Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-08-2022
Share:

By Village Missionary Movement

Thursday, 11-Aug-2022

ଆଜିର ବାକ୍ୟ (Oriya) 12-08-2022

 

ଅପମାନିତ 

 

“ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ।“ - ଆଦି ପୁସ୍ତକ 3:21

 

ରାସ୍ତା ପାର୍ଶ୍ୱରେ ମାନସିକ ରୋଗୀମାନେ ସଠିକ ପୋଷାକ ପରିଧାନ ନ କରିଥିବା ଆମେ ଦେଖିଥିବା !କେତେଜଣ ଦୟାଳୁ ହୋଇ ତାହାଙ୍କୁ ପୋଷାକ ଦେଲେବି, ସେମାନେ ତାହା ପିନ୍ଧନ୍ତି ନାହିଁ !ପିନ୍ଧିବାର ଆଲୋଚନା ମଧ୍ୟ ତାଙ୍କ ମନରେ ଆସେ ନାହିଁ !ଏମିତି ଲୋକଙ୍କ ନିମନ୍ତେ ଆମ୍ଭେ ଲୁହରେ ପ୍ରାର୍ଥନା କରିବା !

 

ଜଣେ ବ୍ୟକ୍ତିର ପୋଷାକ ପରିଧାନ ହେଉଛି, ତାହାର ମାନସିକ ସ୍ଥିତିକୁ ଜଣାଇ ଦିଏ !ତେଣୁ କରି ଅପମାନ ହେଉଛି ସୁସ୍ଥମାନସିକ ଅବସ୍ଥାର ବ୍ୟକ୍ତିକରଣ !ବର୍ତ୍ତମାନ ଆମ ଦୃଷ୍ଟିକୁ ଅନ୍ୟ ଆଡେ ବୁଲାଇବା !ଟି. ବି. ସମ୍ବାଦରେ ବେଳେବେଳେ ଦୋଷୀ ବିହୀନ ବନ୍ଦୀଙ୍କୁ ଆମ୍ଭେମାନେ ଦେଖୁଛୁ !ଏମାନଙ୍କୁ ନ୍ୟାୟାଳୟକୁ ନେଇକି ଯିବାବେଳେ, ସେମାନଙ୍କ ବ୍ୟବହାରର ଆଦାର ଅନୁଯାୟୀ ସେମାନଙ୍କୁ ଦୁଇ ଭାଗରେ ବିଭକ୍ତି କରାଯାଇ ପାରିବ !

 

ପ୍ରଥମ ବର୍ଗ ଲୋକେ, ଟି. ବି. କ୍ୟାମେରା ଦେଖିବା କ୍ଷଣି, ସେମାନେ ସେମାନଙ୍କର ରୁମାଲ କିମ୍ବା ସାର୍ଟ ମାଧ୍ୟମରେ ମୁହଁକୁ ଲୁଚେଇ ଦିଅନ୍ତି !ଆଉ ଅନ୍ୟ ବର୍ଗର ଲୋକେ କ୍ୟାମେରା ଦେଖିବା କ୍ଷଣି, ପ୍ରଜାମାନଙ୍କ ନିମନ୍ତେ କିଛି କଳି ବୋଲି ହସିହସି ହାତକୁ ଉପରକୁ ଉଠାଇ ହଲାଇ ଥାନ୍ତି !ଏହି ଦୁଇଟି ବର୍ଗ ମଧ୍ୟରେ ସମୁଦ୍ର ସଦୃଶ୍ୟ ପାର୍ଥକ୍ୟ ଅଛି !ପ୍ରଥମ ବର୍ଗ ଲୋକେ ସେମାନେ କରିଥିବା ଦୋଷକୁ ଜାଣି ପାରି, ସେ ଦୋଷ ସକାଶେ ଅପମାନିତ ହୋଇ ମୁହଁଟି ଲୁଚେଇ ହୁଅନ୍ତି !ଏମାନେ ସଠିକ ରାସ୍ତାରେ ଯିବା ନିମନ୍ତେ ସୁଯୋଗ ଅଛି !ଦ୍ୱିତୀୟ ବର୍ଗ ଲୋକେ କରିଥିବା ଭୂଲ ପାଇଁ ଅପମାନିତ ହୁଅନ୍ତି ନାହିଁ !ଏମିତିକା ଅପରାଧୀରେ ପୂର୍ଣ୍ଣ ସମାଜ ଶୋଚନୀୟ ଅଟେ ବୋଲି "ଡେଲିଭେରିୟାସ ଫୋମ ଇଭିଲ" ନାମକ ପୁସ୍ତକରେ 'ଆଛିୟନ' ଲେଖିଛନ୍ତି !ଆଉ କେବଳ ଆଜିର ସିନିମା, ଟି. ବି ହିଁ ନୁହେଁ, ଶରୀରର ଅଂଶ ଦେଖାଯିବା ସଦୃଶ୍ୟ ପୋଷାକ ପରିଧାନ କରିବା ସମାଜରେ ଫ୍ୟାସନ ହୋଇ ଯାଇଛି !ଅଳ୍ପ ଆଲୋଚନା କରି ଦେଖିଲେ ମାନସିକ ରୋଗୀଙ୍କୁ, ଫ୍ୟାସନ ପୋଷାକ ପରିଧାନ କରୁଥିବା ଲୋକଙ୍କ ମଧ୍ୟରେ ପାର୍ଥକ୍ୟ କଣ ଆଛି ? ଆମ ଚାରିପଟେ ଥିବା ଅପମାନିତ ସମାଜ ସୁରକ୍ଷିତ ପୋଷାକ ପରିଧାନ ନିମନ୍ତେ ଆମେ ପ୍ରାର୍ଥନା କରିବା !

- ଜେ. ସନ୍ତୋଷ 

 

ପ୍ରାର୍ଥନାର ଅଂଶ :-

ଉଜ୍ଜିବ ସମାବେଶରେ ଅଂଶଗ୍ରହଣ କରୁଥିବା ପ୍ରତି ପ୍ରଭୁଙ୍କର ସନ୍ତାନ, ପ୍ରଭୁଙ୍କର ନିମନ୍ତେ ଉଠି ପ୍ରକାଶିତ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al