By Village Missionary Movement
Wednesday, 10-Aug-2022ଆଜିର ବାକ୍ୟ (Oriya) 10-08-2022
କ୍ଷମାର ମହାନତା
“ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହ ଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା ?” – ମାଥିଉ 18:33
ଆମେ ଏହି ଆଧୁନିକତା ପୃଥିବୀରେ ଜୀବନଯାପନ କରୁଛୁ !ଯେଉଁଠି ଦେଖିଲେବି ସିସିଟିବି କ୍ୟାମେରା ଖଞ୍ଜା ଯାଇଛି !ବିଶେଷ କରି ରେଳ ଷ୍ଟେସନରେ, ଅଫିସରେ, ହାଇୱେ ରାସ୍ତାରେ, ଆଜିକାଲି ଘରେ ମଧ୍ୟ ସିସିଟିବି କ୍ୟାମେରା ଖଞ୍ଜା ଯାଇଛି !ତହିଁରୁ ଆମେ ଜାଣିବା ବିଷୟ ହେଉଛି, ସେଥିରେ ରେକଡ଼ ହେଉଥିବା ବିଷୟ ଗୁଡିକ ପୁନର୍ବାର ଦେଖି ଘଟିଥିବା ଘଟଣା ଗୁଡିକ ଜାଣି ପାରିବା !ସେହି କ୍ୟାମେରାରେ ଥିବା ରେକଡ଼କୁ ଆମେ ଲୁଚାଇ ପାରିବା ନାହିଁତ ?
ପବିତ୍ର ବାଇବଲର ଅଠର ଅଧ୍ୟାୟରେ ଗୋଟିଏ ଉପମା କୁହାଯାଇଛି !ଜଣେ ଦାସ ତାଙ୍କ ପ୍ରଭୁଙ୍କ ସହିତ ଦଶ ମୁଦ୍ରା ଋଣ ନେଇଥିଲା !ତାହା ପୁନର୍ବାର ପରିଶୋଧ କରିବାକୁ ତାହାର କିଛି ନ ଥିଲା !ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି ପ୍ରଭୁ ତାହାର ଋଣ କ୍ଷମା କଲେ ।ଦେଖନ୍ତୁ ସେ କେତେ ଉତ୍ତମ ପ୍ରଭୁ ଅଟନ୍ତି !
କ୍ଷମା ପାଇଥିବା ସେହି ଦାସ ତାହାଠାରୁ ପଚାଶ ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ ।କେତେ ବଡ଼ ଅନ୍ୟାୟ !ଯଦି ଆମେ ମାଥିଉ :-18:31ବଚନ ଦେଖିବା, ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ ।ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ।
ପ୍ରିୟ ବନ୍ଧୁଗଣ, ଆମ ଯୀଶୁ କ୍ଷମାଶୀଳ ମନ ଅଟନ୍ତି !ଆମେ ମଧ୍ୟ ତାହାଙ୍କ ସଦୃଶ୍ୟ ରହିବା ଉଚିତ ବୋଲି ଆଶା କରନ୍ତି !ତାହା ନ୍ୟାୟ ସଙ୍ଗତ ତ ? ମାଥିଉ :-18:33 ବଚନରେ, ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହ ଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା ବୋଲି ଆମ ପ୍ରଭୁଯୀଶୁ କହନ୍ତି !ଆମେ ସମାଜରେ ପ୍ରକୃତ ଭାବେ ଶାନ୍ତିରେ ବଞ୍ଚିବାକୁ ହେଲେ କ୍ଷମାର ସ୍ଵଭାଵ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ !ଆମ୍ଭମାନଙ୍କୁ କ୍ଷମା କରିବା ବ୍ୟକ୍ତିଙ୍କୁ ପ୍ରେମ କରିବା ଉଚିତ !ଆମ ଠାରେ ଋଣ ନେଇଥିବା ବ୍ୟକ୍ତିଙ୍କୁ କ୍ଷମା ନ କରି କ୍ରୋଧିତ ହେବାବେଳେ, ଆମକୁ କ୍ଷମା ଦେଇଥିବା ପ୍ରଭୁଙ୍କୁ ଭୁଲି ଯାଉଛୁ, ଏହା ହିଁ ତାହାର ଅର୍ଥ !ଆମେ ଭୁଲିଗଲେ କି ଲୁଚାଇଲେ ପ୍ରଭୁଯୀଶୁ ସେ ସମସ୍ତ ଜାଣିଛନ୍ତି !ଆମେ ଅନ୍ୟମାନଙ୍କୁ କ୍ଷମା କରିବା, ସେମାନେ ଆମ ଠାରେ ନେଇଥିବା ଋଣକୁ ଲୁଚାଇବା ସ୍ଵଭାଵ ସଦୃଶ୍ୟ ପରିବର୍ତ୍ତନ ହେଲାବେଳେ, ଆମେ ଜୀବନଯାପନ କରୁଥିବା ଏହି ସମାଜରେ ଆମ ମାଧ୍ୟମରେ ଗୋଟିଏ ଛୋଟ ପରିବର୍ତ୍ତନ ଘଟିବ !
- ଶ୍ରୀ ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ଭୋକିଲାକୁ ଆହାର ଯୋଗାଇବା କାର୍ଯ୍ୟକ୍ରମ ଦ୍ଵାରା ଅନେକ ପୋଷଣ ନିମନ୍ତେ ଏବଂ ସେମାନେ ସମସ୍ତେ ପ୍ରଭୁଙ୍କୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.