Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-08-2022
Share:

By Village Missionary Movement

Friday, 12-Aug-2022

ଆଜିର ବାକ୍ୟ (Oriya) 13-08-2022

 

ଶିଶୁ ଶ୍ରମିକ 

 

“ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ । ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ ।“ - ରୋମୀୟ 12:16

 

ଆମ ଦେଶରେ ଦାରିଦ୍ର୍ୟ ହେତୁ ଆସୁଥିବା ସାମାଜିକ ଅତ୍ୟାଚାର ମଧ୍ୟରେ ଗୋଟିଏ ଶିଶୁ ଶ୍ରମିକ !ଶିଶୁମାନଙ୍କୁ ନିର୍ଦ୍ଦିଷ୍ଟ ବୟସ ଆସିବା କ୍ଷଣି, ସେମାନଙ୍କୁ ଲାଳନପାଳନ କରି ନ ପାରି, ସେମାନଙ୍କ ପିତାମାତା ସେମାନଙ୍କୁ କାମଧନ୍ଦା ନିମନ୍ତେ ପଠାଉଛନ୍ତି !ପିତାମାତାଙ୍କୁ ହରାଇ ଥିବା ପିଲାମାନେ ଅନାଥ ହେବା ଯୋଗୁ, ସେମାନେ ମଧ୍ୟ କାମ କରିବାକୁ ପଡୁଛି !ଘରୋଇ କାମରେ, ର୍ରେସ୍ତୁରାଣ୍ଟରେ, କାରଖାନାରେ ପିଲାମାନେ ଶ୍ରମ ନିର୍ଯ୍ୟାତନାର ଶିକାର ହେଉଛନ୍ତି !ବାଣ କାରଖାନା, ଦିଆସିଲି କାରଖାନାରେ କାମ କରି ପିଲାମାନେ ଶ୍ଵାସକୋଷ ରୋଗ ସହିତ ଚର୍ମ ରୋଗ ଏବଂ କର୍କଟ ରୋଗରେ ପୀଡିତ ହେଉଛନ୍ତି !କାରଖାନାରେ ଘଟୁଥିବା ପ୍ରମାଦରେ ମଧ୍ୟ ଅନେକ ପିଲାମାନେ ମୃତ୍ୟୁବରଣ କରୁଛନ୍ତି !ସଠିକ ଭାବେ କାମ ନ କଲେ ସେହି ପିଲାମାନଙ୍କୁ ନିର୍ଯ୍ୟାତନା ଦିଆ ଯାଉଛି !ବାଳିକାମାନେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି !ପିଲାମାନଙ୍କ ଆଙ୍ଗୁଠି ମୃଦୁ ହୋଇଥିବା ହେତୁ ଚାରି ବର୍ଷରୁ ହିଁ କାମରେ ନିୟୋଜିତ ହେଉଛନ୍ତି !ଶେଷରେ ସେମାନଙ୍କ ଦୃଷ୍ଟିଶକ୍ତି କ୍ଷୀଣ ହୋଇଯାଉଛି !ମେରୁଦଣ୍ଡ ବଙ୍କା ହୋଇ ଯାଉଛି !ସେମାନେ ଶୈଶବର ଆନନ୍ଦ, ଖେଳକୁଦ ଭୁଲି ଯାଉଛନ୍ତି !ସେମାନଙ୍କ ମନ କଠିନ ଭାବେ ବଦଳିବା ଦ୍ଵାରା, ସେମାନେ ବୃଦ୍ଧି ହେଉଥିବା ବେଳେ,ସେମାନେ ଅପରାଧୀରେ ପରିବର୍ତ୍ତନ ହୋଇ ଯାଉଛନ୍ତି !

