Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-08-2022
Share:

By Village Missionary Movement

Friday, 05-Aug-2022

ଆଜିର ବାକ୍ୟ (Oriya) 06-08-2022

 

ଗୋଟିଏ ମାର୍ଗ 

 

“ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କଠାରେ ଘୃଣିତ, ହାତ ଧରାଧରି ହେଲେ ହେଁ ସେ ଅଦଣ୍ଡିତ ନୋହିବ।“ - ହିତୋପଦେଶ 16:5

 

ପବିତ୍ର ବାଇବଲରେ ଏଷ୍ଟର ପୁସ୍ତକରେ ହାମନ ନାମକ ଜଣେ ବ୍ୟକ୍ତି ବିଷୟରେ ଆମେ ପଡୁଛୁ !ତାଙ୍କ ଜୀବନରେ ଘଟିଥିବା ଗୋଟିଏ ଘଟଣା ବିଷୟରେ ଟିକେ ପଛକୁ ଫେରିକି ଦେଖିବା !

 

ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶତ ସତାଇଶ୍ ପ୍ରଦେଶ ଉପରେ ଅକ୍ଷଶ୍ୱେରଶ ନାମକ ରାଜା ଶାସନ କରୁଥାଏ !ସେହି ରାଜା ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ହାମନ୍‍କୁ ଶ୍ରେଷ୍ଠ ଆସନ ଦେଲେ !

 

ତହିଁରେ ରାଜାଙ୍କ ଯେତେ ଦାସ ରାଜଦ୍ୱାରରେ ଥିଲେ, ସେସମସ୍ତେ ନତ ହୋଇ ହାମନ୍‍କୁ ପ୍ରଣାମ କଲେ !ରାଣୀ ଏଷ୍ଟର ବନ୍ଧୁ ମର୍ଦ୍ଧଖୟ ରାଜଦ୍ଵାରରେ ବସିଥାନ୍ତି !ମର୍ଦ୍ଦଖୟ ଯିହୂଦୀ ହୋଇଥିବା ହେତୁ ହାମନକୁ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ।ସେଥିପାଇଁ କ୍ରୋଧ ହୋଇ ହାମନ ତାହାଙ୍କ ପ୍ରତି କ୍ରୋଧିତ ହୋଇ ଦେଶରେ ଥିବା ସମସ୍ତ ଯିହୂଦୀମାନଙ୍କୁ ବିନାଶ କରିବାକୁ ଚେଷ୍ଟା କଲା !ଦିନେ ଏଷ୍ଟର ରାଣୀ ପ୍ରସ୍ତୁତ କରିଥିବା ଭୋଜକୁ ରାଜା ଏବଂ ହାମନ୍ ଆମନ୍ତ୍ରିତ ହେଲେ !ଭୋଜ ସମାପ୍ତ କରି ଘରକୁ ଫେରିବା 

 

ହାମନ୍‍ ରାଜଦ୍ୱାରରେ ଆପଣା ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କିଅବା ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହୋଇ, ତାହାର ସ୍ତ୍ରୀ ଏବଂ ମିତ୍ରଗଣଙ୍କ ପରାମର୍ଶ ଅନୁସାରେ ମର୍ଦ୍ଧଖୟଙ୍କୁ ଫାଶ କରିବାକୁ ଫାଶୀକାଠ ପ୍ରସ୍ତୁତ କରି ସେ ହିଁ ସେଥିରେ ଫାଶ ହୋଇ ମୃତ୍ୟୁ ହେଲା !ହାମନ ତାଙ୍କ ଜୀବନରେ ଅନେକ ଲାଭ ପାଇଲା !ରାଜଭବନରେ ଉଚ୍ଚ ପଦବୀରେ ଥିବା ବେଳେ ଗୋଟିଏ ଛୋଟ ବିଷୟରେ ମୂର୍ଖାମୀ ରୂପେ ବ୍ୟବହାର କରିବା ଦ୍ଵାରା ତାହାର ଜୀବନ ହିଁ ହରାଇଲା !ଆମ୍ଭେମାନେ ମଧ୍ୟ ହାମନ ସଦୃଶ୍ୟ ପ୍ରତ୍ୟେକ ଜଣ ମୋତେ ଗୌରବ କରିବା ଉଚିତ, ମର୍ଯ୍ୟାଦା ଦେବା ଉଚିତ ବୋଲି ଭିତରେ ଭିତରେ ଆଶା କରୁଥିବା ତ !ସେହିପରି ଆମକୁ ଗୌରବ ନ ଦେବା ଲୋକଙ୍କୁ ଅନେକ ବାଧା ଦେଇ, ସେମାନଙ୍କୁ ଆସୁଥିବା ଲାଭକୁ ରଖି ଦେଉଛୁ କି ? ମୁଁ କିଏ, ମୁଁ କେତେ ବଡ଼ ମହାନ ପଦବୀରେ ଅଛି, କେତେ ପାଠ ପଡିଛି, ମୋ ଠାରେ କେତେ ସମ୍ପତ୍ତି ଅଛି ବୋଲି ଆପଣ ଆପଣାକୁ ଗର୍ବିତ ହୋଇ, ଅନ୍ୟମାନେ ମୋତେ ଗୌରବ ଦେବା ଉଚିତ ବୋଲି ଆଶା କରିବା ହେଉଛି, ପାପର ସ୍ଵଭାଵକୁ ରୂପାନ୍ତରିତ ହେବା !

 

ପ୍ରିୟ ବନ୍ଧୁଗଣ, ଆମେ ଜୀବନଯାପନ କରୁଥିବା ସମାଜରେ ଅନ୍ୟର ଉର୍ନ୍ନତିକୁ ସମ୍ଭାଳି ନ ପାରିବା ଦୃଷ୍ଟିକୋଣ, ହିଂସା, ବିନାଶ କରିବାର ଦୁଷ୍ଟ ଉଦ୍ଦେଶ୍ୟ, ଗୌରବ ନିମନ୍ତେ କରିବା କାର୍ଯ୍ୟ ସମାଜକୁ ବିନାଶ କରିବ !ସମାଜକୁ ସଂସ୍କାର କରିବାକୁ କେବଳ ଗୋଟିଏ ମାର୍ଗ, ସେହିପରି ଆଲୋଚନାରୁ ବ୍ୟକ୍ତିର ମନକୁ ପରିବର୍ତ୍ତନ କରିବା !କେବଳ ପ୍ରଭୁ ହିଁ ଜଣେ ବ୍ୟକ୍ତିକୁ ପାପରୁ ଉଦ୍ଧାର କରି ପାରିବ !ତେଣୁକରି ଏହି ସମାଜ ପ୍ରଭୁଙ୍କର ଆଡକୁ ଅନାଇଲା ପରି ପ୍ରାର୍ଥନା କରିବା !

- ଶ୍ରୀମତୀ ଯାମିଲା ପାର୍ଥୀବାନ 

 

ପ୍ରାର୍ଥନାର ଅଂଶ '-

ତାମିଲନାଡୁରେ ପ୍ରତ୍ୟେକ ଶନିବାର ହେଉଥିବା ଉଜ୍ଜିବ ସମାବେଶରେ ଅନେକେ ଅଂଶ ଗ୍ରହଣ କରି , ଉଜ୍ଜିବ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice