଲସିବା ଆରମ୍ଭ ହେଲା !ଜେନି ତାଙ୍କ ବାପାଙ୍କ ଆଡକୁ ଅନାଇଲା !ତାଙ୍କ ମୁହଁର ଚାହାଣି ପ୍ରାର୍ଥନାର ଉତ୍ତର ଯୀଶୁ ବାପା ଦେଲା ପରି ଅଛି ଲାଗୁଥାଏ !ବାପାଝିଅ ଦୁଇ ଜଣ ଚାରିପଟେ ବୁଲି ଦେଖିଲେ !ଚାରିପଟେ ମେଘ ଢାଂଗିଲା !ଉପଦେଶର ଶେଷରେ ଆମେନ୍ କହି ଶେଷ କଲା ବେଳେ ବର୍ଷା ଆରମ୍ଭ ହେଲା !ସମସ୍ତେ ତାଙ୍କର ବାଇବଲ ଓ ଗୀତବହି ନ ଭିଜେଇ ଧରି ଯାହାର ରାସ୍ତାରେ ସେମାନେ ଧାଇଁଧାଇଁ ଚାଲିଗଲେ !ଜେନି ସେ ଧରିକି ଆସିଥିବା ପଲଥିନ ମୁଣାରେ ବାଇବଲ ଓ ଗୀତବହିଟି ପୁରାଇ ଛତାଟି ବାହାର କଲା !ତାହାର ବିଶ୍ୱାସ ଦେଖିଥିବା ପିତାମାତା ମଧ୍ୟ ଛତାଟି ଧରି ଆସିଲେ !ତେଣୁକରି ପରିବାର ସମସ୍ତେ ନ ଭିଜି, ମିଶିକି ସଦାପ୍ରଭୁଙ୍କର ସ୍ତୁତି କରି ଘରକୁ ଫେରିଲେ !

 

କଣ ପିଲାମାନେ, ଜେନି ପ୍ରଭୁଙ୍କ ପ୍ରତି ରଖିଥିବା ବିଶ୍ୱାସ ବୃଥା ହେଲା ନାହିଁ, ଦେଲକି ? ତୁମ୍ଭେମାନେ ମଧ୍ୟ ପ୍ରାର୍ଥନା କଲାବେଳେ ଯୀଶୁ ଅଦଭୂତ କରିବେ ବୋଲି ବିଶ୍ୱାସ କରି ଯାହାବି ମାଗିଲେ, ନିଶ୍ଚୟ ତାହା ମିଳିବ !ବିଶ୍ୱାସର ସହିତ ମାଗି ପାଆନ୍ତୁ, ବିଶ୍ୱାସଯୋଗ୍ୟ ଅଦଭୂତ ଗୁଡିକ ଦେଖିବ !ଠିକ ଅଛି ପିଲାମାନେ, ବିଶ୍ୱାସରେ ପ୍ରାର୍ଥନା କଲେ ସଦାପ୍ରଭୁ ଦୟା କରନ୍ତି ବୋଲି ଜାଣିଲୁ ତ !

- ଶ୍ରୀମତୀ ଯିବା ବିଜୟ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al