 

ଆମ ପ୍ରଭୁଯୀଶୁଙ୍କ ହୃଦୟ ତରଲାଉଥିବା ଏହି କାର୍ଯ୍ୟ, ଆମ ହୃଦୟକୁ ମଧ୍ୟ ତରଲାଇବା ଉଚିତ !ଆମେ ଆମ ଭଗ୍ନ ହୃଦୟରେ ବର୍ତମାନ କୁହାଯାଉ ଥିବା ବିଷୟରେ ପ୍ରାର୍ଥନା କଲେ, ସର୍ବ ଶକ୍ତିଶାଳୀ ପରମେଶ୍ୱର ଅବସ୍ଥାକୁ ପରିବର୍ତ୍ତନ କରି ପାରିବ !

 

(1). ଦରିଦ୍ରତା ଅବସ୍ଥାରେ ଥିବା ଜନତାଙ୍କ ଜୀବନ ଶୈଳୀ ଉପାଧିକୁ ସରକାର ବୃଦ୍ଧି କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରାର୍ଥନା କରିବା !

 

(2)ଦରିଦ୍ରମାନଙ୍କୁ ସବସିଡି ଖାଦ୍ୟ ଏବଂ ଆବଶ୍ୟକ ଦ୍ରବ୍ୟଗୁଡିକୁ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

(3). ଗରିବମାନଙ୍କୁ କୌଣସି ବାଧା ନ ଥାଇ ମାଗଣା ଜିନିଷ ପହଂଚିବା ନିମନ୍ତେ ପ୍ରାର୍ଥନା କରିବା !

 

(4). ଗରିବ ପିତାମାତାଙ୍କୁ କାମଧନ୍ଦା ମିଳିବା ନିମନ୍ତେ, ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ନିମନ୍ତେ, ପାଠ୍ୟକ୍ରମ ତ୍ୟାଗ କରିଥିବା ପିଲାମାନେ ପୁନର୍ବାର ଅଧ୍ୟୟନ ନିମନ୍ତେ ପ୍ରାର୍ଥନା କରିବା !

 

(5). ଅନାଥମାନଙ୍କୁ ଆଶ୍ରୟ ନିମନ୍ତେ ପ୍ରାର୍ଥନା କରିବା !

 

କେବଳ ପ୍ରାର୍ଥନା ହିଁ କରିବା ନୁହେଁ ଶିଶୁ ଶ୍ରମିକ ମାନଙ୍କର ମାଲିକ ମାନଙ୍କୁ ବନ୍ଦ କରିବାକୁ, ଆମେ ଯାହା କରି ପାରିବା ତାହା କରିବା ଉଚିତ !ଛୋଟ ପିଲାମାନଙ୍କୁ ଅଳ୍ପ ବେତନ ଦେଇ ଆମ ଘର ମାନଙ୍କରେ କାମ କରାଅ ନାହିଁ !ଯଦି ସମ୍ଭବ ହୁଏ ସେମାନଙ୍କ ପାଠ ପଡ଼ାରେ ସାହାଯ୍ୟ କରିବା ଉଚିତ, ଛାତ୍ରବୃତ୍ତି ଯୋଗାଇ ଦେବା !ପ୍ରିୟ ବନ୍ଧୁଗଣ, ଆମେ ଯଦି ଏସବୁ କଲେ ପ୍ରଭୁ ଆମ ପ୍ରତି ଆନନ୍ଦିତ ହେବେ !ଆମେନ୍ !

- ଶ୍ରୀମତୀ ଗୀତା ରିଚାର୍ଡ 

 

ପ୍ରାର୍ଥନାର ଅଂଶ :-

ପ୍ରତ୍ୟେକ ଶନିବାର ଦିନ ଘଟୁ ଥିବା ଉଜ୍ଜିବ ସମାବେଶକୁ ଉଜ୍ଜିବକୁ ଆଶା କରୁଥିବା ବ୍ୟକ୍ତି ଅତ୍ୟଧିକ ଅଂଶ ଗ୍ରହଣ କରି ଉଜ୍ଜିବ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al